ମତାନ୍ତର ଭୁଲି ଏକତାସୂତ୍ରରେ ବାନ୍ଧି ହୁଅ: ନିରଞ୍ଜନ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ତୃଣମୂଳସ୍ତରରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳର ୩୩ ସାଙ୍ଗଠନିକ ଜିଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନଠାରେ ଦୁଇଦିନିଆ ଚୟନ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନଚାର୍ଜ ସଚିନ୍‌ ରାଓ ଓଡିଶା ଗସ୍ତରେ ଆସି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ବିଭିନ୍ନ ଜିଲାରୁ ଆସିଥିବା ସକ୍ରିୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବ। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ମତାନ୍ତରକୁ ଭୁଲି ଏକତା ସୂତ୍ରରେ ବାନ୍ଧିହୋଇ କାର୍ଯ୍ୟ କରିବା ଆବଶ୍ୟକ। ସାମ୍ପ୍ରତିକ ପରିସ୍ଥିତିରେ ଦେଶରେ ଘଟୁଥିବା ଘଟଣାବଳୀରୁ ଲୋକମାନେ ଯେଭଳି ପ୍ରକୃତ ସତ୍ୟ ଉପଲବ୍ଧି କରିପାରିବେ ସେ ସମ୍ପର୍କରେ ସମସ୍ତ କଂଗ୍ରେସ କର୍ମୀ ଲୋକମାନଙ୍କୁ ଅବଗତ କରାଇବାକୁ ସେ କହିଛନ୍ତି। ସଚିନ ରାଓ କହିଛନ୍ତି ଯେ, ପ୍ରଶିକ୍ଷଣ ମାଧ୍ୟମରେ ସମସ୍ତେ କାର୍ଯ୍ୟ କରିବା ଦରକାର। ଏହାଦ୍ୱାରା କାମ କରିବା ପାଇଁ ପ୍ରେରଣା ମିଳିପାରିବ। ଏହାକୁ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଗୁରୁତ୍ୱ ପ୍ରଦାନ କରିଛି। ଏହି ଅବସରରେ ରାଓ ବିଭିନ୍ନ ଜିଲାରୁ ଆସିଥିବା ସକ୍ରିୟ ନେତୃବୃନ୍ଦଙ୍କ ସହ ଜଣ ଜଣ କରି ସଙ୍ଗଠନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ବୈଠକକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଶିକ୍ଷଣ ଇନ୍‌ଚାର୍ଜ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଁଦିଆ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୨୦ା୮-ଲଗାଣ ବର୍ଷାରେ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥକା ପଞ୍ଚାୟତର କୁଆଁରିଆ ଛକଠାରୁ ଟୋଲକଲୁଣ୍ଡି ଦେଇ ଧର୍ମଶାଳା ବ୍ଲକ ତୁରଙ୍ଗ ଗ୍ରାମକୁ ସଂଯୋଗ...

ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଚିନ୍ତା: ରାଜଧାନୀ ପାଇଁ ସ୍ବତନ୍ତ୍ର ପ୍ଲାନ୍‌, ୭ ଦିନରେ ୫୦୦୦ ନମୁନା ପରୀକ୍ଷଣ ଲକ୍ଷ୍ୟ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍‌ ବାହାରିଛନ୍ତି। ହେଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ମାମଲା...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ...

ରଥଯାତ୍ରା ଆୟୋଜନ ଦାବିରେ ୬ ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ, ୧୯।୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ...

୨ରୁ ଭାଜପାର ରାଜ୍ୟବ୍ୟାପୀ ପଦଯାତ୍ରା

ଭୁବନେଶ୍ୱର,୩୦।୯(ବ୍ୟୁରୋ) : ଭାଜପା ପକ୍ଷରୁ ଆସନ୍ତା ୨ ତାରିଖରେ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ...

ଚାଲୁନି ପାସେଞ୍ଜର ଟ୍ରେନ୍‌, ବାଧୁଛି ବସ୍‌ ଭଡ଼ା

ପୁରୀ ଅଫିସ,୨୧।୨: କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ...

ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗକୁ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ...

ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍‌ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ...

Advertisement
Archives

Model This Week