ମଦ ପାଇଁ ଆକ୍ରମଣ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍‌ ନଂ.୧୧୨/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇଦିଆଯାଇଛି।
ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ଗ୍ରାମରେ ଦେଶୀମଦ ବିକ୍ରି କରୁଥିବା ଶ୍ରୀହରିଙ୍କ ଘରକୁ ଗ୍ରାମର ରାଜୀବ ରେଡ୍ଡୀ ମଦ ପାଇଁ ଯାଇଥିଲେ। ଶ୍ରୀହରି ମଦ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶ୍ରୀହରି ଉତ୍ତେଜିତ ହୋଇ କଟୁରିରେ ରାଜୀବଙ୍କୁ ଆକ୍ରମଣ କରିଥିଲେ। ଫଳରେ ରାଜୀବଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରଠାରୁ ଫେରାର ଥିବା ଶ୍ରୀହରି ଗ୍ରାମକୁ ଫେରିଥିବା ଖବର ପାଇ ରବିବାର ସକାଳେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌୍‌ଆଇ ବଳଭଦ୍ର ଗଣ୍ଡ ସଦଳବଳ ଶ୍ରୀ ହରିଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜେଏସ୍‌ରେ ସତ୍ୟବାଦୀରୁ ଦେବାନଙ୍କ ସଫଳତା

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ସିଭିଲ୍‌ ଜଜ୍‌ ପଦରେ ନିଯୁକ୍ତି ପାଇଁ ଓଜେଏସ୍‌ ପରୀକ୍ଷାରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଦେବାନ ସତ୍ୟଦର୍ଶୀ ନନ୍ଦ ସଫଳତା ହାସଲ କରିଛନ୍ତି। ମେଧା...

ବାଧକ ସାଜିଛି ଗଛ: ଧିମେଇ ଯାଉଛି ରାସ୍ତା କାମ

ଜମନକିରା,୮।୧୨(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମନକିରା ୫୩ ନଂ. ରାଜପଥ ଷଣ୍ଢପଥର-ଫାଶୀମାଳ ଏବଂ ଜମନକିରା ମୁଖଛକ -ବଡ଼ମାଳ...

ଅଗ୍ନିକାଣ୍ଡ: ୫ ପରିବାରଙ୍କ ୬ ବଖରା ଭସ୍ମୀଭୂତ

ଧରାକୋଟ, ୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ଗ୍ରାମପଞ୍ଚାୟତ ଡାକିବଜାର ଗ୍ରାମରେ ଗୁରୁବାର ବିଳମ୍ବିତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ୫ ପରିବାରଙ୍କ...

କେସିଙ୍ଗାରେ ୭୧ ତମ ସାଧାରଣତନ୍ତ୍ର ଦିବସ

କେସିଙ୍ଗା,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟାପୀଠ ଖେଳପଡ଼ିଆ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି...

ହରିଶଙ୍କରରେ ମାଓବାଦୀଙ୍କ ବ୍ୟାନର

ଖପ୍ରାଖୋଲ ୧୪।୬ (ଡି.ଏନ.ଏ.) : କିଛିଦିନର ନିରବତା ପରେ ପୁଣି ମାଓବାଦୀମାନେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରିଛନ୍ତି। ଖପ୍ରାଖୋଲ ବ୍ଲକ...

ଅନିଶ୍ଚିତତାରେ ପାରିନୂଆପଡ଼ା ବଳିତର ଘାଟ ପୋଲ

ରାଜକନିକା, ୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡା ପଞ୍ଚାୟତର ବୈତରଣୀ ନଦୀର ବଳିତର ଘାଟରେ ଏକ ପୋଲ ନିର୍ମାଣ ପାଇଁ ୬୦ ବର୍ଷ ହେଲା...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ...

Advertisement
Archives

Model This Week