ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ଯଥାଶୀଘ୍ର ଫେରାଇ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘର ମୃତ୍ୟୁ ଏବଂ ସୁନ୍ଦରୀ ବାଘୁଣୀକୁ ପରିଚାଳନାରେ ବିଫଳତା ପାଇଁ ଓଡ଼ିଶା ବନ ବିଭାଗକୁ ଦାୟୀ କରିଛି ଏନ୍‌ଟିସିଏ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଟିସିଏ ଗୁରୁବାର ଲେଖିଥିବା ଚିଠିରେ କଡ଼ା ଭାଷାରେ ଭର୍ତ୍ସନା କରାଯାଇଛି। ବନ ବିଭାଗର ସବୁ ଦୋଷ ଓ ଦୁର୍ବଳତାକୁ ଚିଠିରେ ଟିକିନିଖି ଉଲ୍ଲେଖ କରିଛନ୍ତି ଏନ୍‌ଟିସିଏ ଡିଆଇଜି ସୁରେନ୍ଦର୍‌ ମେହେଟ୍ଟା।
ମହାବୀରର ମୃତ୍ୟୁ ପରେ ଏନ୍‌ଟିସିଏ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଥିଲେ। ମୃତ୍ୟୁର ଏକାଧିକ କାରଣ ଦର୍ଶାଇବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ଏଥର ଆଉ ବନ ବିଭାଗକୁ ଭରସା ନ କରି ଏନ୍‌ଟିସିଏ ସିଧା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବନ ବିଭାଗର କାରସାଦିକୁ ଖୁଲାସା କରିଥିବା କୁହାଯାଉଛି। ଏହି ଚିଠିରେ ୪ ମୁଖ୍ୟ ବିଷୟରେ ବନ ବିଭାଗର ଅନେକ ଦୁର୍ନୀତି ଏବଂ ଅବହେଳା ଉଲ୍ଲେଖ କରାଯାଇଛି। ପ୍ରଥମତଃ ବନ ବିଭାଗ ତରଫରୁ ମହାବୀର ଓ ସୁନ୍ଦରୀକୁ ମନିଟରିଂବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର(ଏସ୍‌ଓପି) ପାଳନ ହୋଇ ନ ଥିଲା। ଏନ୍‌ଟିସିଏ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ବନ ବିଭାଗ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ଦ୍ୱିତୀୟତଃ ସୁନ୍ଦରୀକୁ ଧରିବାବେଳେ ଏନ୍‌ଟିସିଏ ଗାଇଡ୍‌ଲାଇନ ପାଳନ ହୋଇନାହିଁ ଏବଂ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଉଲ୍ଲଂଘନ ହୋଇଛି। ଖାଲି ସେତିକି ନୁହେଁ, ୧ ବର୍ଷରୁ ଅଧିକ ସମୟ ଧରି ଏକ ଛୋଟ ଏନ୍‌କ୍ଲୋଜର ମଧ୍ୟରେ ଆବଦ୍ଧ କରି ରଖାଯାଇଥିବାବେଳେ ତାକୁ ପୁନର୍ବାର ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ। ତୃତୀୟ ଯଥେଷ୍ଟ ଅର୍ଥର ବ୍ୟବସ୍ଥା ଓ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ବନ ବିଭାଗ ତାହା ଅପବ୍ୟବହାର କରିଛି। ଚତୁର୍ଥରେ ସବୁଠାରୁ ବଡ଼ ଅଭିଯୋଗ ହେଲା, ଭାରତ ସରକାରଙ୍କ ଅନୁମତି ବିନା ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇଛି। ତେଣୁ ସୁନ୍ଦରୀକୁ ଆଉ ଛୋଟ ଏନ୍‌କ୍ଲୋଜର ମଧ୍ୟରେ ରଖିବାକୁ ଅନୁମତି ଦିଆଯିବ ନାହିଁ। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରେଇ ନେବା ପାଇଁ ସ୍ଥିରୀକୃତ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଯଥାସମ୍ଭବ ଶୀଘ୍ର ବ୍ୟବସ୍ଥା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଏଥିସହିତ ଏନ୍‌ଟିସିଏ ଗାଇଡ୍‌ଲାଇନ ଓ ଏସ୍‌ଓପି ପାଳନ କରା ନ ଯିବା ପର୍ଯ୍ୟନ୍ତ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖାଗଲା ବୋଲି ଚିଠିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ବନ ବିଭାଗର ଏହି ବିଫଳତା ସାମ୍ନାକୁ ଆସିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କରିଛନ୍ତି। ମହାବୀରକୁ ଶିକାର କରି ମାରିଦିଆଯାଇଥିଲା। ଏହି ଘଟଣାକୁ ଲୁଚାଇଥିବା ତତ୍କାଳୀନ କ୍ଷେତ୍ର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ଆଜି ହୁଏତ ଓଡ଼ିଶା ଏଭଳି ନିନ୍ଦିତ ହୋଇ ନ ଥାନ୍ତା ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସାତକୋଶିଆରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଦ୍ୱାରା ୬ ବାଘକୁ ସାତକୋଶିଆରେ ଛଡ଼ା ଯାଇଥାନ୍ତା। ୨୦୧୮ରେ ପ୍ରଥମେ ମହାବୀର ଓ ପରେ ସୁନ୍ଦରୀକୁ ସାତକୋଶିଆରେ ଛଡ଼ା ଯାଇଥିଲା। ପ୍ରଥମେ ମହାବୀର ବାଘକୁ ଶିକାର କରାଯାଇଥିଲା। ପରେ ମଣିଷ ଓ ଏକାଧିକ ଗୃହପାଳିତ ପଶୁକୁ ମାରିବା ଅଭିଯୋଗରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri