ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷାର ଗୁରୁତ୍ୱକୁ ସବୁ ମହଲରେ ବିରୋଧ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବେ। ଏହି ମର୍ମରେ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କାରଣ ନ ଥାଇ ହିନ୍ଦୀଭାଷାକୁ ଓଡ଼ିଶାରେ ଥିବା ଏମ୍ସ କର୍ମଚାରୀଙ୍କ ଉପରେ ଲଦି ଦିଆଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସଂସଦୀୟ ଦଳ ନେତା(ଲୋକ ସଭା) ପିନାକୀ ମିଶ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ବିରୋଧ କରି ଟୁଇଟ୍‌ କରିଛନ୍ତି। ଟୁଇଟ୍‌ ମାଧ୍ୟମରେ ପିନାକୀ ଉଲ୍ଲେଖ କରିଛନ୍ତି ଯେ, ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ତେଣୁ ଏହି ରାଜ୍ୟର ମାତୃଭାଷାକୁ ଅଣଦେଖା କରି ଅନ୍ୟ କୌଣସି ଭାଷା ଲଦିଦେବା ଠିକ୍‌ ନୁହେଁ, ବିଶେଷକରି ଓଡ଼ିଶାରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା କୌଣସି ଅନୁଷ୍ଠାନରେ ଏହା ଗ୍ରହଣୀୟ ନୁହେଁ। ରାଜ୍ୟର ଲୋକମାନେ ଓଡ଼ିଆ ଭାଷା ସହ ଅଭ୍ୟସ୍ତ। ତେଣୁ ଏମ୍ସରେ ଓଡ଼ିଆର ବ୍ୟବହାର ଦ୍ୱାରା ଲୋକମାନଙ୍କୁ ସେଠାରେ ଉପଲବ୍ଧ ସେବା ଓ ସୁବିଧା ମିଳିବା ସହଜ ହେବ ବୋଲି ପିନାକୀ କହିଛନ୍ତି। ସେହିଭଳି ଏମ୍ସ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ପ୍ରତିବାଦରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଅଭିଯୋଗ କରାଯିବ। ଏଥିସହିତ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପରିବର୍ତ୍ତନ ପାଇଁ କୁହାଯିବ ବୋଲି ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେହିଭଳି ପିସିସି ସଭାପତି ନିରଞ୍ଜନ ଟୁଇଟ୍‌ କରି କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଓଡ଼ିଆ ଭାଷା ଓ ରାଜ୍ୟର ସମୃଦ୍ଧ ସସ୍କୃତି ପ୍ରତି ଅପମାନ। ରାଜ୍ୟ ଉପରେ କୌଣସି ମତେ ହିନ୍ଦୀ ଲଦି ଦିଆଯିବାକୁ କଂଗ୍ରେସ ପକ୍ଷରୁ ବରଦାସ୍ତ କରାଯିବ ନାହିଁ। ମୋଦି ସରକାର ହିନ୍ଦୀ ଭାଷୀ ମାନସିକତାରୁ ମୁକ୍ତ ହେବା ଆବଶ୍ୟକ। ଏଥି ସହିତ ଓଡ଼ିଆ, ଯାହାକି ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଛି, ତାହାର ପ୍ରଚାର ପ୍ରସାର କରିବା ଉଚିତ ବୋଲି ନିରଞ୍ଜନ କହିଛନ୍ତି। ଉତ୍କଳ ସମ୍ମିଳନୀ ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। କୌଣସି ଭାଷାକୁ ବ୍ୟବହାର କରିବା ନେଇ କାହାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଏହି ମର୍ମରେ ଦାଶଶର୍ମା ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏମ୍ସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ଦସ୍ତଖତ ସହ ସେମାନଙ୍କ ନାମ ଓ ରେଜିଷ୍ଟରରେ ହେଉଥିବା ସବୁ କାର୍ଯ୍ୟ ହିନ୍ଦୀରେ କରିବେ। ଚିଠିରେ ସର୍ବନିମ୍ନ ୩୦% ଏବଂ ଯୋଗାଯୋଗ ଲାଗି ଅନୂ୍ୟନ ୫୫% ହିନ୍ଦୀଭାଷା ବ୍ୟବହାର କରିବାକୁ କୁହାଯାଇଛି। ହିନ୍ଦୀଭାଷାରେ ଆସୁଥିବା ସମସ୍ତ ପତ୍ରର ଉତ୍ତର ସେହି ଭାଷାରେ ଦେବାକୁ ମଧ୍ୟ କୁହାଯାଇଛି। ପ୍ରଶାସନିକ ବୈଠକ ବେଳେ ହିନ୍ଦୀଭାଷା ବ୍ୟବହାର କରାଯିବା ସହ ଏହା ପରବର୍ତ୍ତୀ ବିବରଣୀ ଏହି ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ରହିଛି। ‘ଭୁବନେଶ୍ୱର ଏମ୍ସର ଅବାନ୍ତର ନିଷ୍ପତ୍ତି’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ ପ୍ରଥମ ପୃଷ୍ଠାରେ ଶୁକ୍ରବାର(୨୧ ଜାନୁୟାରୀ, ୨୦୨୦) ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...

ଲଗାଣ ବର୍ଷା: ୨ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ୧୨ଟି ଜିଲାରେ ୨ ଦିନ (ଆଜି ଓ ଆସନ୍ତାକାଲି)...

ପାଣି ପାଇଁ ଲଢ଼େଇ

ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ସ୍ଥାନୀୟ ଲୋକମାନେ ୧୪୪...

ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌...

ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷା

ବାଲେଶ୍ୱର ଅଫିସ, ୨୮ା୬- ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ଗୁରୁବାର ରାତି ୮ଟା ୩୦ ମିନିଟ୍‌ରେ ପୃଥ୍ବୀ-୨...

ମିଶନ୍‌ ‘ବିୟୁଟି ସିଟି’ ତ୍ୱରାନ୍ବିତ: ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ୍‌ ‘ବିୟୁଟି ସିଟି’ ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ବନ୍ଦ କରାଯାଇଥିଲା।...

ବୃତ୍ତି ଚିହ୍ନେନା ଝିଅପୁଅ ଫରକ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ହାତରେ ଅଛି ତାଙ୍କର ନିଖୁଣ କାରିଗରିର ଯାଦୁ। ମୂର୍ତ୍ତିକୁ ଜୀବନ୍ତ ରୂପ ଦେବାର କଳା ତାଙ୍କୁ ବେଶ୍‌ ଭଲଭାବେ ଜଣା। ଝିଅ ହୋଇ ବି କିଛି...

ଭୁବନେଶ୍ୱର ସିଡବ୍ଲ୍ୟୁସିକୁ ପାଟନା କ୍ଷେତ୍ରରେ ମିଶାଇବା ପ୍ରସଙ୍ଗ: ପାଶ୍ୱାନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୬।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ(ସିଡବ୍ଲୁସି)କୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିହାରର ପାଟନା ସିଡବ୍ଲ୍ୟୁସି ସହିତ ମିଶାଇବା ପାଇଁ...

Advertisement
Archives

Model This Week