ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ଘଟଣା: କାରଣ ଅସ୍ପଷ୍ଟ

ଚିତ୍ରକୋଣ୍ଡା,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପରାରି କଲୋନୀ ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମଧ୍ୟାହ୍ନଭୋଜନରେ ଭାତ, ଡାଲି ଓ ଭଜା ଖାଇବା ପରେ ଅପରାହ୍ନରେ କିଛି ଛାତ୍ରୀଙ୍କ ପେଟବ୍ୟଥା ଓ ଝାଡ଼ା ହୋଇଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ି ନାହିଁ।

ପ୍ରକାଶ ଯେ, ବିଦ୍ୟାଳୟର ୧୫୦ ଛାତ୍ରୀଛାତ୍ର ଗୋଟିଏ ପ୍ରକାର ଖାଦ୍ୟ ଖାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୩୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଜଣାପଡ଼ିବା ପରେ ଅସୁସ୍ଥ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା କରାଯାଉଛି। ଏ ନେଇ ଚିତ୍ରକୋଣ୍ଡା ମେଡିକାଲ ଅଫିସର କୁହନ୍ତି, ରକ୍ତ, ମଳପରୀକ୍ଷା ବିନା କିଛି କହି ହେବ ନାହିଁ। ତେବେ ବର୍ତ୍ତମାନ ସମସ୍ତ ଛାତ୍ରୀ ଭଲ ଅଛନ୍ତି। ମେଡିକାଲରେ ଆସି ପହଞ୍ଚିବାଠାରୁ କାହାର ବି ଥରେ ହେଲେ ଝାଡା ହୋଇ ନ ଥିବା ସେ କହିଛନ୍ତି। ତେବେ ମଧ୍ୟାହ୍ନଭୋଜନ ୧୫୦ ଛାତ୍ରୀଛାତ୍ର ଖାଇଥିବା ବେଳେ କେବଳ ୩୩ ଛାତ୍ରୀ ଝାଡ଼ାର ଶିକାର ହୋଇଛନ୍ତି। ତେଣୁ ଏହାର କାରଣ ଅସ୍ପଷ୍ଟ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଟ ଡାଉନ ସଫଳ ହେଇଛି:ଡିଜିପି

ଭୁବନେଶ୍ୱର: ସଟ୍‌ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍‌ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ...

ହୋଟେଲ ଭିତରେ ପଶିଲା ଯାତ୍ରୀବାହୀ ବସ୍‌: ଘଟଣାସ୍ଥଳରେ ଉତ୍ତେଜନା, ଚାଳକ ଅଟକ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଛକଠାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଏକ ହୋଟେଲ ଭିତରେ ଗୁରୁବାର ପୂର୍ବାହ୍ନରେ ପଶିଯିବାରୁ ୫...

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮,୫୨୦ ଆକ୍ରାନ୍ତ, ଅଛନ୍ତି ୯୩୭ ପିଲା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୫୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୪,୯୪୧ ଆକ୍ରାନ୍ତ ଚିହ୍ନଟ...

ନର୍ସ ନୀହାରିକା ହତ୍ୟା ମାମଲାର ଭିନ୍ନ ମୋଡ଼: କଟକରେ କରାଯାଇଛି ହତ୍ୟା, ବାଇକ୍‌ରେ ନେବା ଦୃଶ୍ୟ ସିସିଟିଭିରେ କଏଦ

କଟକ ଅଫିସ/ଜଗତସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପ୍ରଥମେ ତାଙ୍କ ପ୍ରେମିକ ହାଜିପୁରର କିଶୋର...

ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ...

ଘରୁ ଚୋରି କରି ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୩୦ା୧: ରାୟଗଡ଼ା ଜିଲା କୁମ୍ବିକଟା ପଞ୍ଚାୟତ ହୁଲୁକାତୁଣ୍ଡା ଗ୍ରାମରେ ଗତ ୨୨ ତାରିଖରେ ମହିଳାଙ୍କୁ ଗଳାକାଟି ହତ୍ୟା ଏବଂ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।...

୭୩୧ ସମବାୟ ସମିତିରେ ନିର୍ବାଚନ, ୨୪୪ ବୁଥ୍‌ ସମ୍ବେଦନଶୀଳ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ରବିବାର ଅନୁଷ୍ଠିତ ହେବ। ୨ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି...

୧୦ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ

ଖଇରା, ୨୯।୪(ଡି.ଏନ.ଏ.)-କରୋନାର ସଫଳ ମୁକାବିଲା ପାଇଁ ଓଡିଶା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲାର ଖଇରା...

Advertisement
Archives

Model This Week