ଭୂତକୋଠି ପାଲଟିଛି ଆଦିବାସୀ ବାଳକ ଶିକ୍ଷାଶୌଧ

ଚନ୍ଦ୍ରଗିରି,୪ା୧୦(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଜରିଆରେ ଧାଡିଆମ୍ବ ପଞ୍ଚାୟତର ପଲାବନ୍ଧା ଗାଁରେ ୨୦୧୩-୧୪ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଙ୍କ ଶିକ୍ଷାର ବିକାଶ ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ୨ଶହ ଆସନ ବିଶିଷ୍ଟ ବାଳକ ଶିକ୍ଷା ଶୌଧ। ପଲାବନ୍ଧା ଗ୍ରାମର ମୋଟ ୮ ଏକର ଜମିରେ ଏହା ନିର୍ମାଣ କରାଯାଇଥିଲା। ଅଞ୍ଚଳର ଆଦିବାସୀମାନେ ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ସ୍ବପ୍ନ ଦେଖିଥିଲେ। ହେଲେ ବିଡମ୍ବନାର ବିଷୟ ନିର୍ମାଣର ୩ବର୍ଷ ପରେ ମଧ୍ୟ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ଭୂତକୋଠି ପାଲଟିଛି। କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ଘର ଭିତରେ ଊଇହୁଙ୍କା ହୋଇଗଲାଣି। ବିଦ୍ୟୁତ, ପାନୀୟ ଜଳ ଯୋଗାଣ ପାଇଁ ଲଗାଯାଇଥିବା ସରଞ୍ଜାମ ଚୋରୀ ହେବାସହ ପାଚେରି ମଧ୍ୟ ଭାଙ୍ଗିଗଲାଣି। ଏବେ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ଓ ଗୋରୁଙ୍କ ଚରାଭୂଇଁ ପାଲଟିଛି। ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଧାଡିଆମ୍ବ ନାଏବ ସରପଞ୍ଚ ପୂର୍ଣ୍ଣିମା ଗମାଙ୍ଗ, ସମ୍ବରା ରଇତ, ହେମାବତୀ ଗମାଙ୍ଗ, ସୁକାନ୍ତ ଦଳାଇ ପ୍ରମୁଖ ବିଭାଗୀୟ ଅଧୀକାରୀ ଓ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।
ଏନେଇ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ଦମିନିକ ଟପ୍ପୋଙ୍କୁ ପଚାରିବାରୁ କୋଠା ଭଲ ଅଛି, ସମସ୍ୟା ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ମିଳିଲେ ଶିକ୍ଷକ ନିଯୁକ୍ତ କରାଯାଇ ପାଠପଢା ଆରମ୍ଭ ହେବ। ଅପରପକ୍ଷେ ବିଲ୍‌ଡିଂ କାମ ସରିଥିବା ସରକାରଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ଆସିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ ଏବଂ ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଜପତି ଜିଲାପାଳ ଅନୁପମ ସାହା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍‌ ଫାଶ। ପାଦେ ପାଦେ ଜୀବନ ପ୍ରତି...

ବିହାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ନେଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ବିହାରରୁ ନକଲି ଔଷଧ ଆସିଥିବାରୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ...

ଭାଜପା କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସର ପାଣିମାଡ଼

ସମ୍ବଲପୁର,୮।୧୧(ବ୍ୟୁରୋ): କଳାହାଣ୍ଡି ଜିଲା ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସବୁଠି ବିରୋଧୀ ଗର୍ଜୁଛନ୍ତି। ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର...

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।...

ନିୟମକୁ ଫୁ

ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍‌...

ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ

କେନ୍ଦୁଝର,୧୭ା୬ କୋଭିଡ୍‌ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ...

Advertisement
Archives

Model This Week