Posted inଜାତୀୟ

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ କହିଥିଲେ ଯେ, ରାମଙ୍କ ସ୍ମୃତିରେ ସରଜୁ ନଦୀ କୂଳରେ କେତେକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେଥିମଧ୍ୟରେ ସ୍ବର୍ଗଦ୍ୱାର କୁହାଯାଉଥିବା ନିର୍ମାଣକୁ ଔରେଙ୍ଗଜେବ୍‌ଙ୍କ ନିର୍ଦ୍ଦେଶରେ ଭଙ୍ଗା ଯାଇଥିଲା। ସେହିପରି କେତେକ ନିର୍ମାଣ ବାବରଙ୍କ ନିର୍ଦ୍ଦେଶରେ ଭଙ୍ଗା ହୋଇଥିଲା। ବିଚାରପତି ଅଶୋକ ଭୁଷଣ ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଝୁଲା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହା ଜନ୍ମ ସ୍ଥଳ ପରିସରରେ ଥିଲା କି ବୋଲି ସେ ପଚାରିଥିଲେ। ଏହା ଜନ୍ମ ସ୍ଥଳରେ ଥିଲା ବୋଲି ବୈଦନାଥନ୍‌ କହିଥିଲେ। ସେହିପରି ବିଚାରପତି ଏସ୍‌.ଏ. ବୋବ୍‌ଦେ ମନ୍ଦିର କେବେ ଭଙ୍ଗା ଯାଇଥିଲା ସେ ନେଇ ପ୍ରଶ୍ନ କରିଥିଲେ। ଏହା ୧୭୮୬ ପୂର୍ବରୁ ହୋଇଥିବା ବୈଦନାଥନ୍‌ କହିଥିଲେ। ତେବେ ବାବରଙ୍କ ନିର୍ଦ୍ଦେଶରେ ମନ୍ଦିର ଭଙ୍ଗା ହୋଇଥିବା ପ୍ରମାଣ ସର୍ବୋଚ୍ଚ ନ୍ୟାୟାଳୟ ଲୋଡିଛନ୍ତି। ମନ୍ଦିର ବିବାଦୀୟ ସ୍ଥଳରେ ଥିବାନେଇ ବୈଦନାଥନ୍‌ ସ୍କନ୍ଦ ପୁରାଣରୁ ତଥ୍ୟ ପ୍ରଦାନ କରିଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ୫୭ ବର୍ଷ ପୂର୍ବରୁ ମନ୍ଦିର ନିର୍ମାଣ ହୋଇଥିବା ସେ ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

ଶେଷ ହେବ ଗ୍ରୀଷ୍ମର ଯନ୍ତ୍ରଣା: ହେଲାଣି ପ୍ରବଳ ବର୍ଷା; ମାତ୍ର ୮ ଦିନ ମଧ୍ୟରେ ଦେଶରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ,୧୮।୫: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଦକ୍ଷିଣ ଅଞ୍ଚଳରେ ବାୟୁମଣ୍ଡଳୀୟ ସଞ୍ଚାଳନ…

କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri