Posted inଜାତୀୟ

ମଧ୍ୟାହ୍ନଭୋଜନରେ ୮୧ ପିଲାଙ୍କୁ ଲିଟରେ କ୍ଷୀର

ସୋନଭଦ୍ର,୩୦ା୧୧(ପି.ଟି.): ଉତ୍ତରପ୍ରଦେଶର ଚୋପାନ ବ୍ଲକ ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୮୧ ଛାତ୍ରୀଛାତ୍ରଙ୍କକୁ ୧ ଲିଟର କ୍ଷୀର ବଣ୍ଟାଯାଉଥିବା ଜଣାପଡ଼ିବା ପରେ ସ୍କୁଲର ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ୧ ଲିଟର କ୍ଷୀରେ ବାଲତିଏ ଗରମ ପାଣି ମିଶାଯାଇ ପିଲାଙ୍କୁ ଦିଆଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ କୋଟା ପଞ୍ଚାୟତର ଶିକ୍ଷାମିତ୍ର (ଠିକା ଶିକ୍ଷକ)ଙ୍କ ବିରୋଧରେ ଏତଲା ଦାଏର ହୋଇଛି। ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ରୋକିବାରେ ବିଫଳ ଭାଜପା ସରକାରଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ବାଲତିଏ ପାଣିରେ କ୍ଷୀର ମିଶାଇବା କଥାକୁ ପାଚିକା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଜୟ ପାଇଁ ୨୪୦ ଏମ୍‌ପିଙ୍କୁ ଭାଜପାର କଡ଼ା ନିର୍ଦ୍ଦେଶ: ୪ ଦିନ ରହିବେ ବସ୍ତିରେ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ୨୪୦ ଏମ୍‌ପିଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏମ୍‌ପିମାନେ ଆସନ୍ତା ୪...

ମୋଦିଙ୍କ ପାଇଁ ୬ ଶହ ଫୁଟର ଗ୍ରୀଟିଙ୍ଗସ୍‌ କାର୍ଡ ତିଆରି କଲେ ଛାତ୍ରୀଛାତ୍ର

ଫିରୋଜାବାଦ,୩୦।୫: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେଉଥିବାରୁ ମଧ୍ୟପ୍ରଦେଶ ଫିରେଜାବାଦର କେତେକ ଛାତ୍ରୀଛାତ୍ର ୬ ଶହ ଫୁଟର ଏକ ବିଶାଳକାୟ ଗ୍ରୀଟିଙ୍ଗସ୍‌ କାର୍ଡ...

ବିଧାୟକଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖି, କେବେ ଚାଲିଯିବ ପଦ: ଗଡକରୀ

ନୂଆଦିଲ୍ଲୀ,୧୪ ।୯: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜର ବେକାକୁ ବୟାନକୁ ନେଇ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ସୋମବାର ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ...

ସଂସଦ ଭବନ କ୍ୟାଣ୍ଟିନ୍‌ରେ ଖାଇବା ହେଲା ମହଙ୍ଗା

ନୂଆଦିଲ୍ଲୀ, ୨୭।୧: ସଂସଦ ଭବନ କ୍ୟାଣ୍ଟିନରେ ଏଣିକି ଖାଇବା ମହଙ୍ଗା ହେବ। କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି। ପ୍ରତି ଖାଦ୍ୟ...

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ...

ଶେଷରେ ଆଖିବୁଜିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ

ବେଙ୍ଗାଲୁରୁ,୧୫।୧୨: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଆଖି ବୁଜିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ...

କାନପୁର ଏନ୍‌କାଉଣ୍ଟର: ଶହୀଦଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ କାନପୁରରେ ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧୀଙ୍କ ସହ ହୋଇଥିବା ଗୁଳିବିନିମୟରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ...

Advertisement
Archives

Model This Week