Posted inଜାତୀୟ

ମଧ୍ୟପ୍ରଦେଶରେ ବଳାତ୍କାରର ଶିକାର ହେଲେ ୪ବର୍ଷର ଶିଶୁ

ଇନ୍ଦୋର,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ହତ୍ୟା ଘଟଣା ଥମି ନ ଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରେ ଜଣେ ୪ବର୍ଷର ଶିଶୁକୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଇନ୍ଦୋର ଜିଲାର ମହରେ ଜଣେ ୪ ବର୍ଷର ଝିଅ ମା’ ବାପାଙ୍କ ସହ ରାସ୍ତାରେ ଶୋଇଥିଲେ। ସେହି ସମୟରେ କିଛି ଅଜଣା ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ଉଠାଇ ନେଇ ବଳାତ୍କାର କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ରାସ୍ତାରେ ଫୋପାଡି ସେଠାରୁ ଫେରାର ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି ପରେ ସୋମବାର ଶିଶୁଟିର ମୃତଦେହ ଏକ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଶିଶୁ ସହ ବଳାତ୍କାର ହେବା ନେଇ ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ତେବେ ସିସିଟିଭିକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା...

ହାଇଡ୍ରୋକ୍ସିକ୍ଲୋରୋକୁଇନରେ ସବୁର ଚିକିତ୍ସା ସମ୍ଭବ ନୁହେଁ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର...

ପିଲାଦିନ କଥା ମନେପକାଇଲେ ମୋଦି

ଆଲିଗଡ.୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ପହଞ୍ଚି ରାଜ ମହେନ୍ଦ୍ର ପ୍ରତାପ ସିଂ ଯୁନିଭରସିଟିର ଶିଳାନ୍ୟାସ କରିଛନ୍ତି। ଏଠାରେ ସେ ତାଙ୍କ ଭାଷଣ...

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ...

ଜେଏନ୍‌ୟୁରେ ଛାତ୍ର-ସୁରକ୍ଷା କର୍ମୀ ସଂଘର୍ଷ: ଏବିଭିପି ସଭାପତିଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ,୨୨।୮:ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ସୋମବାର ବିକ୍ଷୋଭରତ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ...

ସିସୋଡିଆଙ୍କୁ ଲାଗିଲା ଝଟକା, ୧୨ ମେ’ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୪: ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ...

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨.୧୬ ଲକ୍ଷରୁ ଅଧିକ ସଂକ୍ରମିତ,୧୧୮୩ ମୃତ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଲକ୍ଷେ ଏବଂ ୨ ଲକ୍ଷରୁ...

Advertisement
Archives

Model This Week