Posted inଜାତୀୟ

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର ନିସରାପୁର ଗାଁର କୃଷ୍ଣା ମାଂଝି ନାମକ ଜଣେ ଯୁବକଙ୍କର ଭିଡ଼ହିଂସାରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ୨୩ ଅଭିଯୁକ୍ତଙ୍କୁ ୩ ମାସ ତଳେ ଜେଲ୍‌ ପଠାଯାଇଥିଲା। ଅଭିଯୁକ୍ତମାନେ ଚୋର ଭାବି ଯୁବକଙ୍କୁ ହତ୍ୟା କରିଥିଲେ। ପୋଲିସ କୃଷ୍ଣଙ୍କ ସ୍ତ୍ରୀଙ୍କୁ ଥାନାକୁ ନେଇ ଏକ ମୃତଦେହ ଦେଖାଇ ତାହା ତାଙ୍କ ସ୍ବାମୀଙ୍କର ବୋଲି କହିଥିଲେ। ମୃତ ଯୁବକଙ୍କ ହାତରେ କୃଷ୍ଣ ମାଂଝି ଲେଖାଥିଲା। ତେବେ ମୃତ ଦେହର ମୁହଁ କ୍ଷତବିକ୍ଷତ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଥିଲା। କେବଳ ହାତରେ ଲେଖାଥିବା ନାମକୁ ଦେଖି କୃଷ୍ଣ ମୃତ ବୋଲି ସ୍ତ୍ରୀ ମାନିନେଇଥିଲେ। ଏବେ ପ୍ରକୃତ କୃଷ୍ଣ ଫେରିଆସିବାରୁ ଘରେ ଖୁସିର ଲହର ଖେଳି ଯାଇଛି। ମାତ୍ର ପୋଲିସ ବିଭାଗ ହରଡ଼ଘଣାରେ ପଡ଼ିଛି। ମୃତ ଯୁବକ କିଏ ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ପୋଲିସ ବିଭାଗ ପକ୍ଷରୁ ତଦନ୍ତ ସମୟରେ ହୋଇଥିବା ସିସିଟିଭି ଭିଡ଼ିଓର ଯାଞ୍ଚ୍‌ କରାଯାଉଛି ବୋଲି ସ୍ଥାନୀୟ ଥାନା ଅଧିକାରୀ ସମ୍ରାଟ୍‌ ଦୀପକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବ୍ୟାପୁଛି ଡେଲ୍ଟା-୩

ନୂଆଦିଲ୍ଲୀ,୨୫ ।୭: କରୋନା ଭାଇରସକୁ ନେଇ ଏହାର ନୂଆ ମ୍ୟୁଟେଶନ ବିଶେଷଜ୍ଞଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ଗତ କିଛି ସପ୍ତାହ ହେବ ଆମେରିକାରେ...

‘ମୁସଲିମ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି’

ଶିବମୋଗା,୨୧।୨: ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଲାଗି କର୍ନାଟକର ଜଣେ ମନ୍ତ୍ରୀ ମୁସଲିମ ଗୁଣ୍ଡାମାନଙ୍କୁ ଦୋଷ ଦେଇଛନ୍ତି। ଏଥିଯୋଗୁ ଶିବମୋଗା ଜିଲାରେ ଉତ୍ତେଜନା ସୃଷ୍ଟି ହୋଇଛି।...

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ...

ଜ୍ୟୋତିରାଦିତ୍ୟଙ୍କ ବାଟ ଓଗାଳିବାକୁ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାକୁ ଚାହୁଁଛନ୍ତି କମଳନାଥ!

ଭୋପାଳ,୧୮।୨: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେମେ ଥମିବାର ନାଁ ନେଉନି। ମୁଖ୍ୟମନ୍ତ୍ରୀ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ...

ଭାଜପା ଛାଡ଼ିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରସ୍ତାବ

ଗୁଆହାଟୀ,୧୩ା୧(ପି.ଟି.): ବିଧାୟକମାନଙ୍କ ସହ ଭାଜପା ଛାଡ଼ି ସିଏଏ ବିରୋଧୀ ସରକାର ଗଠନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ...

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ, ମଣ୍ଡପରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ

ମୁଜାଫରନଗର, ୧୬।୭: ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ହାଜତକୁ ନେଇଛନ୍ତି ପ୍ରଥମ ସ୍ତ୍ରୀ। ସ୍ବାମୀ ମଣ୍ଡପରେ ଦ୍ୱିତୀୟ ବିବାହ କରୁଥିବା ଜାଣି...

ଏମ୍‌ଏସ୍‌ପି, ମଣ୍ଡି ରହିବ

ନୂଆଦିଲ୍ଲୀ,୧୧ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ...

Advertisement
Archives

Model This Week