Posted inଜାତୀୟ

ମନମୋହନ ରାଜ୍ୟ ସଭାକୁ ନିର୍ବାଚିତ

ଜୟପୁର/ଲକ୍ଷ୍ନୌ, ୨୦ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ଲାଗି ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅପରାହ୍ନ ୩ଟାରେ ଶେଷ ହେବା ପରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ରାଜ୍ୟ ସଭା ସଦସ୍ୟ ମଦନ ଲାଲ୍‌ ସାଇନିଙ୍କ ପରଲୋକ ଯୋଗୁ ରାଜସ୍ଥାନର ଉକ୍ତ ଆସନ ପାଇଁ ଉପନିର୍ବାଚନର ଆବଶ୍ୟକତା ପଡିଥିଲା। କଂଗ୍ରେସ ଏହି ଆସନରୁ ମନମୋହନଙ୍କୁ ପ୍ରାର୍ଥୀ କରିଥିବାବେଳେ ଭାଜପା ପ୍ରାର୍ଥୀ ଦେଇ ନ ଥିଲା। ମନମୋହନ ତିନି ଦଶନ୍ଧି ହେଲା ଆସାମରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିଆସୁଥିଲେ। ତାଙ୍କର କାର୍ଯ୍ୟକାଳ ଗତ ଜୁନ୍‌ ୧୪ରେ ଶେଷ ହୋଇଥିଲା। ଆସାମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଂଖ୍ୟା ନ ଥିବାରୁ ସେ ପୁନର୍ବାର ନିର୍ବାଚିତ ହୋଇପାରି ନ ଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ମଧ୍ୟ ସୋମବାର ଉତ୍ତରପ୍ରଦେଶରୁ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଭାଜପାରୁ ଗତ ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ହୋଇ ନ ଥିବାରୁ ସୋମବାର ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅତିକ୍ରାନ୍ତ ହେବା ପରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଅଗଷ୍ଟରେ ୩ ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୮।୭ : ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥର ତିନି ପ୍ରକାରର...

ଟୁଇଟ୍‌ କରିବା ପଡିଲା ମହଙ୍ଗା

ବେଙ୍ଗାଲୁରୁ,୨୩।୨: ହିଜାବ ମାମଲାର ଶୁଣାଣି କରୁଥିବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ୍‌ ଅଭିଯୋଗରେ କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାରଙ୍କୁ ଗିରଫ...

ବଜାରକୁ ଆସିଲା ‘ଇଟ୍‌ କପ୍‌’

ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି।...

ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ତାଞ୍ଜାନିଆରୁ ଫେରିଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ...

ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନେଇ,୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଓ୍ବେଲିଂଟନ ମିଲିଟାରୀ ହସ୍ପିଟାଲରୁ ଗୁରୁବାର ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର...

ଟଳିପଡ଼ିଲେ ୨ ଆତଙ୍କବାଦୀ

ପୁଲଓ୍ବାମା, ୩୦।୫: ପୁଲୱାମାର ଅଓ୍ବନ୍ତିପୋରାର ରାଜପୋରାଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେଶନ ସମୟରେ...

୩ହଜାର ୩ଶହ ୫୦ କୋର୍ଟରେ ଲାଗିବ ନ୍ୟାୟିକ ଘଣ୍ଟା: ଖର୍ଚ୍ଚ ହେବ ୪ଶହ ୩୬ କୋଟି

ନୂଆଦିଲ୍ଲୀ,୧୦।୭: ଦେଶର ୩ହଜାର ୩ଶହ ୫୦ କୋର୍ଟରେ ନ୍ୟାୟିକ ଘଣ୍ଟା ଲାଗିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏସମ୍ପର୍କିତ ପ୍ରସ୍ତାବ ୧୫ତମ ଅର୍ଥ କମିଶନଙ୍କ...

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ...

Advertisement
Archives

Model This Week