Posted inଖେଳ

ଭୋକିଲା ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ କ୍ରିକେଟର୍‌

କରୋନା ମହାମାରୀ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟର୍‌। ଭାରତୀୟ କ୍ରିକେଟର ହୁଅନ୍ତୁ କି ବିଦେଶୀ, ସମସ୍ତେ ଏହି କଠିନ ସମୟରେ ଆଗକୁ ଆସିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସି ମଧ୍ୟ ସାମିଲ ହୋଇଛନ୍ତି। ସ୍ତ୍ରୀ ଇମାରିଙ୍କ ସହ ମିଶି ନିଜ ଦେଶରେ ପ୍ରାୟ ୩୫ ହଜାର ପିଲାଙ୍କୁ ଖାଇବାକୁ ଦେଉଛନ୍ତି। କରୋନା ଯୋଗୁ ଏହି ପିଲାମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଫାଫ୍‌ଙ୍କ ସହ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ସୁରେଶ ରାଇନା ଏହି ଉଦ୍ୟମ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। ସେ ଟୁଇଟ୍‌ କରି ଲେଖିଛନ୍ତି, ଫାଫ୍‌ଙ୍କ ପାଇଁ ଆମେ ଗର୍ବିତ। ଇମାରି ସହିତ, ତୁମେ ଭୋକିଲା ପିଲାମାନଙ୍କୁ ଖାଇବାକୁ ଦେଉଛ। ସାହାଯ୍ୟ ପାଇଁ ଆଗକୁ ଆସିବାକୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ବୋଲି ରାଇନା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିତାଙ୍କ ଶେଷ ଇଚ୍ଛା ପୂରଣ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ବୋଲର୍‌ ମହମ୍ମଦ ସିରାଜ୍‌ ଡେବ୍ୟୁ...

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି...

ଓ୍ବେଲିଂଟନରେ ବର୍ଷା: ଭାରତର ସ୍କୋର ୧୨୨/୫

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଓ୍ବେଲିଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ...

ଟେଷ୍ଟରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ...

ଭାରତରେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ବେଶି

ଧର୍ମଶାଳା,୭।୯- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ...

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର...

ଲୁକ୍‌ ରୋଞ୍ଚି ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌

ଓ୍ବେଲିଂଟନ,୫।୧୧(ଏପି): ଉଇକେଟକିପର ବ୍ୟାଟ୍ସମ୍ୟାନ ଲୁକ୍‌ ରୋଞ୍ଚି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ସେ ଦାୟିତ୍ୱ ଗ୍ରହଣ...

Advertisement


Archives

Model This Week

Why Dharitri