Posted inଖେଳ

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। କ୍ଲବର ହୋମ ଗ୍ରାଉଣ୍ଡରେ ଥିବା ଭିତ୍ତିଭୂମି ଓ ଟ୍ରେନିଂ ସୁବିଧାସୁଯୋଗକୁ ସେ ପ୍ରଶଂସା କରିଛନ୍ତି। ତେବେ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିବା ଗାମ୍ବାଉ ପ୍ରାକ୍ଟିସ ଗ୍ରାଉଣ୍ଡର ଉନ୍ନତି ନେଇ କେତେକ ମତାମତ ଦେଇଥିଲେ। ବୁଧବାର ସେ ଦୋହା ଯାତ୍ରା କରି ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ପେନ୍‌ କୋଚ୍‌ ଗାମ୍ବାଉ ଗତବର୍ଷ ଦିଲ୍ଲୀ ଡାଇନାମୋସ୍‌ର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ। ତେବେ ଦିଲ୍ଲୀ ଡାଇନାମୋସ ଓଡ଼ିଶା ଏଫ୍‌ସିରେ ପରିଣତ ହେବା ପରେ ତା’ର ବେସ୍‌ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଆଗାମୀ ୫ ବର୍ଷ ପାଇଁ କଳିଙ୍ଗ ଷ୍ଟାଡିୟମ ଓଡ଼ିଶା ଏଫ୍‌ସିର ନୂଆ ହୋମ୍‌ ଗ୍ରାଉଣ୍ଡ ରୂପେ ମାନ୍ୟତା ପାଇଛି। ଏଠାରେ ଥିବା ସୁବିଧାସୁଯୋଗ ଓ ଟ୍ରେନିଂ ବ୍ୟବସ୍ଥାର ମୂଲ୍ୟାଙ୍କନ ପାଇଁ ସେ ସୋମବାର ଭୁବନେଶ୍ୱରରେ ପହଞ୍ଚିଥିଲେ।
ପୂର୍ବରୁ କେବେ ଭୁବନେଶ୍ୱର ଆସି ନ ଥିଲି। ଭାରତର ଅନ୍ୟ ସହର ତୁଳନାରେ ଏହା ବହୁତ ଭଲ ବୋଲି ସେ କହିଛନ୍ତି। ଏଠାରେ ଦୁଇଦିନର ରହଣି ମଧ୍ୟରେ ଅଭ୍ୟାସ ପଡିଆରେ କିଛିଟା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଗ୍ରାଉଣ୍ଡରେ ଅବଶ୍ୟକୀୟ ପରିବର୍ତ୍ତନ କରିବେ ବୋଲି ଆଶା କରୁଥିବା କଥା ଗାମ୍ବାଉ କହିଛନ୍ତି। ଓଡ଼ିଶା ଏଫ୍‌ସି ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ ମନେହେଉଛ। କେତେକ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଦଳକୁ ଆହୁରି ଦୃଢ଼ କରିଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୁବ ବାର୍ସିଲୋନାର ଏହି ପୂର୍ବତନ କୋଚ୍‌ କହିଛନ୍ତି। ଯୁବ ଖେଳାଳିମାନେ ଅଧିକରୁ ଅଧିକ ଶିକ୍ଷା କରିବାକୁ ବେଶ୍‌ ଆଗ୍ରହୀ ଅଛନ୍ତି। ଦୁଇ ଜଣ ସ୍ଥାନୀୟ ଖେଳାଳି ଶୁଭମ୍‌ ଷଡଙ୍ଗୀ ଓ ୧୭ ବର୍ଷୀୟ ଗୋଲକିପର ଅଙ୍କିତ୍‌ ଭୂୟାଁ ଦଳରେ ସ୍ଥାନ ପାଇଛନ୍ତି। ଦୁଇ ଗୋଲ କିପର ଫ୍ରାନ୍‌ସିସ୍କୋ ଡୋରୋନସୋରୋ ଓ ମାର୍କୋସ ଟେବାରଙ୍କୁ ମଧ୍ୟ ଦଳ ବଜାୟ ରଖିଛି ବୋଲି ଗାମ୍ବାଉ କହିଛନ୍ତି। ଏହି ଦୁଇ ଖେଳାଳିଙ୍କୁ ବାଦ୍‌ଦେଲେ ଡିଫେଣ୍ଡର କାର୍ଲୋସ ଡେଲଗାଣ୍ଡୋ, ମିଡ୍‌ଫିଲ୍ଡର ଜିସ୍କୋ ହେର୍ନାଣ୍ଡେଜ୍‌, ଷ୍ଟ୍ରାଇକର ଅରିଡେନ ସାଣ୍ଟାନା ଓ ମିଡଫିଲ୍ଡର ମାର୍ଟିନ ପେରେଜ ଗୁଏଡ୍ସଙ୍କ ସହ ଦଳ ଚୁକ୍ତିରେ ସ୍ବାକ୍ଷର କରିଛି। ଦଳ ଏବେ ଦୋହାରେ ସେସନ ପୂର୍ବର ପ୍ରସ୍ତୁତି ଚଳାଇଛନ୍ତି। ସେଠାରେ ଖେଳାଳିମାନେ ପୂର୍ବତନ ବାର୍ସିଲୋନା ଖେଳାଳି ଜାଭି ହେର୍ନାଣ୍ଡେଜ୍‌ଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିବା ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଜାଭିଙ୍କ ଉପସ୍ଥିତି ଖେଳାଳିଙ୍କୁ ବେଶ୍‌ ସହାୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଆସନ୍ତାମାସରେ ପ୍ରଥମ ସପ୍ତାହରେ ଖେଳାଳିମାନେ ଏଠାରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଳିମାନେ ଏଠାରେ ଅଭ୍ୟାସ କରିବେ। ଏହାପରେ ଦଳ ଜାମସେଦପୁର ଗସ୍ତ କରି ସେଠାରେ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୪ ତାରିଖରେ ଆଟଲେଟିକୋ ଡି କୋଲକାତା ବିପକ୍ଷରେ ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ

ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଟିକେଟ...

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ଦୁର୍ବଳତା

ଅହମ୍ମଦାବାଦ,୩୦।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି। ଟପ୍‌ ଅର୍ଡର ଉପରେ ହିଁ ଆର୍‌ସିବି ସମ୍ପୂର୍ଣ୍ଣ ନିର୍ଭରଶୀଳ। ଉପର...

ନୂଆ ଲୁକ୍‌ରେ ଧୋନୀ: ପ୍ରଶଂସକ ଖୋଜୁଛନ୍ତି କାରଣ…

ନୂଆଦିଲ୍ଲୀ,୨୦।୮: ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ମେକ୍‌ଓଭରକୁ ନେଇ ଜଣାଶୁଣା। ଆଇପିଏଲ୍‌ର...

ପ୍ରଜନେଶ କ୍ୱାର୍ଟରଫାଇନାଲରେ

ଓର୍ଲାଣ୍ଡୋ,୨୦ା୧୧(ପି.ଟି.)-ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓର୍ଲାଣ୍ଡୋ ଚ୍ୟାଲେଞ୍ଜର ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍‌ ପ୍ରଜନେଶ ତଙ୍ଗ୍‌ ଲିନ୍‌...

ଫିଲ୍ମ ଜଗତରେ ପାଦ ଥାପିବେ ଧାୱନ!

ମୁମ୍ବାଇ,୧୭।୫: କ୍ରିକେଟ ପରେ ଏବେ ବଲିଉଡରେ ଡେବ୍ୟୁ କରିବେ ଶିଖର ଧାୱନ। ଖୁବ୍‌ଶୀଘ୍ର ଧାୱନ କ୍ରିକେଟ୍‌ରରୁ ଆକ୍ଟର ଭାବେ ନଜର ଆସିବେ। ଏ ନେଇ ଚର୍ଚ୍ଚା...

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ...

ଲାଗିଲା ମୋହର: ଶେଷରେ ଏହି ଯୁବତୀଙ୍କ ହାତ ଧରିବେ ବୁମ୍‌ରା

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଏବେ ନିଜ ବିବାହକୁ ନେଇ ଖବର ଶିରୋନାମାରେ। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା...

କୋରିଆ ଓପନ: କ୍ୱାର୍ଟରରେ କାଶ୍ୟପ

ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ...

Advertisement
Archives

Model This Week