ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ ଅଫିସ, ୧୫।୧: ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୁଙ୍କ ମକର ବେଶ ପାଇଁ ବଡ ଓଡିଆ ମଠ ପକ୍ଷରୁ ବିଭିନ୍ନ ପୁଷ୍ପ ଓ ତୁଳସୀକୁ ନେଇ ସୁସଜ୍ଜିତ ମାଳ ଶ୍ରୀମନ୍ଦିରକୁ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମକର ଚାଉଳ ପ୍ରସାଦ ପାଇବା ପାଇଁ ସମାଗମ ଦେଖିବାକୁ ମିଳିଛି। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି, ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର, ଥୋର ନେଇ ଶ୍ରୀମନ୍ଦିରକୁ ଫେରିଥାନ୍ତି। ମଙ୍ଗଳବାର ଶ୍ରୀମନ୍ଦିରରେ ଚାଉଳ ମେଲାଣ ନୀତି ଓ ଫୁଲ ମେଲାଣ ନୀତି ସମ୍ପନ୍ନ ହୋଇଛି। ମାଳୀମାନେ ବାଘମୁହଁା ବାନ୍ଧି ମାଳଚୂଳ, ଜଳ କବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ସହ ବଡ଼ଦେଉଳକୁ ବେଢାଏ ପ୍ରଦକ୍ଷିଣ କରି ବେହେରଣଠାରେ ବେଶ ପାଇଁ ପାଳିଆ ସେବକଙ୍କୁ ଦେଇଥିଲେ। ଏହି ମାଳ ସନ୍ଧ୍ୟା ଆଳତି ବେଶରେ ଲାଗି ହୋଇଥିଲା। ମହାପ୍ରଭୁଙ୍କର ଚନ୍ଦନ ଲାଗି ବଢିବା ପରେ ଭୋଗମଣ୍ଡପ ଘରେ ଭଦ୍ରାସନ ଉପରେ ମୁରୁଜ ପଡ଼ି ୩ଟି ବାଉଁଶିଆରେ ଚାଉଳ ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେମେଡି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ଏହି ଅଧିବାସ ଚାଉଳ ହିଁ ମକର ଚାଉଳ ଭାବେ ମହାପ୍ରଭୁଙ୍କୁ ଲାଗି ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଫେରନ୍ତା ସତର୍କ ରହିଲେ ସଂକ୍ରମଣ ହେବ ନାହିଁ’ : ବିମାନ, ରେଳରେ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା...

ଆନ୍ଦୋଳନକୁ ଓହ୍ଲାଇଲେ ୮୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦୧୫ରେ ନିଯୁକ୍ତି ପାଇଥିବା ୮୧୦୨ଜଣ କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ସମୟ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ...

ଏମାର ମଠ ଉଚ୍ଛେଦ ଜାରି: ମହନ୍ତଙ୍କୁ ନେଇ ବଢୁଛି ଉତ୍କଣ୍ଠା

ପୁରୀ ଅଫିସ, ୩୧ା୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଦିନକୁ ଦିନ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଶୁକ୍ରବାର ବ୍ରିଟିଶ ଅମଳର ରଘୁନନ୍ଦନ...

କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨୩କୁ ବୃଦ୍ଧି

କୋରାପୁଟ,୨୯ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ଆଉ ୨୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨୩କୁ ବୃଦ୍ଧି ପାଇଛ।...

ସ୍କୁଲ ବସ୍‌ ପଛକୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ୧୮ ଛାତ୍ରୀଛାତ୍ର

ଆନନ୍ଦପୁର,୭।୭(ସ୍ବ.ପ୍ର.)-ଶନିବାର ଏକ ବଡ଼ ଦୁର୍ଘଟଣାରୁ ୧୮ ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଗୋହିରାଠାରେ ଥିବା ଏକ ଘରୋଇ ଇଂଲିଶ...

ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି...

ଜାତୀୟ ରାଜପଥ ପାର୍ଶ୍ୱରୁ ହଟାଯିବ ଦୋକାନ

ଛତ୍ରପୁର,୧୩ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭।୬(ବ୍ୟୁରୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଳଦ କରିଛନ୍ତି। ୨୦୧୭ ବ୍ୟାଚର ୫ ଜଣ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି। ରବିବାର ଏ ନେଇ...

Advertisement
Archives

Model This Week