ଭିତୋଲ ଗ୍ରୁପ ମୁଖ୍ୟଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତ-ଓପେକ୍‌ ଭାଗୀଦାରିକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍‌ ମିଲ୍ଲରଙ୍କୁ ସାକ୍ଷାତ୍‌ କରିଛନ୍ତି। ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଓପେକର ସାଧାରଣ ସଚିବ ମହମ୍ମଦ ବାରକିଣ୍ଡୋଙ୍କୁ ଭେଟି ଭାରତ-ଓପେକ୍‌ ଭାଗୀଦାରିକୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିତୋଲ ଗ୍ରୁପର ମୁଖ୍ୟଙ୍କ ସାକ୍ଷାତ କାଳରେ ପଲିସି ଗୁଡ଼ିକରେ ସଂସ୍କାର ଅଣାଯିବା କାରଣରୁ ଭାରତର ଅନ୍ବେଷଣ ଓ ଉପତ୍ାଦନ କ୍ଷେତ୍ର ପୁଞ୍ଜିନିବେଶ କରିବା ପାଇଁ ଉପଯୋଗୀ ସ୍ଥାନ ହୋଇପାରିଛି। ନିକଟରେ କର୍ପୋରେଟ୍‌ ଟିକସ ହ୍ରାସ, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ତଥା ବ୍ୟବସାୟ କରିବାରେ ସହଜ ଏବଂ ଇନ୍ଧନ ପ୍ରସଙ୍ଗ ଉପରେ ଧର୍ମେନ୍ଦ୍ର ଚର୍ଚ୍ଚା କରିଛନ୍ତି। ସେହିପରି ଓପେକ୍‌ର ସାଧାରଣ ସଚିବ ମହମ୍ମଦ ବାରକିଣ୍ଡୋଙ୍କ ସହ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଉଭୟେ ସାମ୍ପ୍ରତିକ ତୈଳ ଏବଂ ଗ୍ୟାସ ମାର୍କେଟର ବିକାଶ ତଥା ବିଶେଷଭାବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦରରେ ଅସ୍ଥିରତା ଏବଂ ଅଶୋଧିତ ତୈଳ ଯୋଗାଣ ଉପରେ ଆଲୋଚନା କରିଛନ୍ତି। ଦୁଇ ମନ୍ତ୍ରୀ ଭାରତ-ଓପେକ୍‌ ଭାଗୀଦାରିକୁ ଆଗାମୀ ଦିନରେ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଊର୍ଜାର ସୁରକ୍ଷା ଓ ଊର୍ଜା ଦାରିଦ୍ର୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସମ୍ମତି ଜଣାଇଛନ୍ତି। ଏହି ଗସ୍ତକାଳରେ ଧର୍ମେନ୍ଦ୍ର ସୋମବାର ଆବୁଧାବୀ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀ (ଆଡିପେକ୍‌-୨୦୧୯)ରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ...

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ। ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ...

ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ...

ଆଜି ବାହୁଡ଼ା

ପୁରୀ ଅଫିସ,୯।୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସରିବା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ିବେ। ଏଥିପାଇଁ ରଥ-ପଥ ସବୁ ପ୍ରସ୍ତୁତ।...

ବିଜେଡି ବଢିଛି, ଭାଜପା କମିଛି

ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ...

ବଡ଼ ପଦକ୍ଷେପ: ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି...

‘ମାନବିକତା ଉପରେ ଗଣମାଧ୍ୟମ ଗୁରୁତ୍ୱ ଦେଉ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ମାନବିକତା ଉପରେ ଗଣମାଧ୍ୟମ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବାଧ୍ୟବାଧକତା କି ଚାପରେ ନୁହେଁ, ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ...

ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ...

Advertisement
Archives

Model This Week