ଭୁବନେଶ୍ୱରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର : ଖରାପ ସେବାକୁ ନେଇ ଟୁଇଟରରେ ପ୍ରତିକ୍ରିୟା

ଭୁବନେଶ୍ୱର,୯ା୯(ବ୍ୟୁରୋ) : ଏସିଆ-ପାସିଫିକ୍‌ ରିଜିଅନର ୨ରୁ ୫ ମିଲିୟନ ବର୍ଗରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର -୨୦୧୮ ପୁରସ୍କାର ମିଳିଛି। ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଷଦ ଓ ଏଏସ୍‌କ୍ୟୁ (ଆମେରିକାନ ସୋସାଇଟି ଫର୍‌ କ୍ୱାଲିଟି) ପକ୍ଷରୁ ‘ଗ୍ରାହକ ଅଭିଜ୍ଞତା’ କାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବା ଅବସରରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ବର୍ଗରେ ଏସିଆ-ପାସିଫିକ୍‌ର ୬ବିମାନ ବନ୍ଦରକୁ ଏହି ବିଶ୍ୱସ୍ତରୀୟ ଏଏସ୍‌କ୍ୟୁ ପୁରସ୍କାର ମିଳିଥିବାବେଳେ ଭାରତର ୩, ଇଣ୍ଡୋନେସିଆର ୨ ଓ ଚାଇନାର ୧ ବିମାନବନ୍ଦର ରହିଛି। ଭାରତର ପୁରସ୍କୃତ ବିମାନବନ୍ଦରଗୁଡ଼ିକ ହେଲା ଭୁବନେଶ୍ୱର, ଚଣ୍ଡିଗଡ଼ ଓ ଇନ୍ଦୋର। ତେବେ ଟୁଇଟ୍‌ର କିଛି ସମୟ ମଧ୍ୟରେ କିଛି ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପୁରସ୍କାର ପାଇବା ଲାଗି କ’ଣ ମାନଦଣ୍ଡ ରହିଛି? ଯାତ୍ରୀଙ୍କୁ ଠିକ୍‌ରେ ସେବା ଯୋଗାଇପାରୁ ନ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କେମିତି ଏହି ପୁରସ୍କାର ମିଳିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୮୩ ପଜିଟିଭ୍‌ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୪।୧(ବ୍ୟୁରୋ) : ସୋମବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚିଥିବା ରାଜ୍ୟ...

ବିମାନ ଉଡ଼ାଇଲେ ଆଦିବାସୀ ଝିଅ -ମାଲକାନଗିରି ଜିଲାର ପ୍ରଥମ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା

ମାଲକାନଗିରି,୮।୯(ଡି.ଏନ୍‌.ଏ.)ଆକାଶ ଛୁଇଁବା, ପକ୍ଷୀ ଭଳି ଉଡ଼ିବାର ଇଚ୍ଛା ଥିଲା। ଦୀର୍ଘ ୭ ବର୍ଷର ତାଲିମ ପରେ ଏବେ ତାହା ସାକାର ହୋଇଛି। ମାଲକାନଗିରି ଭଳି ଉପାନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରୀତା: କହିଲେ ‘ ଅଧୁରା କାର୍ଯ୍ୟ ପୂରା କରିବି’

ଭୁବନେଶ୍ୱର,୨୮।୯(ବ୍ୟୁରୋ): ପୁଣି ଥରେ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ଉପନିର୍ବାଚନ...

ସୁନ୍ଦରଗଡ଼ର ନାଲାରୋଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର

ସୁନ୍ଦରଗଡ଼(ଡି.ଏନ୍‌.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ...

ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ ା ବିଜେଡି ଶାସନରେ ‘କ୍ରିମିନାଲାଇଜେଶନ ଇନ୍‌ ପଲିଟିକ୍ସ’ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି...

ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ...

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି...

ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ...

Advertisement
Archives

Model This Week