ମଣିଷ ଦେହରେ କରୋନା ଟିକା :ପ୍ରଥମ ପ୍ରୟୋଗ ସଫଳ

ଓ୍ବାଶିଂଟନ,୨୦ା୫: ମହାମାରୀ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଖୋଜିବାରେ ଲାଗିଛନ୍ତି। ବୈଜ୍ଞାନିକମାନଙ୍କ ୮୦ଟି ଟିମ୍‌ ମଧ୍ୟରୁ ଅନୂ୍ୟନ ୮ଟି ଟିକା ସନ୍ଧାନର ନିକଟତର ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କିଛିଦିନ ତଳେ କୁହାଯାଇଥିଲା। ଏଭଳିସ୍ଥଳେ ଆମେରିକାର ବାୟୋଟେକ୍‌ କମ୍ପାନୀ ‘ମୋଡର୍ନା ଇଙ୍କ୍‌’ ତାହାର କୋଭିଡ୍‌-୧୯ ଟିକାକୁ ମାନବ ଶରୀରରେ କରାଯାଇଥିବା ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଥିବା ଦାବି କରିଛି। ଉକ୍ତ ଅଧ୍ୟୟନ ଗତ ମାର୍ଚ୍ଚ ମଧ୍ୟଭାଗରେ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କୁ ନେଇ କରାଯାଇଥିଲା। ଏହି ଟିକା ମାଧ୍ୟମରେ ଶରୀରରେ ଯେଉଁ ଆଣ୍ଟିବଡି ଉତ୍ପନ୍ନ ହୁଏ ତାହା ଭୂତାଣୁକୁ ବହୁତ ଦୁର୍ବଳ କରିଥାଏ ବୋଲି କୁହାଯାଇଛି।
ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥଠାରେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଏବଂ ଇନ୍‌ଫେକ୍ସିଅସ୍‌ ଡିଜିଜ୍‌ (ଏନ୍‌ଆଇଏଆଇଡି) ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରେ ୧୮ରୁ ୫୫ ବର୍ଷ ବୟସର ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ଜଣିଆ ୩ଟି ଗ୍ରୁପ୍‌କୁ ୩ ଭିନ୍ନ ଭିନ୍ନ ପରିମାଣର(ନିମ୍ନ, ମଧ୍ୟମ ଏବଂ ବଡ଼) ଡୋଜ୍‌ ଦିଆଯାଇଥିଲା। ମୋଡର୍ନା ଇଙ୍କ୍‌ ଅନୁଯାୟୀ, ପ୍ରାରମ୍ଭିକ ସଙ୍କେତଗୁଡିକ ଉତ୍ସାହଜନକ ଥିଲା। କରୋନା ଭାଇରସ୍‌ ବିରୋଧରେ ସେଥିରୁ ଯେଉଁ ଆଣ୍ଟିବଡି ସୃଷ୍ଟି ହୁଏ ତାହା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ପ୍ଲାଜ୍‌ମାରେ ଦେଖାଯାଉଥିବା ଆଣ୍ଟିବଡି ତୁଳନାରେ ସମାନ କିମ୍ବା ଅଧିକ। ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ପ୍ରକୃତରେ ଟିକାର କାର୍ଯ୍ୟକାରିତା ମାପିବା ପାଇଁ ନୁହେଁ, ମୁଖ୍ୟତଃ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ପ୍ରାଥମିକ ବିଶ୍ଳେଷଣକୁ ଆଧାରକରି କମ୍ପାନୀ ରିପୋର୍ଟ କରିଛି ଯେ, ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮ଜଣଙ୍କ ଆଣ୍ଟିବଡି (୪ଟି ନିମ୍ନ ଡୋଜ ଏବଂ ୪ଟି ମଧ୍ୟମ ଡୋଜ ଦିଆଯାଇଥିବା) ଲାବ୍‌ରେ ଭୂତାଣୁକୁ ପ୍ରଭାବହୀନ କରିଦେଉଛି। ଏହି ଫଳାଫଳ ଦେଖି ଆମେ ଆନନ୍ଦିତ ହୋଇଥିଲୁ। କାରଣ ଆମ ଆଶା ଅନୁଯାୟୀ ପ୍ରାୟ ସବୁ ଦିଗରୁ ସଫଳତା ମିଳିଛି ବୋଲି ମୋଡର୍ନାର ସଭାପତି ଡ. ଷ୍ଟିଫେନ୍‌ ହୋଗ୍‌ କହିଛନ୍ତି। ଏହି ଟିକା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ଶ୍ରେଷ୍ଠ ଉତ୍ପାଦ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଟିକାର ପାର୍ଶ୍ୱ ପ୍ରତିିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ବ୍ୟକ୍ତିଙ୍କୁ ଟିକାର ବଡ଼ ଡୋଜ୍‌ ଦିଆଯାଇଥିଲା, ତାଙ୍କଠାରେ ଜ୍ୱର, ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ମଧ୍ୟମ ଡୋଜ୍‌ ଗ୍ରହଣ କରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନର ଚାରିପାଖ ଚର୍ମ ଲାଲ ହୋଇଯାଇଥିଲା। ଏହାସହିତ ଜ୍ୱର, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ହେଲେ ପ୍ରାୟ ସମସ୍ତ ଲକ୍ଷଣ ଗୋଟିଏ ଦିନ ମଧ୍ୟରେ ଭଲ ହୋଇଯାଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଟିକାର ଦ୍ୱିତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ (ଏଫ୍‌ଡିଏ) ମଞ୍ଜୁରୀ ଦେଇସାରିଛି। ଏଥିରେ ପ୍ରାୟ ୬୦୦ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ। ସେମାନଙ୍କୁ ଦୁଇଟି ଡୋଜ୍‌ ଦିଆଯିବ। ସେଥିମଧ୍ୟରୁ ଗୋଟିଏ ଡୋଜ୍‌ର ମାତ୍ରା ନିମ୍ନ ଡୋଜ୍‌ଠାରୁ ସାମାନ୍ୟ ଅଧିକ ରହିବ। ଏହାସହିତ ମଧ୍ୟମ ଡୋଜ୍‌ ମଧ୍ୟ ଦିଆଯିବ। ଏହି ଦୁଇ ଡୋଜ୍‌ ଶକ୍ତିଶାଳୀ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ଉତ୍ପନ୍ନ କରିବା ପାଇଁ ଉପଯୁକ୍ତ ମନେ କରାଯାଉଛି। କମ୍ପାନୀ ପକ୍ଷରୁ ଆଶା କରାଯାଉଛି ଯେ, ଏହି ଅଧ୍ୟୟନ ଜୁନ୍‌ରେ ଆରମ୍ଭ ହେବ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭଳି କରୋନା ଭାଇରସ୍‌ ସଂସ୍ପର୍ଶରେ ଆସିବାର ଅଧିକ ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରାଯାଇପାରେ। ଏହି ଅଧ୍ୟୟନ ନିର୍ଣ୍ଣୟ କରିବ ଯେ, ପ୍ରାୟତଃ ଜୁଲାଇରେ ହେବାକୁ ଥିବା ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଅଧ୍ୟୟନ ପାଇଁ କେଉଁ ମାତ୍ରାର ଡୋଜ୍‌ ବ୍ୟବହାର କରାଯିବ। କୋଭିଡ୍‌-୧୯ ବିରୋଧରେ ଟିକାର ଜରୁରୀ ଆବଶ୍ୟକତାକୁ ଆଧାରନ୍‌କରି ଏଫ୍‌ଡିଏ ଗତ ୧୨ ତାରିଖରେ ମୋଡର୍ନା ଟିକାକୁ ଫାଷ୍ଟ ଟ୍ରାକ୍‌ର ମାନ୍ୟତା ଦେଇଥିଲା, ଯାହା ନିୟାମକ ଏଜେନ୍ସିର ସମୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ବୋଲି କୁହାଯାଉଛି।
ମୋଡର୍ନା ଏହି ଟିକା ପ୍ରସ୍ତୁତି ପାଇଁ ଆର୍‌ଏନ୍‌ଏ ଟେକ୍ନୋଲୋଜି ବ୍ୟବହାର କରିଛି। ଭୂତାଣୁ କିମ୍ବା ଏହାର ପ୍ରୋଟିନର ନିଷ୍କ୍ରିୟ ଅଂଶକୁ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ଟିକା ଆକାରକୁ ଅଣାଯାଏ। ତାହାକୁ ଶରୀରକୁ ଇଞ୍ଜେକ୍ଟ କରାଗଲେ ପ୍ରତିକ୍ରିୟା ସ୍ବରୂପ ଆଣ୍ଟିବଡି ତିଆରି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?