ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ

ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ମଦ୍ୟପଙ୍କୁ ଧରି ୨୪ ଘଣ୍ଟା ଲାଗି ପିଞ୍ଜରାରେ ବନ୍ଦ କରି ଦିଅନ୍ତି। ଏହା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧୨୦୦ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଥାଏ। ସ୍ଥାନୀୟ ମୋତିପୁରା ଗାଁର ଗ୍ରାମବାସୀମାନେ ମଦ୍ୟପଙ୍କୁ ଏଭଳି ଦଣ୍ଡାଦେଶ କରିଥାନ୍ତି। ପିଞ୍ଜରାକୁ ଗାଁର ମଝି ଦାଣ୍ଡରେ ରଖି ଦିଆଯାଇଥାଏ। ଜରିମାନା ଦେବାପରେ ମଦ୍ୟପଙ୍କୁ ମୁକ୍ତ କରାଯାଇଥାଏ। ଏହାଦ୍ୱାରା ମଦ୍ୟପଙ୍କୁ ଲଜ୍ଜା ଲାଗିଥାଏ। ସେମାନେ ଆଉ ମଦ୍ୟପାନ କରିବାକୁ ଚାହିଁ ନ ଥାନ୍ତି। ଏଭଳି ଉପାୟ ଆପଣେଇବା ଦ୍ୱାରା ଗତ ୨ ବର୍ଷ ମଧ୍ୟରେ ଗାଁରେ କେହି ମଦ୍ୟପାନ କରି ନାହାଁନ୍ତି ବୋଲି ଗ୍ରାମବାସୀ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ କୌଣସି ପଦବୀରେ ରୁହେ କି ନ ରୁହେ କିନ୍ତୁ… ପଦଯାତ୍ରାର ଶେଷ ଦିନରେ ଏଭଳି କହିଲେ ପାଇଲଟ

ଜୟପୁର,୧୫।୫: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଏହି ଯାତ୍ରାର ପଞ୍ଚମ ତଥା ଶେଷ ଦିନ ଥିଲା।...

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ...

ବାପାଙ୍କ କାରକୁ ମାଙ୍କ ଲିପ୍ଟିକ୍‌ରେ ସଜେଇଲେ ପୁଅ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ହାଜତରେ ମହିଳାଙ୍କ ମୃତ୍ୟୁ

ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି।...

ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା,୫।୧୧: ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ତଥା ଟିଏମ୍‌ସି ପାର୍ଟିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫...

ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ, ଡ୍ରୋନ୍‌ ଆଣିଥିବା ଅସ୍ତ୍ରଶସ୍ତ୍ରରେ ୨୨ ବିଦେଶୀ ପିସ୍ତଲ…

ଚଣ୍ଡିଗଡ଼,୨୦।୧୦: ପଞ୍ଜାବରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ହୋଇଥିବା ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପଟୁ ଆସିଥିବା ଅସ୍ତ୍ରଶସ୍ତ୍ର ବିଏସ୍‌ଏଫ୍‌...

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି...

Advertisement
Archives

Model This Week