ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ବୈଠକ: ଫନୀ ପୁନରୁଦ୍ଧାର କାର୍ଯ୍ୟର ଟଙ୍କା ମିଳୁନି

ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ତରଫରୁ ବୁଧବାର ଏକ ହୋଟେଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନ ସଭାପତି ଜଗଦୀଶ ପାତ୍ର, ଉପସଭାପତି ଚିନ୍ମୟ ସୱାଇଁ, ସମ୍ପାଦକ ବିଭୁତି ଭୂଷଣ ଜେନାଙ୍କ ସମେତ ପିଏଚ ଏବଂ ଆରଆଣ୍ଡବିର ବହୁ ‘ସି’ ଏବଂ ‘ଡି’ କ୍ଲାସ କଣ୍ଟ୍ରାକ୍ଟରମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସଭାପତି ବୈଠକର ମୁଖ୍ୟ କାରଣ କିଭଳି କଣ୍ଟ୍ରାକ୍ଟର ମାନଙ୍କ କାଗଜ ପତ୍ର ନିୟମାନୁଗତ କରିବା ସହିତ ବାକି ରହିଥିବା ବିଲ ଟଙ୍କା ପାଇବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖାତଃ ପିଏଚ କଣ୍ଟ୍ରାକ୍ଟର ମାନେ ଗତ ତିନି ମାସ ହେଲା କୌଣସି ବିଲ ବାବଦ ଟଙ୍କା ପାଇପାରୁନାହାନ୍ତି ଏବଂ ଏହା ସହିତ ଫନିରେ କ୍ଷୟକ୍ଷତି ହୋଇଥିବା ପାଣି ସପଲାୟ ପୁନରୁଦ୍ଧାର କାର୍ଯ୍ୟ ନିଜେ ନିଜେ କରିଥିଲେ ବି ଗତ ମାସେ ହେଲା ଏହାର ଟଙ୍କା ମଧ୍ୟ ବିଭାଗ ଦେଉନାହିଁ। ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨ କୋଟି ଟଙ୍କା ରୁ ଉଦ୍ଧର୍‌ବ ହେବ। ପିଏଚର ଡିଭିଜନ ୧ ଓ ୨ ଏବେ ୱଆଟକୋ ଅଧୀନରେ ଯାହାପାଇଁ କଣ୍ଟ୍ରାକ୍ଟର ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ବ୍ୟତୀତ ଆସୋସିଏସନ ପକ୍ଷରୁ ଅନ୍ୟାନ୍ୟ କାର୍ଯ୍ୟ ତାଲିକା ଏବଂ ନିବେଦନ ପତ୍ର ସଚିବଙ୍କୁ ପ୍ରଦାନ କରାଯାଇଛି ଯାହାକି ଏଯାବତ ତର୍ଜମାରେ ଅଛି। ତେବେ ଆସନ୍ତା ୭ ଦିନ ମଧ୍ୟରେ ଯଦି ଉକ୍ତ ସମସ୍ୟାର ସମାଧାନ ନ କରାଯାଏ ତେବେ କାର୍ଯ୍ୟବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବା ପରେ ସାରା...

ଲିଭୁନି ଶିମିଳିପାଳ ନିଆଁ

ବାରିପଦା ଅଫିସ,୪।୪: ଶିମିଳିପାଳରେ ଦିନରାତି ନିଆଁ ଜଳୁଛି। ସବୁଜ ସୁନ୍ଦର ଏହି ଅଭୟାରଣ୍ୟକୁ ଗ୍ରାସ କରିଚାଲିଛି ବାନାଗ୍ନି। ସରୀସୃପଠାରୁ ଆରମ୍ଭ କରି ବନ୍ୟଜନ୍ତୁମାନେ ନିଆଁ ଯୋଗୁ...

ହିନ୍ଦୁ ଦେବଦେବୀଙ୍କୁ ଗାଳି, ଗାଁରେ ତେଜୁଛି ଉତ୍ତେଜନା

ବାଲିଗୁଡ଼ା,୩ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବଦେବୀଙ୍କ ପ୍ରତି ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ...

ବେକ କାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ, ୨୪ା ୫: ରାଉରକେଲା ସ୍ବତନ୍ତ୍ର କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ସକାଳେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।...

ଏସ୍‌ସିବିରେ ଭର୍ତ୍ତି ହେଲେ ଆଶୀର୍ବାଦ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏସ୍‌ସିବିରେ ଭର୍ତ୍ତି...

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଫେବୃୟାରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବିଏମ୍‌ସି ପକ୍ଷରୁ...

ଅନ୍‌ଲାଇନରେ ମଗାଇଲେ ରେନିକୋଟ୍‌, ଆସିଲା ପଲିଥିନ

ନରସିଂହପୁର, ୪ା୮(ସ୍ବ.ପ୍ର.): ଅନ୍‌ଲାଇନରେ ବିଭିନ୍ନ ଘରକରଣାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୋକମାନେ ଘରେ ବସି ମଗାଉଛନ୍ତି। ହେଲେ କିଛି ଲୋକ ଠକାମିର ଶିକାର...

‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌...

Advertisement
Archives

Model This Week