Posted inଜାତୀୟ

ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୧୭ା୮: ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହ ତୁରନ୍ତ ସଂଯୋଗ କରିବା ଲାଗି ନିର୍ବାଚନ କମିଶନ (ଇସି) ଆଇନଗତ କ୍ଷମତା ଚାହୁଁଛନ୍ତି। ସେଥିପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ କରିବାକୁ ଇସି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜାଲ୍‌ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଆଧାର ନମ୍ବର ସହ ସେମାନଙ୍କ ପରିଚୟ ଯାଞ୍ଚ ହେବା ଆବଶ୍ୟକ। ତେଣୁ ଜନପ୍ରତିନିଧି ଆଇନ, ୧୯୫୦ ଏବଂ ଆଧାର ଆଇନ, ୨୦୧୬ରେ ଆବଶ୍ୟକ ସଂଶୋଧନ କରିବାକୁ ଇସି ଆଇନ ମନ୍ତ୍ରଣାଳୟକୁ ଜଣାଇଛନ୍ତି। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏହାକୁ ଆଧାର ସହ ଲିଙ୍କ୍‌ କରାଯିବା ଜରୁରୀ ବୋଲି କମିଶନ କହିଛନ୍ତି। ଭବିଷ୍ୟତରେ ଏହା ଭୋଟଦାନ ଓ ଭୋଟର ପରିଚୟ ଯାଞ୍ଚ ଲାଗି ନୂଆ ପ୍ରଯୁକ୍ତି ଉଦ୍‌ଭାବନରେ ସହାୟକ ହୋଇପାରିବ।
ବର୍ତ୍ତମାନର ଆଇନ ଅନୁଯାୟୀ ଆଧାରକୁ ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ସମ୍ଭବ ନୁହେଁ। ସୁପ୍ରିମକୋର୍ଟଙ୍କ ୨୦୧୮ ଆଧାର ରାୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଥିବା ଇସି ଜାଣିବାକୁ ପାଇଛନ୍ତି। ତେବେ ଭୋଟରମାନଙ୍କ ଗୋପନୀୟତାର ସୁରକ୍ଷା ପାଇଁ ଆଧାର ନମ୍ବରକୁ ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ ବୋଲି ଇସି ସ୍ପଷ୍ଟ କରିଛନ୍ତି। ୨୦୧୫ ଫେବୃୟାରୀରେ ପ୍ରଥମେ ଇସି ଆଧାର ଓ ଭୋଟର ପରିଚୟପତ୍ର ଲିଙ୍କ୍‌ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଥିଲେ ଏଚ୍‌. ଏସ୍‌. ବ୍ରହ୍ମା। ତେବେ ଆଧାରକୁ ସାଧାରଣ ବଣ୍ଟନ ବ୍ୟବସ୍ଥା, ଏଲ୍‌ପିଜି ଓ କିରୋସିନ ବଣ୍ଟନ ବ୍ୟତୀତ ଅନ୍ୟ କେଉଁଥିରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସେହିବର୍ଷ କହିବା ପରେ ଇସିଙ୍କ ଯୋଜନା ଅଟକି ରହିଥିଲା। ସେତେବେଳକୁ ୩୮ କୋଟି ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ହୋଇସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?