Posted inଜାତୀୟ

ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିଲା। ହେଲେ ସେହି ସମୟରେ ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ୮ଜଣଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦୁର୍ଘଟଣା ଘଟିବା ସମୟରେ ନୀତୀନ ବାଥମ ନାମକ ଜଣେ ଯୁବକ ସେଠାରେ ଉପସ୍ଥିତ ଥିଲେ। କିଛି ପିଲା ପାଣିରେ ବୁଡ଼ୁଥିବା ଦେଖି ନୀତୀନ ସଙ୍ଗେ ସଙ୍ଗେ ପାଣିକୁ ଡେଇଁ ସେମାନଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ଉଦ୍ଧାରକାରୀ ଡଙ୍ଗା ମଧ୍ୟ ପହଞ୍ଚିଯାଇଥିଲା। ଏହାପରେ ନୀତୀନ ଜଣ ଜଣଙ୍କୁ ଉଦ୍ଧାର କରି ଡଙ୍ଗାରେ ଚଢ଼ାଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ। ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏଥିସହ ନୀତୀନଙ୍କୁ ବୀରତା ପୁରସ୍କାର ପ୍ରଦାନ ପାଇଁ ଭାଜପା ମୁଖପାତ୍ର ଓ ଭାଜପା ଯୁବାମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାହୁଲ କୋଠାରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ...

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି...

କାନପୁରରେ ପ୍ରଥମ ଜିକା ଭାଇରସ ରୋଗୀ

କାନପୁର,୨୪ ।୧୦: ଉତ୍ତର ପ୍ରଦେଶର କାନପୁରରେ ଦେଶର ପ୍ରଥମ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀରୁ ବିଶେଷଜ୍ଞ ଟିମ...

ବିମାନରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇଲା ଏଚଏଏଲ…

ବେଙ୍ଗାଲୁରୁ,୧୪।୨ : ମଙ୍ଗଳବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ବେଙ୍ଗାଲୁରୁର ଏରୋ ଇଣ୍ଡିଆ ୨୦୨୩ ରେ ପ୍ରଦର୍ଶିତ ହୋଇଥିବା ‘ହିନ୍ଦୁସ୍ତାନ ଲିଡ ଇନ ଫାଇଟର୍‌ ଟ୍ରେନର (ଏଚଏଲଏଫଟି)...

ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍‌ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୬।୬: କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍‌ ହେବ ନାହିଁ। ଏଭଳି ମନ୍ତବ୍ୟ...

ଆସନ୍ତା ସପ୍ତାହରେ ଭାଜପାରେ ଯୋଗଦେବେ ହାର୍ଦ୍ଦିକ

ଅହମଦାବାଦ,୨୮ା୫(ଆଇଏଏନ୍‌ଏସ୍‌): କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମେ’ ୩୦ କିମ୍ବା ୩୧ରେ ଭାଜପାରେ ଯୋଗଦେବେ। ଏନେଇ ସେ ଶୁକ୍ରବାର ଅହମଦାବାଦରେ ସୂଚନା ଦେଇଛନ୍ତି।...

ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩...

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

Advertisement
Archives

Model This Week