ଭୁବନେଶ୍ୱର ବିମାନବନ୍ଦର ହେବ ନନ୍‌-ଟଚ୍‌ ବିମାନବନ୍ଦର

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ବିମାନ ସେବା ସ୍ବାଭାବିକ ହୋଇପାରେ। ତେଣୁ ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଓ କର୍ମଚାରୀଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରକୁ ନନ୍‌-ଟଚ୍‌ କରିବା ପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ଟର୍ମିନାଲ ପରିସରରେ ପ୍ରବେଶଠାରୁ ଆରମ୍ଭ କରି ଟିକେଟ୍‌, ଚେକ୍‌-ଇନ୍‌ କାଉଣ୍ଟର ସବୁଠି ବିନା ସ୍ପର୍ଶ ବା ନନ୍‌-ଟଚ୍‌ରେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱରର ବିମାନ ବନ୍ଦର କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ପ୍ରବେଶ ପଥରେ ପୂର୍ବରୁ ଟିକେଟ ତଥା ପରିଚୟ ପତ୍ର ଦେଖାଇବାବେଳେ ସୁରକ୍ଷା କର୍ମୀ ତାହାକୁ ହାତରେ ଧରି ଯାଞ୍ଚ କରୁଥିଲେ। କିନ୍ତୁ ଏବେ ଆଉ ସେଭଳି ହେବ ନାହିଁ। ଯାତ୍ରୀମାନେ ଟେବୁଲ ଉପରେ ପରିଚୟ ପତ୍ର ଓ ଟିକେଟ୍‌ ଆଦି ରଖିବା ପରେ ସୁରକ୍ଷା କର୍ମୀ ନୂତନ ଯନ୍ତ୍ର ସାହାଯ୍ୟରେ ତାହାକୁ ଯାଞ୍ଚ କରିବେ।
ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ବିମାନବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ବିମାନବନ୍ଦର ପରିସରରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ବା ଏଟିସି ଟାୱାର, ପାରାଲାଲ୍‌ ଟାକ୍ସି ବେ’ କାମ ମଧ୍ୟ ଆରମ୍ଭ ହୋଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri