ମଙ୍ଗଳ ଗ୍ରହରୁ ଶୁଖିବାରେ ଲାଗିଛି ଜଳୀୟ ଅଂଶ

ଓ୍ବାଶିଂଟନ, ୧୧।୧: ମଙ୍ଗଳରେ ଜୀବନ ଥିବା ନେଇ ମହାକାଶ ବିଜ୍ଞାନୀମାନେ ଦାବି କରିଥିବାବେଳେ ଏବେ ଜଣାପଡ଼ିଛି ଯେ ଧୀରେଧୀରେ ଏଠାରେ ଥିବା ଜଳୀୟ ଅଂଶ ଶୁଖିବାରେ ଲାଗିଛି। ଏକ୍ସୋ ମାର୍ସ ମିଶନରୁ ଏହା ଜଣାପଡ଼ିଛି। ଫ୍ରେଞ୍ଚ୍‌ ନ୍ୟାସନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ମଙ୍ଗଳ ଗ୍ରହର ବାୟୁମଣ୍ଡଳର ଉପର ଭାଗରେ ଥିବା ଜଳୀୟ ଅଂଶ ଆବଶ୍ୟକତା ଅନୁସାରେ ଶୀଘ୍ର ଶୁଖିବାରେ ଲାଗିଛି। ଏଭଳି କାହିଁକି ହେଉଛି ସେ ନେଇ ଅଧିକ ଗବେଷଣା ଜାରି ରହିଥିବା ମହାକାଶ ବିଜ୍ଞାନୀ ପ୍ରକାଶ କରିଛନ୍ତି। ଜଳକଣାର ରାସାୟନିକ ବିଘଟନ ହୋଇ ଉଦ୍‌ଜାନ ଏବଂ ଅମ୍ଳଜାନ ସୃଷ୍ଟି ହେଉଛି। ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଏଭଳି ପ୍ରକିୟାକୁ ରୋକିବାରେ ଅସଫଳ ହେଉଥିବା ଅନୁମାନ କରାଯାଉଛି। ୨୦୨୦ରେ ଛଡ଼ାଯିବାକୁ ଥିବା ମାର୍ସ ରୋଭର ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ସହିତ ଭବିଷ୍ୟତରେ ଏଠାରେ ମଣିଷ ବସତି ସ୍ଥାପନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୃଥିବୀକୁ ପ୍ରେରଣ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ୨ ଶହ ୟାର୍ଡ ପର୍ଯ୍ୟନ୍ତ ଘୁରବୁଲିି ଏହି ରୋଭର ୨୩ଟି କ୍ୟାମେରା ଦ୍ୱାରା  ମଙ୍ଗଳ ଭୃପୃଷ୍ଠ ସମ୍ପର୍କରେ ଚିତ୍ର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିବାବୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କ କରିବାରେ ବିଫଳ ହୋଇଥିଲା ଚାଇନା

ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ...

କିଭ୍‌ ଉପରେ ପୁଣି ଆକ୍ରମଣ କଲା ରୁଷିଆ

କିଭ୍‌,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ହୋଇଛି। କିଭ୍‌ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ...

ଆମେରିକା ସୁପ୍ରିମକୋର୍ଟର ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ବିଚାରପତି ହେଲେ କେତନଜି ବ୍ରାଉନ ଜ୍ୟାକସନ

ୱାଶିଂଟନ,୮ ।୪: ଇତିହାସ ରଚିଲେ ଜଣେ ଅଣଶ୍ୱେତାଙ୍ଗ ମହିଳା । ଆମେରିକା ସୁପ୍ରିମକୋର୍ଟରେ ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି କେତନଜି ବ୍ରାଉନ...

‘ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ବନ୍ଧୁ’

ପେଶାଓ୍ବର,୩।୯: ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଫଗାନିସ୍ତାନର ପୁନଃ ନିର୍ମାଣ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ବେଜିଂ ଆମକୁ ସହଯୋଗ କରିବ ବୋଲି ଶୁକ୍ରବାର...

ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର...

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକୀୟ ଉଚ୍ଚ ଅଧିକାରୀ

ଓ୍ବାଶିଂଟନ,୨୦ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଅର୍ଥ ବିଭାଗର ଉଚ୍ଚ ଅଧିକାରୀ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା...

ଦୌଡ଼ରେ ପ୍ରଧାନମନ୍ତ୍ରୀ, ବିରୋଧୀ ନେତା

କଲମ୍ବୋ,୧୩ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ନିଜ ଇସ୍ତଫାପତ୍ରରେ ସ୍ବାକ୍ଷର କରି ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ଅଧିକାରୀ ଉକ୍ତ...

କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ...

Advertisement
Archives

Model This Week