ଭୂଷଣ ଷ୍ଟିଲର ୪ ହଜାର କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୩-୧୦: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସ୍‌ଏଲ୍‌)ର ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। କମ୍ପାନୀ ବିରୋଧରେ ଋଣ ଠକେଇ ଅଭିଯୋଗ ଆସିଥିବା ବେଳେ ବେଆଇନ ଅର୍ଥକାରବାର ତଦନ୍ତ ଆଧାରରେ ଇଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀର ଓଡ଼ିଶାରେ ଥିବା ଜମି, ବିଲ୍‌ଡିଂ, ପ୍ଲାଣ୍ଟ ଏବଂ ମେଶିନେରିକୁ ଇଡି ବେଆଇନ ଅର୍ଥ କାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ମୁତାବକ ଜବତ କରିଥିବା କହିଛି। ଜବତ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୪,୦୨୫.୨୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଭିନ୍ନ ବ୍ୟାଙ୍କରୁ କମ୍ପାନୀ ଋଣ ନେଇ ଏହି ଅର୍ଥକୁ ଅନ୍ୟ ଆଡେ ପଠାଇ ଦେଇଥିବା ଜଣା ପଡିଛି।
ଋଣ ଭାବେ ଲାଭ କରିଥିବା ୬୯୫.୧୪ କୋଟି ଟଙ୍କାର ପୁଞ୍ଜିକୁ ସିଏମ୍‌ଡି ଭାବେ ଅବସ୍ଥାପିତ ଥିବା ସଞ୍ଜୟ ସିଂଘଲ ଏବଂ ତାଙ୍କ ପରିବାର ଲଙ୍ଗଟର୍ମ କ୍ୟାପିଟାଲ ଗେନ୍‌ (ଏଲ୍‌ଟିସିଜି) ଭାବେ ଦର୍ଶାଇଛନ୍ତି। ସେହି ସମୟରେ ଆୟକରରୁ ଏଲ୍‌ଟିସିଜିକୁ ଛାଡ଼ କରାଯାଇଛି। ଭୂଷଣ କମ୍ପାନୀ, ସିଂଘଲ ଏବଂ ଅନ୍ୟ ମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାକୁ ଅଧ୍ୟୟନ କରିବା ପରେ ଇଡି ପକ୍ଷରୁ ସାନି ବେଆଇନ ଅର୍ଥ କାରବାର ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି। ଇଡି ଅଭିଯୋଗରେ କହିଛି ଯେ, ବିପିଏସ୍‌ଏଲ ନ୍ୟସ୍ତସ୍ବାର୍ଥ ରଖି ଅନେକ ସଂସ୍ଥାଙ୍କୁ କ୍ୟାପିଟାଲ ଗୁଡ୍‌ସ ଭାବେ ଆର୍‌ଟିଜିଏସ୍‌ ପେମେଣ୍ଟ କରିଛି। ଏଭଳି ଭାବେ ପେମେଣ୍ଟ ଲାଭ କରିଥିବା କମ୍ପାନୀ ଭୂଷଣକୁ କ୍ୟାଶ ଟ୍ରାନ୍ସଫର କରିଛନ୍ତି। ଯାହାକୁ ଏଲ୍‌ଟିସିିଜି ଭାବେ କମ୍ପାନୀ ଦର୍ଶାଇଛି। କମ୍ପାନୀ ବିଭିନ୍ନ ବେଆଇନ କାର୍ଯ୍ୟ ଦ୍ୱାରା ଏହା ଦର୍ଶାଇଥିବା ଇଡି କହିଛି। ସେହିଭଳି ପ୍ରମୋଟର କମ୍ପାନୀ ଦ୍ୱାରା ଆଉ ୩,୩୩୦ କୋଟି ଟଙ୍କାକୁ ଇକ୍ୱିଟି(ଶେୟାର କ୍ୟାପିଟାଲ ଏବଂ ପ୍ରିମିୟମ) ଭାବେ ନିବେଶ କରାଯାଇଛି। ଭୂଷଣର ଋଣ ଅର୍ଥକୁ ବ୍ୟବହାର କରାଯିବା ସହ ଭୂତ କମ୍ପାନୀଗୁଡ଼ିକୁ ଆଡଭାନ୍ସ ଭାବେ ଅର୍ଥ ପ୍ରଦାନ କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଆନୁମାନିକ ଗ୍ରୋଥ୍‌ ରେଟ୍‌ ହ୍ରାସକଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ, ୧୪।୪: ବିଶ୍ୱ ବ୍ୟାଙ୍କ ପକ୍ଷରୁ ବୁଧବାର ଭାରତ ଏବଂ ସମଗ୍ର ଦକ୍ଷିଣ ଏସିଆ କ୍ଷେତ୍ର ପାଇଁ ନିଜ ବିକାଶ ଅନୁମାନ ହ୍ରାସ କରିଛି। ୟୁକ୍ରେନ୍‌ ସଙ୍କଟ...

ମୁକେଶ ଅମ୍ବାନୀ ଏସିଆର ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୩।୧: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଏଲ୍‌)ର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏସିଆ ମହାଦେଶର ଶ୍ରେଷ୍ଠ ଧନୀ...

ଚାଷୀଙ୍କୁ ସିଧାସଳଖ ସାର ସବ୍‌ସିଡି ଦେବାକୁ ବିଚାର

ନୂଆଦିଲ୍ଲୀ,୭-୬: କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଚାଷୀଙ୍କୁ ସାର ସବ୍‌ସିଡି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦେବାକୁ...

ହେଲ୍‌ଥ କେୟାର କ୍ଷେତ୍ରରେ ବୃହତ୍‌ ନିବେଶ ସମ୍ଭାବନା

ନୂଆଦିଲ୍ଲୀ,୨୫।୫: କୋଭିଡ୍‌-୧୯ ଯୋଗୁ ଭାରତୀୟ ଫାର୍ମାସ୍ୟୁଟିକାଲ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନିବେଶ...

ଲଗାତର ୫ ଦିନ ଲାଗି ତେଲ ଦର ବୃଦ୍ଧି

ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କ ଲାଗି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ ୫ ଦିନ ହେବ ତେଲ ଦର ଥମିବାର...

ମହାମାରୀ ଯୋଗୁ ଜଟିଳ ହେଉଛି ବିଶ୍ୱ ବଜାର ସ୍ଥିତି; ଜାଣନ୍ତୁ କ’ଣ କହିଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫।୬ : ବିଶ୍ୱ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବଜାର ପ୍ରଭାବିତ ହୋଇ ରହିଛି। ହେଲେ ମାନ୍ଦାବସ୍ଥାର ପ୍ରଭାବ ଯେତିକି ରହିବ ବୋଲି...

୩ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩-୧୨: ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ଦର ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା...

୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ...

Advertisement
Archives

Model This Week