Posted inଜାତୀୟ

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର ନିସରାପୁର ଗାଁର କୃଷ୍ଣା ମାଂଝି ନାମକ ଜଣେ ଯୁବକଙ୍କର ଭିଡ଼ହିଂସାରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ୨୩ ଅଭିଯୁକ୍ତଙ୍କୁ ୩ ମାସ ତଳେ ଜେଲ୍‌ ପଠାଯାଇଥିଲା। ଅଭିଯୁକ୍ତମାନେ ଚୋର ଭାବି ଯୁବକଙ୍କୁ ହତ୍ୟା କରିଥିଲେ। ପୋଲିସ କୃଷ୍ଣଙ୍କ ସ୍ତ୍ରୀଙ୍କୁ ଥାନାକୁ ନେଇ ଏକ ମୃତଦେହ ଦେଖାଇ ତାହା ତାଙ୍କ ସ୍ବାମୀଙ୍କର ବୋଲି କହିଥିଲେ। ମୃତ ଯୁବକଙ୍କ ହାତରେ କୃଷ୍ଣ ମାଂଝି ଲେଖାଥିଲା। ତେବେ ମୃତ ଦେହର ମୁହଁ କ୍ଷତବିକ୍ଷତ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଥିଲା। କେବଳ ହାତରେ ଲେଖାଥିବା ନାମକୁ ଦେଖି କୃଷ୍ଣ ମୃତ ବୋଲି ସ୍ତ୍ରୀ ମାନିନେଇଥିଲେ। ଏବେ ପ୍ରକୃତ କୃଷ୍ଣ ଫେରିଆସିବାରୁ ଘରେ ଖୁସିର ଲହର ଖେଳି ଯାଇଛି। ମାତ୍ର ପୋଲିସ ବିଭାଗ ହରଡ଼ଘଣାରେ ପଡ଼ିଛି। ମୃତ ଯୁବକ କିଏ ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ପୋଲିସ ବିଭାଗ ପକ୍ଷରୁ ତଦନ୍ତ ସମୟରେ ହୋଇଥିବା ସିସିଟିଭି ଭିଡ଼ିଓର ଯାଞ୍ଚ୍‌ କରାଯାଉଛି ବୋଲି ସ୍ଥାନୀୟ ଥାନା ଅଧିକାରୀ ସମ୍ରାଟ୍‌ ଦୀପକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri