ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର, ୨୭ା୧୧(ବ୍ୟୁରୋ): ବିଶାଖାପାଟଣା ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବାକୁ ଯାଉଛି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ(ଆଇଏସ୍‌ଓ) ସାର୍ଟିଫିକେଟ୍‌। ସେହିଭଳି କଟକ ଷ୍ଟେଶନ ମଧ୍ୟ ଏହି ଦୌଡ଼ରେ ରହିଛି। ଏଥିପାଇଁ ମଙ୍ଗଳବାର ଭୁବନେଶ୍ୱର ଓ କଟକ ରେଳ ଷ୍ଟେଶନରେ ଆଇଏସ୍‌ଓ ପକ୍ଷରୁ ସର୍ଭେ ହୋଇଛି। ପ୍ରଥମ ପର୍ଯ୍ୟାୟ ସର୍ଭେରେ ଦୁଇ ରେଳ ଷ୍ଟେଶନର ଭିିତ୍ତିଭୂମି, ମୌଳିକ ସୁବିଧା, ବିଭିନ୍ନ ସେବା ଓ ଆବଶ୍ୟକତା ଯାଞ୍ଚ କରାଯାଇଛି। ବିଶେଷକରି ସର୍ଭେରେ ସ୍ବଚ୍ଛତାକୁ ମୂଳ ଆଧାର କରାଯାଇଛି। ଷ୍ଟେଶନ ପରିସର, ଟ୍ରାକ୍‌ର ସ୍ବଚ୍ଛତା ସହ ସେଠାରେ ମିଳୁଥିବା ଖାଦ୍ୟ ପଦାର୍ଥର ମାନ ଆଦି ଯାଞ୍ଚ କରାଯାଉଛି। ସଫେଇ, ଶୁଖିଲା ଏବଂ ଓଦା ଡଷ୍ଟବିନ୍‌ର ସଠିକ୍‌ ବ୍ୟବହାର, ଟ୍ୟାପ୍‌ରେ ପାଣି ଆସୁଛି କି ନାହିଁ, ପାଣି ଓ ବିଦ୍ୟୁତ୍‌ ସଞ୍ଚୟ, ଖୋଲା ଖାଦ୍ୟ ପଦାର୍ଥକୁ କେମିତି ପରଷାଯାଉଛି, ପ୍ଲାଟଫର୍ମର ଦୋକାନୀମାନେ ଗ୍ଲୋବ୍‌ସ ବ୍ୟବହାର କରୁଛନ୍ତି କି ନାହିଁ, ଅଗ୍ନି ନିର୍ବାପକ ଯନ୍ତ୍ର କାମ କରୁଛି କି ନାହିଁ, ଶୌଚାଳୟରେ ହ୍ୟାଣ୍ଡଓ୍ବାଶ ତଥା ସାବୁନ୍‌ ଆଦି ରହିଛି କି ନାହିଁ, ସଫେଇ କର୍ମଚାରୀଙ୍କ ପୋଷାକ ପରିଧାନ ଉପରେ ମଧ୍ୟ ଟିକିନିଖି ତଥ୍ୟ ସଂଗ୍ରହ କରାଯାଉଛି।
ଏହି ଦୁଇ ଷ୍ଟେଶନର ପ୍ରଥମ ପର୍ଯ୍ୟାୟ ସର୍ଭେ ଶେଷ ହୋଇଛି। ଯାହା ଅଭାବ ରହିଛି ସେସବୁ ପୂରଣ କରିବାକୁ ୩ ମାସ ସମୟ ଦିଆଯିବ। ଅବଧି ସରିବା ପରେ ପୁନର୍ବାର ସର୍ଭେ କରାଯିବ। ମାନଦଣ୍ଡ ପୂରଣ କରୁଥିବା ରେଳ ଷ୍ଟେଶନକୁ ଆଇଏସଓ ମାନ୍ୟତା ମିଳିବ। ସେହିଭଳି ଏହି ଦୁଇ ଷ୍ଟେଶନକୁ ସବୁଜ ସାର୍ଟିଫିକେଟ ମିଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋଲାର ପାଓ୍ବାର ବ୍ୟବସ୍ଥା ସହ ବିଦ୍ୟୁତ୍‌ ସଞ୍ଚୟ ଓ ଷ୍ଟେଶନ ପରିବେଶରେ ସବୁଜ ବଳୟ ତିଆରି କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଇଏସ୍‌ଓ ପକ୍ଷରୁ ‘କ୍ୱାଲିଟି ସର୍ଭିସ ସିଷ୍ଟମ’ ଏହି ସର୍ଭେ କରୁଛି। ଆଇଏସ୍‌ଓ ସାର୍ଟିଫିକେଟ ଓ ସବୁଜ ସାର୍ଟିଫିକେଟ୍‌ ନ ଥିବାରୁ ସ୍ବଚ୍ଛତା ସର୍ଭେରେ ଭୁବନେଶ୍ୱର ଷ୍ଟେଶନର ଫଳାଫଳ କମ୍‌ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ, ଦରବୃଦ୍ଧିର ପ୍ରତିବାଦ

ଢେଙ୍କାନାଳ ଅଫିସ,୧୨।୭ ହୁ ହୁ ହୋଇ ବଢ଼ି ଚାଲିଥିବା ରନ୍ଧନ ଗ୍ୟାସ୍‌ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଢେଙ୍କାନାଳ...

ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ...

ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି

ବାରଙ୍ଗ,୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା...

ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ: ଜେଲ ବିଭାଗରେ ୬୦୮ ପଦବୀ ଖାଲି

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ କାରାଗାର ପରିସଂଖ୍ୟାନ ରିପୋର୍ଟ-୨୦୧୯ ଶନିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟ ଜେଲ...

ଆବଦ୍ଧ ଅଞ୍ଚଳର ଦୈନିକ ୫୦ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରରେ ୩୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ସୁନ୍ଦରପଦା ଓ...

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ସୁଶୀଲ...

ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ...

ବଲାଙ୍ଗୀର ଜିଲା: ମେ ୧୦ରୁ ରବିଧାନ କିଣା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ଜିଲାରେ ରବି ଧାନକ୍ରୟ ପ୍ରକ୍ରିୟା ଆସନ୍ତା ୧୦ତାରିଖଠାରୁ ଆରମ୍ଭ ହେବ। ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ...

Advertisement
Archives

Model This Week