ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ଗତ ମାସରେ ଗିରଫ ହେବା ପରେ ତାଙ୍କୁ ଦକ୍ଷିଣ ପଶ୍ଚିମ ଲଣ୍ଡନର ଓ୍ବାଣ୍ଡସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ନୀରବଙ୍କୁ ଗିରଫ କରାଯାଇଥିଲା। ବ୍ରିଟେନର ନିୟମାନୁଯାୟୀ ଏଭଳି ମାମଲାରେ ବିଚାର ବିଭାଗୀୟ ହାଜତବାସ ୨୮ ଦିନ ପାଇଁ ହୋଇଥାଏ। ନୀରବଙ୍କ ପକ୍ଷରୁ ଆଗତ ଜାମିନ ଆବେଦନକୁ ଖାରଜ କରି ଚିଫ ମାଜିଷ୍ଟ୍ରେଟ ଇମା ଆର୍ବୁଥନଟ୍‌ କହିଥିଲେ ଯେ, ହୀରା ବ୍ୟବସାୟୀ ଆମତ୍ସପର୍ମଣ କରିବା ନେଇ ଯଥେଷ୍ଟ ସନ୍ଦେହ ରହିଛି। ପ୍ରାୟ ୧ରୁ ୨ ବିଲିୟନ ଡଲାର ଜାଲିଆତି ହୋଇଥିବାରୁ ଭାରତର ଚିନ୍ତାକୁ ଦେଖି ନୀରବଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ବିଚାରପତି କହିଥିଲେ। ଭାରତ ପକ୍ଷରୁ ମାମଲା ଲଢ଼ୁଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସ କହିଛି ଯେ, ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଜାମିନ ଖାରଜ ହେବା ପରେ ନୀରବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଆଗ୍ରହୀ। ତେବେ ଏ ସଂକ୍ରାନ୍ତରେ ଅଦ୍ୟାବଧି କୌଣସି ଆବେଦନ ହାଇକୋର୍ଟରେ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ହିମାଂଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲି ପୁଣି ଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ସେ ଖ୍ୟାତନାମା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶକ୍ତି ମୋହନଙ୍କ...

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ...

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ...

ଫେବୃୟାରୀରେ ୧.୪୯ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୩: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)...

ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି।...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର...

କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ

ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

Advertisement
Archives

Model This Week