ଭୋଟ ଦେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି। ଭୋଟ ଦେଇ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା। ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଲୋକମାନେ ନିଜର ମତଦାନ କରିଛନ୍ତି। ଏବେ ପର୍ଯ୍ୟନ୍ତ ସବୁ ବୁଥ୍‌ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତଦାନ ପାଇଁ କାମରାଜ ଲେନ୍‌ର ଏକ ବୁଥ୍‌ରେ ପହଞ୍ଚି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ୩୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୧,୪୦୬ରୁ ଅଧିକ ନୂଆ ଆକ୍ରାନ୍ତ, ୮୩୬ ମୃତ

ନୂଆଦିଲ୍ଲୀ,୨୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୪୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା...

ଭାରତ ଆସିବେ ବୋରିସ ଜନସନ

ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ...

କଳାସୁନା ଉଦ୍ଭାବନ କଲେ ଭାରତୀୟ ବୈଜ୍ଞାନିକ: ସୌରରଶ୍ମୀ ଅବଶୋଷକ ଭାବେ କରିବ କାର୍ଯ୍ୟ

ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)ର...

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ...

୨୦୨୨ ବଜେଟ୍‌,୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌…

ନୂଆଦିଲ୍ଲୀ, ୧।୨ : ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ୨୦୨୨...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା: ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୬ ।୫: ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ...

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ।...

Advertisement
Archives

Model This Week