ଭୁବନେଶ୍ୱର ବିମାନବନ୍ଦରରେ ଚାଲିବ ମରାମତି କାର୍ଯ୍ୟ : ପର୍ଯ୍ୟାୟକ୍ରମେ ଆଠମାସ ବନ୍ଦ ରହିବ ରନ୍‌ଓ୍ବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କେତେକ ମରାମତି କାର୍ଯ୍ୟ କରାଯିବ। ନଭେମ୍ବର ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେର ରିକାର୍ପେଟିଂ ହେବ। ଏଥିପାଇଁ ଏହି ୮ ମାସ ଧରି ପର୍ଯ୍ୟାୟକ୍ରମେ ରନ୍‌ଓ୍ବେକୁ ବନ୍ଦ ରଖାଯିବ। ତେବେ ଏହି ସମୟରେ ବିମାନ ଚଳାଚଳ କରିବ। ଏଥିସହ ୩ ଟ୍ୟାକ୍ସି ଟ୍ରାକ୍‌ ନିର୍ମାଣ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ତାଙ୍କ ସୂଚନାନୁସାରେ, ଏହି ମରାମତି କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ରିକାର୍ପେଟିଂ କାମ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାତି ୧୦ଟାରୁ ଭୋର୍‌ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ମରାମତି କାମ ଦିନବେଳା ଅର୍ଥାତ୍‌ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମୟ ଭିତରେ ବିମାନ ଚଳାଚଳ ବାଧାପ୍ରାପ୍ତ ନ ହେବା ପାଇଁ ବିମାନର ସମୟ ସାରଣୀ ପରିବର୍ତ୍ତନ ହେବ। ଅନ୍ତର୍ଜାତୀୟ ବିମାନକୁ ମିଶାଇ ମୋଟ ୪ ବିମାନର ସମୟ ପୁନଃ ଧାର୍ଯ୍ୟ କରାଯିବ। ଏ ସମ୍ପର୍କରେ ବିମାନ ଚଳାଚଳ ସଂସ୍ଥାଗୁଡିକ ସହିତ ଆଲୋଚନା କରାଯାଇଛି। ଏନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଛନ୍ତି। ୨୮ ଅକ୍ଟୋବରରୁ ବିମାନଗୁଡିକର ଚଳାଚଳ ସମୟ ପୁନଃ ଧାର୍ଯ୍ୟ କରିବାକୁ ଉଡାଣ ସଂସ୍ଥାଗୁଡିକୁ କୁହାଯାଇଛି ବୋଲି ନିର୍ଦ୍ଦେଶକ ହୋତା ଜଣାଇଛନ୍ତି। ୨୦୦୭ରେ ଶେଷଥର ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ରନ୍‌ଓ୍ବେ ମରାମତି କାର୍ଯ୍ୟ ହୋଇଥିଲା। ବିମାନବନ୍ଦର ପ୍ରାଧିକରଣର ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାୟତଃ ପ୍ରତି ୧୦ ବର୍ଷରେ ଏହି ରିକାର୍ପେଟିଂ କରାଯାଇଥାଏ। କିନ୍ତୁ ଏହା ରନ୍‌ଓ୍ବେର ବ୍ୟବହାର ଉପରେ ନିର୍ଭର କରୁଛି। ଯଦି କୌଣସି ରନ୍‌ଓ୍ବେର ବ୍ୟବହାର କମ୍‌ ହେଉଛି, ତାହାର ରିକାର୍ପେଟିଂ ସମୟ ବ୍ୟବଧାନ ଅଧିକ ହୋଇପାରେ। ଏଥିଲାଗି ସମୁଦାୟ ୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତୀୟ ବିମାନବନ୍ଦର ପ୍ରାଧିକରଣଙ୍କଠାରୁ ଏନେଇ ସହମତି ମିଳିସାରିଥିବା ବେଳେ ଡିଜିସିଏର ଅନୁମତିକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦିନ ବନ୍ଦ ରହିବ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ୍‌

ଭଦ୍ରକ ଅଫିସ, ୨୦।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ଭୋଟ ଦିନ ଧାମନଗର ନିର୍ବାଚନ ମଣ୍ଡଳୀରେ...

୧୧ରୁ ଖୋଲିବ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ...

୧୧ ହଜାର କିଲୋ ପ୍ଲାଷ୍ଟିକ, ପଲିଥିନ ନଷ୍ଟ କରାଯିବ

ପୁରୀ ଅଫିସ, ୨।୧୦: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ଆହ୍ବାନ କ୍ରମେ ଶୁକ୍ରବାର ନେହେରୁ ଯୁବକେନ୍ଦ୍ର...

ସ୍ଲଟ୍‌ ବୁକିଂ କଲେ ବରଗଡ଼ର ଯୁବତୀ, ଟିକା ନେଲେ ଉତ୍ତରପ୍ରଦେଶ ଲୋକ

ବରଗଡ଼ ଅଫିସ୍‌,୨୩।୧୦: ଦେଶରେ ଶହେ କୋଟି କୋଭିଡ୍‌ ଟିକାକରଣ ନେଇ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ କୋଭିଡ୍‌ ଟିକା ନେଇ ନ ଥିବା ଲୋକଙ୍କୁ...

୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ...

ରାଜ୍ୟରେ ୨୭୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ଦାବି: ମନ୍ତ୍ରୀ ସଚିବଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ...

ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର...

Advertisement
Archives

Model This Week