Advertisement
Posted inଜାତୀୟ

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭ ଲକ୍ଷ ଟଙ୍କା ସହିତ ୨୬.୪୯ ଲକ୍ଷ ଟଙ୍କାର ଅଚଳ ନୋଟ ଜବତ କରିଛି। ଅଚଳ ନୋଟ ଜବତ ହେବା ଏକ ଅପରାଧ ଏବଂ ଏଥିପାଇଁ ୫ ଗୁଣ ଅର୍ଥ ତାଙ୍କଠାରୁ ଆଦାୟ କରାଯିବ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ରାଜ୍ୟର ଉନ୍ନୟନମୂଳକ ପାଣ୍ଠିରୁ ୩୩୨ କୋଟି ଟଙ୍କା ଅନିୟମିତତା ଅଭିଯୋଗରେ ସିବିଆଇ ଇବୋବିଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରେ ମଣିପୁର ଉନ୍ନୟନ ସୋସିଆଇଟି (ଏମ୍‌ଡିଏସ୍‌) ସହ ସମ୍ପୃକ୍ତ ଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅଛନ୍ତି। ସେମାନେ ହେଲେ ଏମ୍‌ଡିଏସ୍‌ର ପୂର୍ବତନ ଅଧ୍ୟକ୍ଷ ଡି.ଏସ୍‌. ପୁନିଆ, ପି.ସି. ଲମୁକ୍‌ଙ୍ଗା ଏବଂ ଓ. ନବକିଶୋର ସିଂ, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବାଇ. ନିଙ୍ଗ୍‌ଥେମ ସିଂ ଏବଂ ପ୍ରଶାସନିକ ଅଧିକାରୀ ଆର୍‌. ରଞ୍ଜିତ୍‌ ସିଂ। ଇବୋବିଙ୍କ ଘର ଉପରେ ଚଢ଼ାଉ ବେଳେ ୮ଟି ଲକ୍‌ଜ୍ୟୁରୀ କାର ସମେତ କେତେକ ବ୍ରାଣ୍ଡେଡ୍‌ ସାମଗ୍ରୀ ଜବତ ହୋଇଛି। ୨୦୦୯ ଜୁନ୍‌ ୩୦ରୁ ୨୦୧୭ ଜୁଲାଇ ୬ ପର୍ଯ୍ୟନ୍ତ ଇବୋବି ଏମ୍‌ଡିଏସ୍‌ର ଅଧ୍ୟକ୍ଷ ଥିଲେ। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ଉକ୍ତ ସୋସାଇଟିକୁ ୫୧୮ କୋଟି ଟଙ୍କା ଆସିଥିବାବେଳେ ସେଥିରୁ ୩୩୨ କୋଟି ଟଙ୍କା ହେରଫେର ହୋଇଥିଲା ବୋଲି ସିବିଆଇ ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ନାଲିଷ୍ଟଙ୍କୁ ଭାଜପା ନେତା କହିଲେ ଆଫଗାନିସ୍ତାନ ଚାଲିଯାଅ

ଇନ୍ଦୋର,୨୦।୮ : ବର୍ଦ୍ଧିତ ତୈଳ ଦର ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମଧ୍ୟପ୍ରଦେଶର ଜଣେ ଭାଜପା ନେତା ଜଣେ ଜର୍ନାଲିଷ୍ଟଙ୍କୁ ଆଫଗାନିସ୍ତାନ ଚାଲି ଯିବାକୁ କହିଛନ୍ତି। କାଟ୍‌ନି...

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

ହରିୟାଣାରେ ତ୍ରିଶଙ୍କୁ ସରକାର ସମ୍ଭାବନା: ଛୋଟ ଦଳ ସାଜିବେ କିଙ୍ଗ୍‌ ମେକର

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏଠାରେ ତ୍ରିଶଙ୍କୁ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି।...

ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଲେ ଭକ୍ତ

ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮...

ଶେଷ ଇଚ୍ଛା ଜଣାଉନାହାନ୍ତି ନିର୍ଭୟା ବଳାତ୍କାରୀ

ନୂଆଦିଲ୍ଲୀ,୨୪ା୧:ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବାକୁ ଥିବାବେଳେ ଏହାର ୯ ଦିନ ପୂର୍ବରୁ ତିହାର ଜେଲ୍‌ କର୍ତ୍ତୃପକ୍ଷ...

ରାଜଧାନୀରୁ ହଟିଲା ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍‌ ଆପ୍‌

ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍‌ ଆପ୍‌ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍‌ ମାଧ୍ୟମରେ ଫେସ୍‌ବୁକ୍‌ ୟୁଜରଙ୍କ କଣ୍ଟେଟ୍‌ ସମ୍ପର୍କିତ...

ପ୍ରଥମ ବିବାହବାର୍ଷିକୀ ପାଳନ ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା କରି ଗଙ୍ଗାରେ ଫିଙ୍ଗିଦେଲେ ସ୍ବାମୀ

ପାଟଣା,୯ା୬: ବିହାରର ବୈଶାଳୀ ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବିବାହର ୧ ବର୍ଷ ପୂରଣ ପୂର୍ବରୁ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା...

Advertisement
Archives

Model This Week