ଭୁବନେଶ୍ୱରରେ ବିଗ୍‌ ବଜାରର ୬ ନମ୍ବର ଷ୍ଟୋର

ଭୁବନେଶ୍ୱର,୨୯-୬-ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ୍‌ ବଜାର ପକ୍ଷରୁ ସ୍ଥାନୀୟ ପାହାଳ, ରୁଦ୍ରପୁରସ୍ଥିତ ସିମ୍ଫୋନୀ ମଲ୍‌ଠାରେ ନୂଆ ବିଗ୍‌ ବଜାର ଷ୍ଟୋର ଶୁଭାରମ୍ଭ ହୋଇଛି। ଏହା ସହରରେ କମ୍ପାନୀର ୬ ନମ୍ବର ଆଉଟଲେଟ। ଗ୍ରାହକଙ୍କୁ ସ୍ବତନ୍ତ୍ର କ୍ରୟ ଅଭିଜ୍ଞତା ପ୍ରଦାନ ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ବିଗ୍‌ ବଜାର ପକ୍ଷରୁ ସୂଚନା ଦିଆଯାଇଛି। ଏହା ୨୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଖୋଲିଛି। ସିମ୍ଫୋନୀ ମଲ୍‌ ବେସ୍‌ମେଣ୍ଟରେ ଏହା ଅବସ୍ଥିତ। ଏଠାରେ ଖାଦ୍ୟ, ହୋମ ଫର୍ନିସିଂ, ଫ୍ୟାଶନ, ଫୁଟଓ୍ବେର, ଘର ଉପଯୋଗୀ ଅନ୍ୟାନ୍ୟ ସାମଗ୍ରୀ ଗ୍ରାହକଙ୍କ ଲାଗି ଉପଲବ୍ଧ ହେଉଛି। ଫୁଡ ସେକ୍ସନରେ ସତେଜ ପନିପରିବା, ଫଳ, ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ, ସସ୍‌, ସ୍ନାକ୍ସ ସହ ଅନ୍ୟ ପ୍ରଡକ୍ଟ ରହିଛି। ଗ୍ରାହକଙ୍କ ଫ୍ୟାସନ ଆବଶ୍ୟକତାକୁ ନଜରରେ ରଖି ଅଫିସଓ୍ବେର, ଏଥନିକଓ୍ବେର, କାଜୁଆଲ, ସ୍ପୋର୍ଟସଓ୍ବେର, ଓମେନଓ୍ବେର ଏବଂ ଶିଶୁଙ୍କ ପୋଷାକପତ୍ର ସାମିଲ ରହିଛି। ହୋମ୍‌ ସେସ୍ପନରେ ବିସ୍ତୃତ ରେଞ୍ଜର ହୋମ୍‌ ଆପ୍ଲାଏନ୍ସ ଯଥା- ପରଦା, ବେଡଶିଟ, କାର୍ପେଟ ରହିଛି। ନୂଆ ଷ୍ଟୋରକୁ ଶୁଭାରମ୍ଭ କରି ଅତ୍ୟନ୍ତ ଖୁସି ବୋଲି ବିଗ୍‌ ବଜାରର ପୂର୍ବାଞ୍ଚଳ ସିିଇଓ ମନୀଷ ଅଗ୍ରଓ୍ବାଲ କହିଛନ୍ତି। ନୂଆ ଷ୍ଟୋରରେ ଗ୍ରାହକମାନେ ସମ୍ପୂର୍ଣ୍ଣ ଫ୍ୟାମିଲି କ୍ରୟ ଅଭିଜ୍ଞତା ପାଇ ପାରିବେ। ବିଗ୍‌ ବଜାର ପ୍ରଫିଟ କ୍ଲବ ଏବଂ ଫ୍ୟୁଚର ପେ ଡିଜିଟାଲ ଓ୍ବାଲେଟ ଦ୍ୱାରା ଗ୍ରାହକମାନେ ବିଭିନ୍ନ ଅଫରର ସୁବିଧା ନେବାକୁ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri