Posted inଫୁରସତ

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ ରହିଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି କୌଣସି ବ୍ୟକ୍ତିଙ୍କର ଯେଉଁ ଅଙ୍ଗ ଯେଉଁଠି ରହିବା କଥା ସେଠି ନ ରହି ଭୁଲ୍‌ ସ୍ଥାନରେ ରହିଛି ବୋଲି। ଯଦି ନା, ତେବେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌ ସ୍ଥାନରେ ରହିଛି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର କୁଶୀନଗରରେ ରହୁଥିବା ଜମାଲୁଦ୍ଦିନ୍‌। ସେ ସାଧାରଣ ମଣିଷ ପରି । କିନ୍ତୁ ତାଙ୍କର କିଛି ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌ ସ୍ଥାନରେ ରହିଛି। ତାଙ୍କର ହାର୍ଟ(ହୃଦୟ) ଡାହାଣ ପଟରେ ଥିବାବେଳେ ଲିଭର(ଯକୃତ) ଏବଂ ଗଲ୍‌ବ୍ଲାଡର(ପୀତକୋଷ) ବାମପଟରେ ରହିଛି। ଏହି କଥା ସମସ୍ତଙ୍କୁ ଚକିତ କରିଦେବ। ଦିନେ ଜମାଲୁଦ୍ଦିନ୍‌ଙ୍କ ପେଟରେ ଖୁବ୍‌ ଯନ୍ତ୍ରଣା ହେବାରୁ ସେ ଗୋରଖପୁରର ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଅଲ୍‌ଟ୍ରାସାଉଣ୍ଡ୍‌ ରିପୋର୍ଟ ଆସିଲା, ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ଦୀକ୍ଷିତ୍‌ ଜଣେ ବେରିଆଟ୍ରିକ୍‌ ଲାପ୍ରୋସ୍କୋପି ସର୍ଜନ। ସେ କୁହନ୍ତି, ଜମାଲୁଦ୍ଦିନ୍‌ଙ୍କ ଗଲ୍‌ବ୍ଲାଡରରୁ ପଥର ବାହାରିଲା ସତ କିନ୍ତୁ ଏହା ବାମପଟରେ ଥିବାରୁ ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ...

ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ...

ମଣିଷ ଛୁଆ ଆକାରର ବେଙ୍ଗ

ସୋଲୋମନ ଦ୍ୱୀପର ଗ୍ରାମୀଣ ଅଞ୍ଚଳରେ ଏକ ବିଶାଳକାୟ ବେଙ୍ଗ ଦେଖିବାକୁ ମିଳିଛି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବେଙ୍ଗଟି ଏକ ମଣିଷ ଛୁଆ...

ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି ପରିବା ଦୋକାନ

ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଥିବା ଏକ ପରିବା ଦୋକାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ଥିବା ଏକ ପରିବା ଦୋନ ଆଗରେ ଏକ ବୋର୍ଡ...

କୁମ୍ଭୀରକୁ ବାଇକ୍‌ରେ ବସାଇ ନେଉଛନ୍ତି ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

କେଉଁଠି ପାଳିବେ ନୂଆବର୍ଷ

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରାୟ ପ୍ରସ୍ତୁତ ହୋଇସାରିବେଣି। ଏପରିକି କେହି କେହି ତ ନୂଆବର୍ଷରେ କେଉଁ...

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

ବୋର୍‌ ହେବାରୁ ଚୋରି କଲେ

ଓ୍ବାଶିଂଟନ୍‌: ଅର୍ଥ ଲୋଭରେ ପଡ଼ି ଲୋକ ଚୋରି କରେ ନ ହେଲେ ଲୋକଙ୍କଠାରୁ ଜୋର ଜବରଦସ୍ତ ଲୁଟ୍‌ କରେ। ଚୋରିକୁ ନେଇ ଫ୍ଲୋରିଡାରୁ ଏକ ଅଜବ...

Advertisement
Archives

Model This Week