ମଦ ପିଆକୁ କେନ୍ଦ୍ର କରି ଭୁଜାଲି ମାଡ଼: ଜଣେ ମୃତ, ୪ ଗୁରୁତର

ସୋହେଲା,୯।୧୦(ଡି.ଏନ.ଏ.): ବରଗଡ ଜିଲା ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ସ୍ଥାନୀୟ କୁମ୍ଭାରବନ୍ଧ ପଡାରେ ମଦ ପିଆ ଟଙ୍କାକୁ ନେଇ ମଦ ବିକ୍ରେତା ଓ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ମଦ ବିକ୍ରେତାମାନେ ଭୁଜାଲି ଓ ବିଭିନ୍ନ ମରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ସରାଇପାଲି ଥାନା ବାଲସି ଗ୍ରାମର ଯୁବକ ସଞ୍ଜୟ ପଧାନ(୩୦)ଙ୍କ ମୃତ୍ୟୁ ହୋଇଛି। ମଦ ବିକ୍ରେତା ମାନଙ୍କ ଭୁଜାଲି ମାଡ଼ରେ ବରଗଡ ଜିଲା ବିଜେପୁର ଥାନା ବାଦୀପାଲି ଗ୍ରାମର ୪ ଜଣ ଯୁବକ କ୍ଷୀରୋଦ୍ର ଭୋଇ (୨୪),ଡାକ୍ତର ଭୋଇ(୨୩), ବାଲସି ଗ୍ରାମର ଯୁବକ ସଞ୍ଜୟ ପଧାନ(୩୦) ଓ ବିଦ୍ୟାଧର ଭୋଇ(୨୭) ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ପୂଜା କମିଟିର ସଦସ୍ୟମାନେ ପୋଲିସର ସହାୟତାରେ ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ରାତାରାତି ଉକ୍ତ ପଡାର ମଦ ବିକ୍ରେତା ଓ କିଛି ଲୋକଙ୍କୁ ସନ୍ଦେହରେ ଉଠାଇ ଆଣି ଥାନାରେ ରଖି ପଚରାଉଚୁରା କରୁଛନ୍ତି। ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଯାଇଛି। ଏନେଇ କେସ ନମ୍ବର ୧୬୭/୧୯ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ସୋର ବିଧାୟକ

ବାହାନଗା,୧ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ବିଧାନସଭା ନିିର୍ବାଚନ ମଣ୍ଡଳୀର ବିଧାୟକ ପର୍ଶୁରାମ ଧଡ଼ା ବିଶ୍ୱ ମହାମାରୀ କରୋନା ଭାଇରସର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ୯୩ କେଜି ଗଞ୍ଜେଇ ଜବତ

ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ...

ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି।...

ପୋଲିସକୁ ମାଡ଼ ମାରି ଜେଲ ଗଲେ ୨ ଭାଇ

ଆରଡ଼ି,୧୦।୪: ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ପୋଲିସ ଶନିବାର ଅପରାହ୍ନରେ ମାସ୍କ ଓ ହେଲ୍‌ମେଟ ଚେକିଂ କରୁଥିବା ବେଳେ ମାଡ଼ ମାରିବା ଅଭିଯୋଗରେ ୨ ଭାଇଙ୍କୁ...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ପଟ୍ଟାଙ୍ଗି,୮ା୧୧(ଡି.ଏନ.ଏ.):ଜାତୀୟ ରାଜପଥ ବିଭାଗର ଖାମଖିଆଲ ଯୋଗୁ ବିଭାଗର ରାଜପଥଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି। କୋରାପୁଟ ଜିଲା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାଠାରୁ ଆରମ୍ଭ କରି...

ହାତ, ଗୋଡ଼ ପାପୁଲି ନ ଥିବା ବିରଳ ଶିଶୁ ଜନ୍ମ

ବ୍ରହ୍ମପୁର ଅଫିସ,୨୨।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ । ଶିଶୁଟି ବୁଧବାର ଅପରାହ୍ନରେ...

ନୀଳଗିରିରେ ହେବ ପଥର ଶିଳ୍ପ କରିଡର

ନୀଳଗିରି,୨୨।୧୨(ସ୍ବ.ପ୍ର): ଚମକିବ ନୀଳଗିରି ଉପଖଣ୍ଡରେ ଥିବା ପଥରଶିଳ୍ପ। ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜନ୍ମଦିନ...

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ...

Advertisement
Archives

Model This Week