ଭୁବନେଶ୍ୱରରେ ଇଏସ୍‌ଆଇସି ମେଡିକାଲ କଲେଜ ସ୍ବପ୍ନ ମଉଳିଲା

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ମେଡିକାଲ କଲେଜ ହେବ ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶ୍ରମ ଓ କର୍ମଚାରୀ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଆଞ୍ଚଳିକ ଶ୍ରମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତ, ହସ୍ପିଟାଲ ସ୍ଥାପନ କରିବାକୁ ଶ୍ରମ ବିଭାଗ ଉପରେ କଟକଣା ଲଗାଯାଇଛି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ହସ୍ପିଟାଲ ସ୍ଥାପନ କରିବା ନୁହେଁ, ଶ୍ରମିକମାନଙ୍କ କଲ୍ୟାଣ ଉପରେ ଦୃଷ୍ଟିଦେବା ଶ୍ରମ ବିଭାଗର କାମ। ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ସର୍ତ୍ତ ପୂରଣ କରିପାରିଲେ ହସ୍ପିଟାଲ କରିବା ନେଇ ବିଚାର କରାଯିବ। ଭୁବନେଶ୍ୱରରେ ଏକ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଗତ ବର୍ଷ ବିଧାନସଭାରେ ସୂଚନା ଦେଇଥିଲେ। ୨୦୦୮ ଅକ୍ଟୋବର ୭ ତାରିଖରେ ଇଏସ୍‌ଆଇସି ରାଜଧାନୀ ଉପକଣ୍ଠରେ ଏକ ମେଡିକାଲ କଲେଜ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। କେନ୍ଦ୍ରର ଉପା ସରକାର ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଥିଲେ। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀଙ୍କ ମେଡିକାଲ କଲେଜ ସ୍ଥାପନକୁ ପ୍ରତ୍ୟାଖ୍ୟାନ ପରେ ଭୁବନେଶ୍ୱରେ ଇଏସ୍‌ଆଇସି ହସ୍ପିଟାଲର ଭବିଷ୍ୟତ ଶୀତଳଭଣ୍ଡାରକୁ ଚାଲିଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କାର୍ଯ୍ୟ ଜାରି ରଖିଛନ୍ତି। କେବଳ ସର୍ବନିମ୍ନ ମଜୁରି ଆଇନରେ ସଂଶୋଧନ କରାଯାଇଛି। ପ୍ରତ୍ୟେକ ଜିଲାରେ ଇଏସ୍‌ଆଇ ହସ୍ପିଟାଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଯେଉଁଠି ଆବଶ୍ୟକ ସେଠାରେ ଇଏସ୍‌ଆଇ ହସ୍ପିଟାଲ ହେବ। ଯେଉଁଠି ୨୦ ହଜାର ଶ୍ରମିକ କାର୍ଯ୍ୟ କରୁଥିବେ ସେଠାରେ ହସ୍ପିଟାଲ ଖୋଲିବ। ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଞ୍ଚଳରେ ୧୦୦ ବେଡ୍‌ର ହସ୍ପିଟାଲ ଖୋଲାଯିବ। ସର୍ବନିମ୍ନ ମଜୁରି ରାଜ୍ୟ ସରକାରଙ୍କ ସହମତିରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ରକୁ ବାରମ୍ବାର ଜଣାଇଛୁ। ଭୁବନେଶ୍ୱରରେ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ଦାବି କରାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଇଏସ୍‌ଆଇସି ମେଡିକାଲ କଲେଜ ହସ୍ପିଟାଲ କରୁଛନ୍ତି। ଆମ ଦାବି ଉପରେ କେନ୍ଦ୍ର ବିଚାର କରିବାକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି। ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ସମନ୍ବିତ ପ୍ରୟାସ କରିବା ଦରକାର। ଶ୍ରମ ଆଇନକୁ ସରଳୀକରଣ କରିବା ସହ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ବାବଲମ୍ବୀ ଲୋକଙ୍କ ପାଇଁ ପେନ୍‌ସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଖାପାଖି ୩୩ ଲକ୍ଷ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପେନ୍‌ସନ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ଏହି ଯୋଜନାରେ ପ୍ରାୟ ୪୦କୋଟି ଶ୍ରମିକଙ୍କୁ ଯୋଡ଼ିବା ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ଗଙ୍ଗଓ୍ବାର କହିଛନ୍ତି। ଇପିଏଫ୍‌ଓ ଏବଂ ଇଏସ୍‌ଆଇସି ସେବାରେ ଉନ୍ନତି ଆଣିବା ଲାଗି ସୂଚନା ପ୍ରଯୁକ୍ତିର ପ୍ରୟୋଗ କରାଯାଉଛି। ଏଥିରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଆସିପାରିବ। ଏହି ସମ୍ମିଳନୀରେ ଓଡ଼ିଶା,ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ଭୁବନେଶ୍ୱର,୫।୩(ବ୍ୟୁରୋ): ଓଡ଼ିଶା ସମେତ ବାହାର ରାଜ୍ୟରେ ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ଲୁଟିବା ସହ ବିଭିନ୍ନ ଠକେଇ ମାମଲାରେ ଜେଲ ଯାଇଥିବା...

୨୭ବର୍ଷ ପରେ ଗାଁକୁ ଫେରିଲେ ଆର୍ତ୍ତତ୍ରାଣ

ବାଲିଅନ୍ତା, ୭ା୧୧(ଡି.ଏନ୍‌.ଏ.) ଗତ ୨୭ବର୍ଷ ପୂର୍ବେ ଘରୁ ଲୁଚିପଳାଇଥିବା ଜଣେ ବ୍ୟକ୍ତି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରିଛନ୍ତି। ସେ ହେଲେ ରାଜଧାନୀ ଉପକଣ୍ଠ...

ପ୍ରସାର ଭାରତୀର ପୂର୍ବତନ ଏଡିଜି ଅଭୟ ପାଢ଼ୀଙ୍କ ପରଲୋକ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଭୟ କୁମାର ପାଢ଼ୀଙ୍କ ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ସପ୍ତାହେ ଧରି...

କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା...

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ...

ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ସବୁ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲା କମିଟି ଅଧ୍ୟକ୍ଷ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ...

ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଉ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧ା୯: ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଥଇଥାନ କରିବା ଓ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନେଇ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ...

ଚାଷୀଙ୍କୁ ଓଡ଼ିଶାର ସମର୍ଥନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ୩ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ...

Advertisement
Archives

Model This Week