Posted inଫୁରସତ

ମଦ ନିଶାରେ ନାଗସାପ ସହ ଖେଳ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସାଧାରଣତଃ ସାପକୁ ଦେଖିଲେ ଲୋକେ ଭୟରେ ଥରି ଉଠନ୍ତି। ମାତ୍ର ଜଣେ ବ୍ୟକ୍ତି ମଦ ନିଶାରେ ଏକ ନାଗସାପ ସହ ଖେଳୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଯିଏ ଦେଖିବ ସେ ନିଶ୍ଚିତ ଡରିଯିବ। ମାତ୍ର ସଂପୃକ୍ତ ବ୍ୟକ୍ତି ଜଣକ ଆରାମରେ ସାପ ସହ ଖେଳି ଚାଲିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଦୌସା ଜିଲାର ଗୁଢ଼ାକାଟଲା ଗାଁରେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ପ୍ରକାଶ ମହାବର। ମଦନିଶାରେ ପ୍ରାୟ ଅଧଘଣ୍ଟା ଧରି ସେ ସାପ ସହ ଖେଳିଥିବା ଭିଡିଓରେ ଦେଖିବାକୁ ମିଳିଛି। କେତେବେଳେ ସାପ ମୁହଁରେ ମୁହଁ ଲଗାଇ ଦେଉଛନ୍ତି ତ ଆଉ କେତେବେଳେ ତା’ ଲାଙ୍ଗୁଡ଼ ଧରି ଭିଡ଼ି ଫିଙ୍ଗି ଦେଉଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ସେ ସାପ ସହ ଖେଳୁଛନ୍ତି। ଏପରିକି ନିଶାରେ ସାପକୁ ବେଳେବେଳେ ବେକରେ ପକାଇ ଦେଉଛନ୍ତି। ଗ୍ରାମବାସୀ ଏହା ଦେଖି ତାଙ୍କୁ ସାପ ନିକଟରୁ ଦୂରେଇ ଯିବାକୁ କହୁଥିଲେ ହେଁ ସେ କାହା କଥାକୁ ଧ୍ୟାନ ନ ଦେଇ ସାପ ସହ ଖେଳି ଚାଲିଥିଲେ। ଶେଷରେ ସାପଟି ଦଂଶନ କରିବାରୁ ଗ୍ରାମବାସୀ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ

ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍‌ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ...

ଅନ୍‌ଲାଇନ୍‌ରେ କାର୍‌ ବିକ୍ରି ବିଜ୍ଞାପନରେ ଯୁବକ ଛାଡ଼ିଲେ ଅଶ୍ଳୀଳ ଫଟୋ, ଆଉ ତା’ ପରେ…

ଆଜିକାଲି ଡିଜିଟାଲ ଶପିଂ ଚାଲିଛି। ଜିନିଷ କିଣିବାଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁକିଛି ଅନ୍‌ଲାଇନ୍‌ରେ ହେଉଛି। ଅଷ୍ଟ୍ରେଲିଆର ଜଣେ ଯୁବକ ନିଜର କାର୍‌ ବିକିବା...

ଆକାଶରୁ ହେଲା ଉଲ୍‌କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି

ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍‌କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍‌...

ପିମ୍ପୁଡ଼ିଠାରେ ବିରଳ ଖଣିଜ

ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା...

ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର

ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ...

ମାଙ୍କଡ଼ଙ୍କ ପାଇଁ ବୀମା କମ୍ପାନୀ ନାକେଦମ

ବୀମା କମ୍ପାନୀମାନେ ମାଙ୍କଡ଼ଙ୍କ ପାଇଁ ନାକେଦମ ହୋଇ ପଡ଼ିଲେଣି। ଏକଥା ଶୁଣିଲେ ହୁଏତ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇପାରେ। ଅବଶ୍ୟ ଏହା ଏଠିକାର...

ପାଣି ପିଉଥିଲା ବାଘ: ଆଖି ପିଛୁଳାକେ ଏପରି ଟାଣିନେଲା କୁମ୍ଭୀର

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଫୋଲ୍ଡ ହୋଇପାରୁଥିବା ଇ-ବାଇକ୍‌

ବଢ଼ିଚାଲିଥିବା ପ୍ରଦୂଷଣକୁ ରୋକିବା ଲାଗି ଏବେ ଇ-ବାଇକ୍‌ ଓ କାର୍‌କୁ ଗୁରୁତ୍ୱ ଦିଆଯାଉଛି। ଏହାର ବ୍ୟବହାର ଯେମିତି ବହୁଳଭାବେ ହେବ ସେଥିପାଇଁ ସରକାର ମଧ୍ୟ ବିଭିନ୍ନ...

Advertisement
Archives

Model This Week