ମଦ ବିକ୍ରି: ଅମଙ୍ଗ କାହିଁକି

ଜ୍ୟୋତିରଞ୍ଜନ ମହାପାତ୍ର, ଭୁବନେଶ୍ୱର,୫।୫(ବ୍ୟୁରୋ): ସରକାରୀ ଲାଇସେନ୍ସଧାରୀ ମଦ ଦୋକାନୀମାନେ ମଦ ବିକ୍ରି କରିବାର ଅବଧିକୁ ବଢ଼ାଇବାକୁ ସରକାରଙ୍କୁ ଅନୁରୋଧ କରିବା ସହ ଅନେକେ ବର୍ତ୍ତମାନ ବିକ୍ରି ପାଇଁ ଅମଙ୍ଗ ହେଉଛନ୍ତି, ଯାହାକୁ ନେଇ ଜନସାଧାରଣ ତଥା ବୁଦ୍ଧୀଜୀବୀ ମହଲରେ ଭିନ୍ନ ମତ ପ୍ରକାଶ ପାଉଛି। ଲାଇସେନ୍ସଧାରୀ ଦୋକାନୀମାନେ ମଦ ବିକ୍ରି କରିବାକୁ ଅମଙ୍ଗ ହେବାର କାରଣ ପଛରେ ଅନେକ ରହସ୍ୟ ଲୁଚିରହିଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ଲାଭ ପାଇଁ ନୁହେଁ ବରଂ ଅନେକ ଦୋକାନୀ ଭିନ୍ନ କାରଣରୁ ଦୋକାନ ଖୋଲିବାକୁ ଭୟଭୀତ ହୋଇ ଏପରି ବାହାନା କରୁଥିବା ଚର୍ଚ୍ଚା ଜୋର ଧରିଛି।
ସମଗ୍ର ଦେଶରେ ଲକ୍‌ଡାଉନ ଲାଗୁ ହେବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଦେଶୀ, ବିଦେଶୀ ମଦ ଦୋକାନ ସମେତ ବାର୍‌କୁ ବନ୍ଦ କରାଯାଇଥିଲା। କୋଭିଡ-୧୯ ମୁକାବିଲାର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସରକାରଙ୍କ ଆଭିମୁଖ୍ୟ ଘେଷଣା କରିବା ସହ ମଦ ନ ଛୁଇଁବାକୁ ରାଜ୍ୟବୀସୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ଅନେକ ସରକାରୀ ଲାଇସେନ୍ସଧାରୀ ଅସାଧୁ ମଦ ଦୋକାନୀ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଲୋକଙ୍କ ଜୀବନ ସହ ଖେଳ ଖେଳିଛନ୍ତି। ଦୋକାନ ସିଲ୍‌ ହୋଇ ନ ଥିବାରୁ ବିଳମ୍ବିତ ରାତିରେ ଅନେକ ମଦ ଦୋକାନରୁ ବେଆଇନ ଭାବେ ପେଟି ପେଟି ମଦ ବାହାର କରାଯାଇଛି। ଏଥିସହ ମନଇଚ୍ଛା ଚଢ଼ା ଦରରେ ଦୋକାନୀମାନେ ବେଆଇନ ଭାବେ ଖୁଚୁରା ଚୋରା ମଦ ବେପାରୀଙ୍କୁ ବିକ୍ରି କରିଦେଇଛନ୍ତି, ଯାହାକି ଟୁଇନ୍‌ସିଟି କମିଶନରେଟ ପୋଲିସ ସମେତ ବିଭିନ୍ନ ଜିଲା ପୋଲିସ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଦେଶୀ, ବିଦେଶୀ ମଦ ସମେତ କାର୍‌ ଜବତ କରାଯିବା ଘଟଣାରୁ ସ୍ପଷ୍ଟ ହୋଇଥିଲା। ଟୁଇନ୍‌ସିଟି କଟକ, ଭୁବନେଶ୍ୱରରେ ଅନେକ ଅସାଧୁ ବ୍ୟକ୍ତି ଲକ୍‌ଡାଉନ ସମୟରେ ନାମୀଦାମୀ କାର୍‌ରେ ପୋଲିସ ପାସ୍‌ ବ୍ୟବହାର କରି ମଦ ଚାଲାଣ ବେଳେ ଧରାପଡିବା ସହ ଜେଲ ଯାଇଛନ୍ତି। ରାତିଅଧରେ ଦୋକାନ ଖୋଲି ଚୋରାରେ ମଦ ବିକ୍ରି ହୋଇଯାଇଥିବାରୁ ଦୋକାନୀଙ୍କ ପାଖରେ ଯଥେଷ୍ଟ ପରିମାଣର ମଦ ନ ଥିବା ଜଣାପଡ଼ିଛି। ମଦ ଦୋକାନ ଖୋଲିଲେ ସେମାନେ ଗ୍ରାହକଙ୍କ ଆକ୍ରୋଶର ଶିକାର ହେବାର ଭୟ ରହିଛି। ତେଣୁ ମଦ ଫ୍ୟାକ୍ଟ୍ରିରୁ ମଦ ସପ୍ଲାଇ ଆରମ୍ଭ ପରେ ଦୋକାନ ଖୋଲିବାକୁ ଅନେକେ ଯୋଜନା କରୁଛନ୍ତି। ଏପରିକି ଅନେକ ଦୋକୀନୀ ଅବକାରୀ ବିଭାଗୀୟ କର୍ମଚାରୀଙ୍କୁ ଧରି ଷ୍ଟକ୍‌ କାଗଜପତ୍ର ସଜାଡିବାରେ ଲାଗି ପଡିଛନ୍ତି ବୋଲି ହାଇକୋର୍ଟର ଯୁବ ଆଇନଜୀବୀ ବିସ୍ମୟ କୁମାର ଷ୍ଟାଲିନ୍‌ କହିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ସମୟରେ ସମଗ୍ର ରାଜ୍ୟରେ ଯେତେ ବିଦେଶୀ ଓ ଦେଶୀ ମଦ ପୋଲିସ ଏବଂ ଅବକାରୀ ବିଭାଗ ଜବତ କରିଛି ସେଥିରେ ଓଡ଼ିଶା ସରକାରଙ୍କ ଲୋଗୋ ଥାଇ ସିଲ୍‌ ହୋଇଛି, ଯାହାକି ଓଡ଼ିଶାର ବିଭିନ୍ନ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଲୁଚା ଛପାରେ ଉଠାଇ ଚୋରାରେ ବିକ୍ରି କରାଯାଉଥିଲା ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଉକ୍ତ ଘଟଣା ଉପରେ ସବିଶେଷ ତଦନ୍ତ କରିଲେ କେଉଁ ଲାଇସେନ୍ସଧାରୀ ଦୋକାନୀ ବିକ୍ରି କରିଛନ୍ତି ତାହା ସ୍ପଷ୍ଟ ହୋଇପାରିବ। କାରଣ ମଦ ବିକ୍ରିକରି ଧରାପଡିଥିବା ଜଣେ ଅଭିଯୁକ୍ତ କହିଛନ୍ତି ଯେ, ସେ ମଦ ଦୋକାନୀଙ୍କଠାରୁ ଦୁଇ ଗୁଣା ଦରରେ ମଦ କିଣିଆଣି ତିନି ଗୁଣା ଦରରେ ବଜାରରେ ବିକ୍ରି କରୁଥିଲେ। କିନ୍ତୁ ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ ବିଭାଗ ଗୁରୁତ୍ୱ ଦେଉନି। ମାତ୍ର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗଡ଼ିକରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ଲକ୍‌ଡାଉନ ସମୟରେ ପଣ୍ଡିଚେରୀରେ ଅନେକ ଚୋରାମଦ କାରବାର ବୃଦ୍ଧି ପାଇଥିଲା। ପଣ୍ଡିଚେରୀ ରାଜ୍ୟପାଳ କିରଣ ବେଦୀ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଅବକାରୀ ବିଭାଗ ସଚିବ ସୁରବିନ୍ଦର ସିଂଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ୧୫୦ ମଦ ଦୋକାନୀଙ୍କ ଷ୍ଟକ୍‌ ଖାତା ଯାଞ୍ଚ ପରେ ନିୟମ ଉଲ୍ଲଂଘନକାରୀ ୧୪ ମଦ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ମାର୍ଚ୍ଚ ୨୪ରେ ସେଠାରେ ମଦ ଦୋକାନଗୁଡ଼ିକ ବନ୍ଦ ସମୟରେ ଦୋକାନରେ ମହଜୁଦ ଥିବା ମଦର ପରିମାଣକୁ ଆକଳନ କରିବା ପରେ ଦୋକାନକୁ ସିଲ୍‌ କରାଯାଇଥିଲା। ମାତ୍ର ଏପ୍ରିଲ ୧୩ ତାରିଖ ମଧ୍ୟରେ ଉକ୍ତ ୧୪ ମଦ ଦୋକାନୀ ଅସାଧୁ ଉପାୟରେ ମଦ ବିକ୍ରି କରିଥିଲେ, ଯାହାକି ଷ୍ଟକ୍‌ ବା ଜମାଖାତା ଯାଞ୍ଚ ବେଳେ ଧରାପଡ଼ିଥିଲା। ତେଣୁ ୧୪ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ଆମ ରାଜ୍ୟରେ ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି, ତାହାର ତଦନ୍ତ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଦାବି ହେଉଛି। ଅପରପକ୍ଷରେ କଟକରେ ସୋମବାର ଦିନତମାମ ମଦଦୋକାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କୌଣସି ଦୋକାନ ଖୋଲି ନ ଥିଲା। ଏନେଇ କଟକ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ଶତପଥୀ କହିଛନ୍ତି, କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଆସିବା ପରେ ଦୋକାନ ଖୋଲିବ। ତେବେ ଦେଶର ସମସ୍ତ ଗ୍ରୀନ୍‌ ଜୋନ୍‌ରେ ମଦ ଦୋକାନ ଖୋଲୁଥିବାବେଳେ ରାଜ୍ୟରେ ଦୋକାନ ବନ୍ଦ ରହିବା ଘଟଣାକୁ ଅନେକ ସନ୍ଦେହ କରିଛନ୍ତି।
ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା ହେଲା, ସରକାରଙ୍କ ତରଫରୁ ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଥିଲା। ତେଣୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜଧାନୀର ସମସ୍ତ ସରକାରୀ ମଦ ଦୋକାନ ଓ ବାର୍‌ଗୁଡିକ ବନ୍ଦ କରାଯାଇଥିବା ବେଳେ ତାହାକୁ ସିଲ୍‌ କରାଯାଇ ନ ଥିଲା। ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଦୋକାନ ଖୋଲି ମଦ ବିକ୍ରି କରିଥିବା ଷ୍ଟକ୍‌ ଯାଞ୍ଚ ବେଳେ ଜଣାପଡ଼େ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଅବକାରୀ ବିଭାଗ କମିଶନର ଅଞ୍ଜନ କୁମାର ମାନିକ୍‌ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ଜାଣିବା ପରେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମାନିକ୍‌ କହିଛନ୍ତି, ଏନ୍‌ଫୋର୍ସମେଣ୍ଟ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନେରେ ମଦ ଚୋରା କାରବାର ଉପରେ ନଜର ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ମାତ୍ର ଯଦି କେହି ଲାଇସେନ୍ସଧାରୀ ଦୋକାନୀ ଏପରି କାର୍ଯ୍ୟ କରିଥାନ୍ତି, ତାହା ତଦନ୍ତ ପରିସରଭୁକ୍ତ ହେବା ସହ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ପାଇଁ ମଦ ଦୋକାନ ବନ୍ଦ ହେବାବେଳେ ଷ୍ଟକ୍‌ ଯାଞ୍ଚ କରାଯିବା ସହ ଅନେକ ସ୍ଥାନରେ ସିଲ୍‌ କରାଗଲା, ତେବେ ଓଡ଼ିଶାରେ କାହିଁକି ଏଭଳି କରାଗଲା ନାହିଁ। ଅବକାରୀ ବିଭାଗର ଏଭଳି ଖାମଖିଆଲ ମନୋଭାବ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri