ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୨ୟରେ ଯୋଗୀ, ଜଗନ ତୃତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ପ୍ରସ୍ତୁତ ଏକ ରିପୋର୍ଟରେ ନବୀନ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଭିଡିପି ଆସୋସିଏଟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ବିଜେଡି ପକ୍ଷରୁ ଶନିବାର ଗଣମାଧ୍ୟମକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନବୀନ ସର୍ବାଧିକ ୮୨ ପଏଣ୍ଟ ପାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭୨ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ୭୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୬୮, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୬୫, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୬୨, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ୬୦ ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥରୁ ସପ୍ତମ ସ୍ଥାନରେ ରହିଛନ୍ତି। ସେହିଭଳି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ୫୯, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୫୭, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୪ ପଏଣ୍ଟ ପାଇଛନ୍ତି। ଅପରପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୫୨, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୫୦ ଏବଂ ତାଲିକାର ଶେଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ବାମୀ ରହିଛନ୍ତି। ଏହି ସର୍ଭେରେ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନରେ ଭଲ ଏବଂ ହାରାହାରି ଭାବେ ଖୁସି ଥିବା ବ୍ୟକ୍ତିବିଶେଷଙ୍କ ମତାମତକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗର ନିରସ୍ତ୍ର ମୁକାବିଲା

ଢେଙ୍କାନାଳ ଅଫିସ୍‌, ୩୧।୭: ବଦଳିଗଲାଣି ଶିକାର କୌଶଳ। ଏକଦା ତୀର, ବିଦ୍ୟୁତ୍‌ ଫାଶରେ ବନ୍ୟପ୍ରାଣୀଙ୍କୁ ମାରୁଥିବା ଶିକାରୀ ଏବେ ଧରିଲେଣି ଅତ୍ୟାଧୁନିକ ବନ୍ଧୁକ। ବନ ବିଭାଗ...

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୫୩୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗୁରୁବାର ରାଜ୍ୟରୁ ୫୩୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ...

୮ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ସମୁଦ୍ରକୁ ବୋହି ଯାଉଥିବା ଜଳକୁ ସଂରକ୍ଷଣ କରାଯିବ। ମହାନଦୀର ତଳମୁଣ୍ଡରେ ଚଳିତ ବର୍ଷ ୮ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ। ଆସନ୍ତା ୫...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୧।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

ଭୁବନେଶ୍ୱରରୁ ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୦୫

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ...

CORONAVIRUS UPDATE: ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ଟପିଲା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୪,୧୮୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା...

Advertisement
Archives

Model This Week