ଭିତ୍ତିଭୂମିରେ ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧: ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ୧୦୨ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାକୁ ନ୍ୟାଶନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ(ଏନ୍‌ଆଇପି) ଅଧିନରେ ଆରମ୍ଭ କରାଯାଇଛି। ୨୦୨୫ ସୁଦ୍ଧା ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ରୂପାନ୍ତରିତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟତା କରିବ ବୋଲି ସୀତାରାମନ ଏହି ଅବସରରେ ସୂଚନା ଦେଇଛନ୍ତି।
ସୀତାରାମନ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡିକୁ ଆଗାମୀ ୫ ବର୍ଷରେ କାର୍ଯ୍ୟାନ୍ବୟନ କରାଯିବ। ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରାଧିକାର ସୂରୂପ କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ନିବେଶ ନେଇ କହିଥିଲେ। ଏହା ପରେ ଏଥିଲାଗି ଗଠିତ ଟାସ୍କଫୋର୍ସ ୧୦୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା। ୪ ମାସ ମଧ୍ୟରେ ୭୦ ଅଂଶୀଦାରଙ୍କଠାରୁ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଗ୍ରହଣ କରିଥିବା ସୀତାରାମନ ମତ ଦେଇଛନ୍ତି।
ଏହି ଆଧାରରେ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯୋଡି ହେବ ବୋଲି ସେ ମତ ରଖିଛନ୍ତି। ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୫୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଆଗକୁ ଆସିବାକୁ ଥିବା ପ୍ରକଳ୍ପ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୩୯% କାର୍ଯ୍ୟକ୍ରମ ହାତକୁ ନିଆଯିବ। ବଳକା ୨୨% ଘରୋଇ କ୍ଷେତ୍ର ଦ୍ୱାରା ହେବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ପ୍ରକଳ୍ପଗୁଡିକ ଶକ୍ତି, ରେଳ, ସହର ବିକାଶ, ଜଳସେଚନ, ମୋବିଲିଟି, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ହେବ। ଶକ୍ତି କ୍ଷେତ୍ର ଲାଗି ଆଗାମୀ ଦିନରେ ୨୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ରାଜପଥ ଲାଗି ୨୦ ଲକ୍ଷ କୋଟି ଏବଂ ପ୍ରାୟ ୧୪ ଲକ୍ଷ କୋଟି ରେଳପଥର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର, ରେଳ, ସହର ବିକାଶ, ଜଳସେଚନ, ଡିଜିଟାଲ ଭଳି ଅନ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଥିବା ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିସିରେ ୩ ସଦସ୍ୟ ନିଯୁକ୍ତ; ଶକ୍ତିକାନ୍ତଙ୍କ ଟିମ୍‌ରେ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି)ରେ ୩ ମନୋନୀତ ସଦସ୍ୟଙ୍କୁ ସରକାର ମଙ୍ଗଳବାର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବରରେ ପୂର୍ବରୁ କାର୍ଯ୍ୟ କରୁଥିବା ୩ ସଦସ୍ୟଙ୍କ କାର୍ଯ୍ୟକାଳ...

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା...

ସଙ୍କଟରେ ବିମାନ ଚଳାଚଳ

ନୂଆଦିଲ୍ଲୀ,୨୩ା୫ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକ୍‌ଡାଉନ୍‌ ଓ ଯାତ୍ରା କଟକଣା ଜାରି କରାଯାଇଛି। ଏପରି କି ବିମାନ...

ୟୁରୋପରେ ୩ ହଜାର କର୍ମଚାରୀ ଛଟେଇ କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ,୨୦-୧୧: ପ୍ରମୁଖ ଇସ୍ପାତ ନିର୍ମାଣକାରୀ କମ୍ପାନୀ ଟାଟା ଷ୍ଟିଲ ଏୟାର ୟୁରୋପସ୍ଥିତ ୟୁନିଟରୁ ୩ ହଜାର କର୍ମଚାରୀ ଛଟେଇ କରିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି।...

ଫେବୃୟାରୀ ୨୮ ଯାଏ ଇପିଏଫ୍‌ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨୯ା୧୧: କରୋନା ମହାମାରୀ କାରଣରୁ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି...

ପାନ୍‌-ଆଧାର ଲିଙ୍କ୍‌ ହୋଇ ନ ଥିଲେ ଜରିମାନା

ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ନମ୍ବର ଲିଙ୍କ୍‌ କରି ନ ଥିଲେ ୫୦୦ରୁ ୧,୦୦୦...

ବିଏସ୍‌ -୬ ଚାରିଚକିଆ ଯାନ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୮।୬: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଏସ୍‌-୬ ଯାନ ଲାଗି ନୂଆ ନିୟମ ଘୋଷଣା କରାଯାଇଛି। ଏହି ଯାନଗୁଡିକୁ ସହଜରେ ଚିହ୍ନିବା...

ଆନନ୍ଦ ସୁବ୍ରମଣ୍ୟନଙ୍କୁ ଗିରଫ କଲା ସିବିଆଇ

ମୁମ୍ବାଇ,୨୬।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଅନିୟମିତତା ମାମଲାରେ ଏହାର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନ୍‌ଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ...

Advertisement
Archives

Model This Week