ମନ୍ଥର ଅଭିବୃଦ୍ଧି ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା

ନୂଆଦିଲ୍ଲୀ,୨୮-୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ମନ୍ଥର ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା ରହିଥିବା ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଏହାର ବିକାଶ ଅନୁମାନକୁ ୨୪୦ ବେସିସ ପଏଣ୍ଟ କମାଇବା ସହ ୫%କୁ ହ୍ରାସ କରିଛି। ଶୁକ୍ରବାର ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଫାଇନାନ୍ସିଆଲ ଷ୍ଟାବିଲିଟି ରିପୋର୍ଟରେ କୁହାଯାଇଛି ଯେ, ମନ୍ଥର ବିକାଶ ହାର ସତ୍ତ୍ୱେ ବ୍ୟବସ୍ଥାରେ ସ୍ଥିରତା ପରିଲକ୍ଷିତ ହୋଇଛି। ଏହି ସମୟରେ ବିଭିନ୍ନ ରିସ୍କ ରହିଥିବା ଏହା ସୂଚନା ଦେଇଛି। ବିଶ୍ୱ ସ୍ତରର ରିସ୍କ, ଦେଶର ମୌଳିକ ଅର୍ଥନୈତିକ ଢାଞ୍ଚା, ପୁଞ୍ଜି ବଜାରର ସମସ୍ୟା, ଅନୁଷ୍ଠାନଗୁଡିକର ସ୍ଥିତି ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଆର୍ଥତ୍କ କ୍ଷେତ୍ର ଉପରେ ପ୍ରଭାବ ପକାଉଥିବା ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଏପ୍ରିଲଠାରୁ ନଭେମ୍ବର ମଧ୍ୟରେ ଘରୋଇ ଅଭିବୃଦ୍ଧି, ବିତ୍ତୀୟ, କର୍ପୋରେଟ କ୍ଷେତ୍ର ଏବଂ ବ୍ୟାଙ୍କଗୁଡିକର ଆସେଟ କ୍ୱାଲିଟି ଉପରେ ବିପଦ ବଢିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସେହିଭଳି ସେପ୍ଟେମ୍ବର ୨୦୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକରେ ମୋଟ ଏନ୍‌ପିଏ ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ୯.୯%କୁ ବୃଦ୍ଧି ଘଟିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି। ସେହିଭଳି ୫ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର ଋଣ ସମ୍ପର୍କରେ ରିପୋର୍ଟ କରିବା ଲାଗି ବଡ କର୍ପୋରେଟ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଏହା ଦ୍ୱାରା ସାମ୍ଭାବ୍ୟ ଆର୍ଥତ୍କ ଅସୁବିଧାକୁ ଦୂର କରାଯାଇ ପାରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ରେକର୍ଡ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି। ୪,୪୧୨ ଠକେଇ ମାମଲାରେ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ ହୋଇଛି।
କର୍ପୋରେଟ ଗଭର୍ନାସରେ ଉନ୍ନତି ଲାଗି ଶକ୍ତିକାନ୍ତଙ୍କ ଆହ୍ବାନ
ଅର୍ଥ ବ୍ୟବସ୍ଥାକୁ ଏହାର ପୂର୍ଣ୍ଣ କ୍ଷମତାରେ ଅଗ୍ରସର ହେବା ଲାଗି କର୍ପୋରେଟ ଗଭର୍ନାସରେ ଉନ୍ନତି ଲାଗି ଗଭର୍ନର ଶକ୍ତିକାନ୍ତ ଦାସ ଇଣ୍ଡିଆ ଇଙ୍କ ସମେତ ବ୍ୟାଙ୍କଗୁଡିକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଦ୍ୱେତ ଇଞ୍ଜିନ କୁହାଯାଉଥିବା ନିବେଶ ଏବଂ ଚାହିଦାକୁ ବଢାଇବା ଏକ ପ୍ରମୁଖ ଚ୍ୟାଲେଞ୍ଜ ବୋଲି ଶକ୍ତିକାନ୍ତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri