ଭିକ ମାଗି ସମାଜସେବା କରୁଥିବା ରାଜୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଭିକ ମାଗି ସମାଜସେବା କରୁଥିବା ପଞ୍ଜାବର ପଠାଣକୋଟ ବାସିନ୍ଦା ରାଜୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ରାଜୁ ନିଜେ ଦିବ୍ୟାଙ୍ଗ। ସେ ଭିକ ମାଗି ଚଳିଥାନ୍ତି। ତେବେ କରୋନା ମହାମାରୀ ସଙ୍କଟରେ ତାଙ୍କ ହୃଦୟ ଅନ୍ୟ ଲୋକଙ୍କ ପାଇଁ କାନ୍ଦି ଉଠିଛି। ଇତିମଧ୍ୟରେ ରାଜୁ ଭିକମାଗି ୧୦୦ରୁ ଅଧିକ ପରିବାରଙ୍କୁ ଏକ ମାସର ରାଶନ ଯୋଗାଇଦେବା ସହିତ ୨୫୦୦ରୁ ଅଧିକଙ୍କୁ ମାସ୍କ୍‌ ବାଣ୍ଟିଛନ୍ତି। ଦିନସାରା ହ୍ବିଲ୍‌ ଚେୟାରରେ ବୁଲିବୁଲି ଭିକ ମାଗି ସଂଗ୍ରହ କରିଥିବା ଅର୍ଥକୁ ସେ ସମାଜସେବାରେ ଖର୍ଚ୍ଚ କରିଥାନ୍ତି। ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗରିବ ପିଲାଙ୍କୁ ପାଠପଢ଼ିବା ପାଇଁ ରାଜୁ ଆବଶ୍ୟକ ଟଙ୍କା ପ୍ରଦାନ କରିବା ସହିତ ଇତିମଧ୍ୟରେ ୨୨ ଜଣ ଗରିବ କନ୍ୟାଙ୍କ ବିବାହ କରିସାରିଛନ୍ତି। ସେହିପରି ପ୍ରତି ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ମହିଳା ସଶକ୍ତିକରଣ ଅନ୍ତର୍ଗତ ସେ ମହିଳାଙ୍କୁ ସିଲାଇ ମେସିନ କିଣି ଯୋଗାଇ ଦେଇଥାନ୍ତି। ସେ ଶୀତଦିନେ ଗରିବଙ୍କୁ କମ୍ବଳ ମଧ୍ୟ ବାଣ୍ଟିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ...

ହାଥରସ୍‌ ମାମଲା: ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ କହିଲେ ମୋଦି

ନୂଆଦିଲ୍ଲୀ, ୩୦।୯: ଉତ୍ତରପ୍ରଦେଶ ହାଥରସ୍‌ ଚନ୍ଦପାରେ ଘଟିଥିବା ଜଣେ ବାଳିକାଙ୍କ ଗଣ ବଳାତ୍କାର ମାମଲାରେ ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର...

ଦିଲ୍ଲୀ ହିଂସା ଯୋଜନାବଦ୍ଧ ନରସଂହାର: ମମତା

କୋଲକାତା,୨।୩: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଦଙ୍ଗାକୁ ନରସଂହାର ବୋଲି କହିଛନ୍ତି। ସୋମବାର ତୃଣମୂଳ କଂଗ୍ରେସର...

‘ଆମ ସରକାର ଆସୁଛି, ଛାଡିବା ନାହିଁ ପ୍ରତିଶୋଧ ନେବା’

ଲକ୍ଷ୍ନୌ,୨୫।୧: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ କଥା କଟାକଟି ଚାଲିଛି। ମିରଟ୍‌ ସାଉଥ ଆସନରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା...

ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା

ନୂଆଦିଲ୍ଲୀ/ରାଉରକେଲା ଅଫିସ୍‌, ୧୯।୧:  ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍‌ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ...

ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ...

ଚାଷୀ ଗୀତ ଗାଇଲେ ବର୍ଷା ହୁଏ

ଜୟପୁର, ୨୩।୮: ରାଜସ୍ଥାନରେ ବର୍ଷାଭାବ ବେଳେ ଚାଷୀ ହାତରେ ଛତା ଧରି ବିଲକୁ ଯାଇ ରାଗ ମେଘ ମଲ୍ଲାର ଗୀତ ଗାଇଲେ ବର୍ଷା ହୋଇଥାଏ। ଏକଥା...

Advertisement
Archives

Model This Week