Posted inଜାତୀୟ

ମନମୋହନଙ୍କ ଅମଳରେ ପାକିସ୍ତାନରୁ ଅନୁପ୍ରବେଶ କରୁଥିଲେ: ଆଲିଆ, ମାଲିଆ, ଜମାଲିଆ

ଶିମ୍‌ଲା/ନୂଆଦିଲ୍ଲୀ,୨୮ା୧୨: ୧୦ ବର୍ଷ ଧରି କଂଗ୍ରେସ ସରକାର ଚାଲିଥିଲା। ସୋନିଆ ମନମୋହନଙ୍କ ସରକାର ବେଳେ ପାକିସ୍ତାନରୁ ଆଲିଆ, ମାଲିଆ ଓ ଜମାଲିଆମାନେ ରୀତିମତ ଆସି ଆମ ଯବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ। ଦେଶର ପ୍ରଧାନମନ୍ତ୍ରୀ ସେତେବେଳେ ପଦୁଟିଏ କହୁ ନ ଥିଲେ। ସେମାନେ ସୀମାକୁ ମୁକୁଳା ଛାଡ଼ି ଚାଲିଯାଇଥିଲେ। ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ଭାବିଥିଲା ସବୁକିଛି ପୂର୍ବଭଳି ଚାଲିବ। ପାକିସ୍ତାନୀମାନେ ଜାଣି ନ ଥିଲେ ଯେ, ଏହା କଂଗ୍ରେସ ସରକାର ନୁହେଁ, ଏହା ହେଉଛି ଭାଜପା ସରକାର। ନାଗରିକତ୍ୱ ଆଇନକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ କଂଗ୍ରେସ ପ୍ରସଙ୍ଗ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଏଭଳି ଭାଷାରେ ବାଣ ମାରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଶୁକ୍ରବାର କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହିମାଚଳପ୍ରଦେଶରେ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଶିମ୍‌ଲାସ୍ଥିତ ରିଜ୍‌ ମଇଦାନରେ ଆୟୋଜିତ ଏକ ସଭାରେ ଯୋଗଦେଇ ଶାହା କହିଛନ୍ତି, ସଂଶୋଧିତ ନାଗରିକତ୍ୱ ଆଇନକୁ ନେଇ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି। ମୁସ୍‌ଲିମମାନେ ସେମାନଙ୍କ ନାଗରିକତ୍ୱ ହରାଇବେ ବୋଲି କଂଗ୍ରେସ ଏବଂ କମ୍ପାନୀ ଗୁଜବ ବିସ୍ତାର କରୁଛି। ଏହି ଆଇନ କାହାର ନାଗରିକତ୍ୱ ଛଡ଼ାଇ ନେବନାହିଁ। ଏହି ଆଇନର କୌଣସି ସ୍ଥାନରେ କାହାର ନାଗରିକତ୍ୱ ପ୍ରତ୍ୟାହାର ସମ୍ପର୍କିତ ଗୋଟିଏ ହେଲେ ଧାଡ଼ି ରହିଥିଲେ ରାହୁଲ ବାବା ତାହା ଦେଖାନ୍ତୁ। ରାହୁଲଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି। ସେହିପରି ମନମୋହନ ସିଂଙ୍କ ଅମଳରେ ପାକିସ୍ତାନରୁ ନିୟମିତ ଭାବେ ‘ଆଲିଆ-ମାଲିଆ-ଜମାଲିଆ’ ଭାରତରେ ଅନୁପ୍ରବେଶ କରି ଆମ ଯବାନମାନଙ୍କୁ ହତ୍ୟା କରୁଥିଲେ। ମୋଦି ସରକାର ଆସିବା ପରେ ଆମେ ତାକୁ ବନ୍ଦ କରିଦେଇଛୁ। ଧାର୍ମିକ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ନେହେରୁ-ଲିଆକତଙ୍କ ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ବିଫଳ ହୋଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର ପାର୍ଲାମେଣ୍ଟରେ ନାଗରିକତ୍ୱ ବିଲ୍‌କୁ ଗୃହୀତ କରାଇଛି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?