ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଲବଙ୍ଗ

ସାଧାରଣତଃ ଲବଙ୍ଗକୁ ମସଲାଭାବେ ବ୍ୟବହାର କରାଯାଇଥାଏ। ହେଲେ ଏହାର ଅନ୍ୟ ଔଷଧୀୟ ଗୁଣ ମଧ୍ୟ ରହିଛି। ଲବଙ୍ଗରେ ମ୍ୟାଗ୍ନେସିୟମ, ଭିଟାମିନ-ସି, ଭିଟାମିନ-କେ ଏବଂ ଭିଟାମିନ-ଇ ଆଦି ଉପକାରୀ ତତ୍ତ୍ବ ରହିଥାଏ। ଲବଙ୍ଗକୁ ଦାନ୍ତ ବିନ୍ଧା, ପେଟ ଫୁଲିବା, କାଶ, ଓଜନ କମାଇବା ଓ ହଜମ ପାଇଁ ବ୍ୟବହାର କରାଯାଏ। ଲବଙ୍ଗରୁ ପ୍ରସ୍ତୁତ ଚା’ ମଧୁମେହ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟ୍ରଲ ସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଯକୃତ ରୋଗରୁ ଉପଶମ ପାଇଁ ଲବଙ୍ଗ ବେଶ ଉପକାରୀ। ଲବଙ୍ଗ ତେଲ ଲଗାଇବା ଦ୍ୱାରା ଦାନ୍ତବିନ୍ଧା ଦୂର ହୋଇଥାଏ । ଲବଙ୍ଗ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିଥାଏ, ତେଣୁ ମଧୁମେହ ପାଇଁ ମଧ୍ୟ ଖୁବ ଉପକାରୀ। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ଲୋକମାନଙ୍କୁ ଜ୍ବର ବା ଥଣ୍ଡା ହୋଇଥାଏ। ଏହି ସମୟରେ ଲବଙ୍ଗ ସେବନ କରିବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିବା ସହ ଗଳାରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ। ଗ୍ୟାସ ପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଗ୍ୟାସ ଏବଂ କବଜରୁ ମୁକ୍ତି ପାଇବା ପାର୍ଇ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଟେ ଗିଲାସ ପାଣିରେ କିଛି ବୁନ୍ଦା ଲବଙ୍ଗ ତେଲ ପକାଇ ସେବନ କରିବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଙ୍କ୍‌ଲେଟ୍‌ ଫ୍ୟାଶନ

ଆଜିକାଲି ମହିଳାମାନେ ସିଲ୍‌ଭର ପାଉଁଜି ବଦଳରେ ଆର୍ଟିଫିସିଆଲ ଏବଂ ଷ୍ଟାଇଲିଶ୍‌ ଆଙ୍କ୍‌ଲେଟ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ମଡର୍ନ ହେଉ ଅବା ଟ୍ରାଡିସନାଲ ଡ୍ରେସ୍‌ ଯେକୌଣସି ଗେଟ୍‌ଅପ୍‌ରେ...

ଏହିସବୁ ରୋଗରୁ ମୁକ୍ତି ଚାହୁଁ ଥିଲେ…

ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

ଶୀତଦିନେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ୫ ଜିନିଷ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ...

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା...

ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ...

ଫଙ୍ଗସ୍‌ : ଆଉ ଏକ ମହାମାରୀ

ଦୁଇ ହଜାର ମସିହା ଆରମ୍ଭରୁ କେବଳ ଆମେ ଓଡ଼ିଶାବାସୀ ଏହି କୋଭିଡ୍‌-୧୯କୁ ସହ୍ୟ କରି ଚାଲିଛୁ। ବହୁତ ଜଣ ନିଜର ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ହରାଇ...

Advertisement


Archives

Model This Week