ଭୁବନେଶ୍ୱର ବସ୍ତିରେ ସଂକ୍ରମଣ, ରାଜ୍ୟକୁ ବିପଦ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାର ମାତ୍ର କେଇଟା ଦିନ ଭିତରେ ରାଜଧାନୀରେ ହୁହୁ ହୋଇ ବଢ଼ିଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରାଜ୍ୟ ସରକାର, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସର ଆବଶ୍ୟକ ପଦକ୍ଷେପ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଆସିଥିଲା। ଏଥିସହ ଜନସାଧାରଣଙ୍କ ସଚେତନତା ଓ ସତର୍କତା କରୋନାକୁ କିଛିଦିନ ପାଇଁ ଦୂରେଇ ଦେଇଥିଲା। ହେଲେ କଟକଣା କୋହଳ ହେବା ପରେ ସହରରେ ପୁଣି କାୟା ମେଲିଲାଣି କରୋନା। ଶେଷ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ ନୂଆ ପଜିଟିଭ୍‌ ମଧ୍ୟରୁ ୬ ଲୋକାଲ କେସ୍‌ କେବଳ ବିଏମ୍‌ସି ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨, ଡୁମୁଡୁମା, ସାଲିଆ ସାହି, ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶୁକ୍ରବାର ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ଉଦ୍‌ବେଗର ବିଷୟ ହେଲା, ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ମହିଳା ହୋଇଥିବାବେଳେ ସରକାରୀ ହସ୍ପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ମା’ର ପଜିଟିଭ୍‌ ଓ ନବଜାତ ଶିଶୁର ନେଗେଟିଭ୍‌ ଆସିଛି। ବସ୍ତିରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପ୍ରଥମ ଘଟଣା ହୋଇଥିବାବେଳେ ଏହାକୁ ନେଇ ବିଏମ୍‌ସିର ଚିନ୍ତା ବଢ଼ିଛି। ତୁରନ୍ତ ସାଲିଆସାହିରେ ସ୍ବାସ୍ଥ୍ୟ ପରୀକ୍ଷା ଓ ନମୁନା ପରୀକ୍ଷଣ ମାତ୍ରାକୁ ବଢ଼ାଇ ଦିଆଯାଇଛି। ଏଥିସହ କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋର୍‌ଦାର କରାଯାଇଥିବା ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। ଅନ୍ୟପକ୍ଷରେ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେହି ଆଡକୁ କରୋନା ସ୍ଥିତି ଗତି କରୁଛି। ସହର ଓ ଉପକଣ୍ଠରେ ଗଢ଼ି ଉଠିଥିବା ଶତାଧିକ ବସ୍ତିରେ ରାଜ୍ୟର ସବୁ ଜିଲାର ଲୋକ ରହୁଛନ୍ତି। ତେବେ ବସ୍ତିରେ ଲୋକଙ୍କ ରହଣି ଓ ଚଳଣିକୁ ଅନୁଧ୍ୟାନ କଲେ ଆଗକୁ ଭୁବନେଶ୍ୱରକୁ ବସ୍ତି ସଂକ୍ରମଣ ହିଁ ବିପଦ ଆଣିବ। ଏହିଠାରୁ ହିଁ ରାଜ୍ୟର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲାରୁ ଚିହ୍ନଟ ନୂଆ ୨୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବିଏମ୍‌ସି ଅଞ୍ଚଳରୁ ୧୩ ପଜିଟିଭ୍‌ ରହିଛନ୍ତି। ୬ଜଣ ସ୍ଥାନୀୟ ସଂକ୍ରମିତ ଓ ୭ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ବିବରଣୀ ମଧ୍ୟ ବିଏମ୍‌ସି ପକ୍ଷରୁ ଜାରି କରାଯାଇଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ପାତ୍ରପଡା ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା। ସେହିପରି ନ୍ୟୁ ଫରେଷ୍ଟ ପାର୍କରୁ ଚିହ୍ନଟ ୨ ଆକ୍ରାନ୍ତ ଓ ଲକ୍ଷ୍ମୀସାଗରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ଟଙ୍କପାଣି ରୋଡ୍‌ରୁ ଚିହ୍ନଟ ଆକ୍ରାନ୍ତ ଝାରଖଣ୍ଡରୁ ଫେରିଥିବାବେଳେ ଚିନ୍ତାମଣିଶ୍ୱର ଆକ୍ରାନ୍ତ ମହାରାଷ୍ଟ୍ରରୁ ଆସିଛନ୍ତି। ସେହିପରି ପୁରୁଣା ଭୁବନେଶ୍ୱର (ଓଲ୍ଡ ଟାଉନ୍‌) ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ଗୁରୁବାର ମଧ୍ୟ ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଆକ୍ରାନ୍ତ ଥିବାବେଳେ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଫଳରେ ଏବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ୫୧ଜଣ ସୁସ୍ଥ ହୋଇଥିବାବେଳେ ୨୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ

ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ...

CORONAVIRUS UPDATE: ରାଜ୍ୟରେ ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଲା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ...

ମଦ ବିକ, ପୁରସ୍କାର ନିଅ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ମଦ ବିକ୍ରିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଛି। ଏହାକୁ ବିରୋଧ...

ବିଭିନ୍ନ ଦାବିନେଇ ଭାରତ ଗ୍ୟାସ ଡିପୋ ସମ୍ମୁଖରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଭାରତ ଗ୍ୟାସ ଡିପୋ ସମ୍ମୁଖରେ ମଙ୍ଗଳବାର ଠିକା ଶ୍ରମିକଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ୧୭ ଜଣ...

ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

କରୋନା ପରଠୁ ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଛି

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟନ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ...

ଆଜିଠୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା

କଟକ ଅଫିସ,୧୦ା୩:ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୦...

ଲକ୍‌ଡାଉନ କଟକଣା କୋହଳ ନେଇ ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ : ପୋଲିସ କମିଶନର

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ...

Advertisement
Archives

Model This Week