ଭୁଲ୍‌ ଇଞ୍ଜେକ୍‌ସନ୍‌ ନେଲା ଛାତ୍ରଙ୍କ ଜୀବନ: ପରିବାର ଲୋକେ ଆଣିଲେ ଅଭିଯୋଗ

ଭଦ୍ରକ ଅଫିସ,୨୯।୧୧: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧିନସ୍ଥ ଘଣ୍ଟେଶ୍ୱରୀ ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁରେଶ କୁମାର ବାରିକଙ୍କ ଗୁରୁବାର ଅପରାହ୍ନରେ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁଲ ଇଞ୍ଜେକ୍‌ସନ୍‌ ଯୋଗୁ ସୁରେଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୁରେଶଙ୍କୁ ଜ୍ୱର ହେବାରୁ ପରିବାର ଲୋକେ ଘଣ୍ଟେଶ୍ୱର ବଜାରସ୍ଥିତ ଏକ କ୍ଲିନିକରେ ଚିକିତ୍ସା କରାଇଥିଲେ। କ୍ବାକ୍‌ ଏକ ଏଞ୍ଜେକସନ ଦେଇଥିଲେ। ଫଳରେ ତାଙ୍କର ବାନ୍ତି ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ଭଦ୍ରକ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଭଦ୍ରକ ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ସଂପୃକ୍ତ କ୍ୱାକ୍‌ ଜଣକ କ୍ଲିନିକ୍‌ରେ ତାଲା ପକାଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ...

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ...

‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା...

ଡାକ୍ତରଖାନା ଉଭାନ, କର୍ମଚାରୀ ନେଉଛନ୍ତି ଦରମା

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଚିକିତ୍ସା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା...

ମହୁଲୀ ମଦ ବିକ୍ରି ବେଳେ ଜଣେ ଗିରଫ

କେନ୍ଦୁଝର,୨୬ା୪ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଚୋରା ଦେଶୀ ମହୁଲି ମଦ କାରବାର ବେଧଡ଼କ ଭାବେ ଚାଲିଥିଲା। ପୋଲିସ ଖବର ପାଇ ଉକ୍ତ ସ୍ଥାନରେ...

ସନ୍ଦେହରେ ନେତାଙ୍କ ନୀରବତା

ତାଳଚେର,୨୫ା୩ (ନି.ପ୍ର.)  ପୁରୁଣା ପ୍ଲାଣ୍ଟ ହେଲେ ମଧ୍ୟ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଲାଭରେ ଚାଲୁଥିଲା। ଶତ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦନ କରି...

୫-ଟି ସଚିବଙ୍କ ଅଚାନକ କୋଣାର୍କ ପରିଦର୍ଶନ

କୋଣାର୍କ,୯।୧(ଡି.ଏନ୍‌.ଏ.)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ...

ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା

ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର,...

Advertisement
Archives

Model This Week