Posted inଜାତୀୟ

ଭିକାରୀଙ୍କ ମୃତ୍ୟୁ ପରେ କୁଡିଆ ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ମୁମ୍ବାଇ,୭।୧୦: ମୁମ୍ବାଇର ଗୋଓ୍ବଣ୍ଡି ରେଲଓ୍ବେ ଷ୍ଟେଶନରେ ଲୋକାଲ ଟ୍ରେନର ଧକ୍କାରେ ଜଣେ ଭିକାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ରେଲଓ୍ବେ ପୋଲିସ(ଜିଆରପି) ଓ ସମ୍ପର୍କୀୟ କୁଡିଆ ଘରକୁ ଯାଇ ଦେଖିବା ବେଳେ ସେମାନଙ୍କର ହୋସ୍‌ ଉଡିଯାଇଥିଲା। ସୂଚନାଯୋଗ୍ୟ, ବିରଭିଚନ୍ଦ ଆଜାଦ ନାମକ ଜଣେ ଭିକାରୀ ମୁମ୍ବାଇ ଲୋକାଲ ଟ୍ରେନରେ ଭିକ ମାଗିଥାନ୍ତି। ଶୁକ୍ରବାର ରେଲଓ୍ବେ ଟ୍ରାକ୍‌ ପାର ହେଉଥିବା ବେଳେ ଟ୍ରେନର ଧକ୍କାରୁ ତାଙ୍କର ମୃତ୍ୟୁ ହୋଇଛି। ଏହାପରେ ଜିଆରପି ପୋଲିସ ବିରଭିଚନ୍ଦଙ୍କ କୁଡିଆ ଘରକୁ ଯାଇ ଖାନତଲାସି କରିଥିଲା। ତାଙ୍କ ଘରୁ ଏକ ବସ୍ତାରୁ ୨ଲକ୍ଷ ଟଙ୍କାର ଖୁଚୁରା ଓ କିଛି ନୋଟ ମିଳିଛି। ଏହାକୁ ଗଣିବା ପାଇଁ ପୋଲିସକୁ ପ୍ରାୟ ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ଏଥିସହ ଘରୁ କିଛି ବ୍ୟାଙ୍କର ପାସବୁକ୍‌, ଆଧାର କାର୍ଡ, ପାନ କାର୍ଡ ଓ ସିନିୟର ସିଟିଜେନ କାର୍ଡ ମଧ୍ୟ ଜବତ କରାଯାଇଛି। ସେହିପରି ୮ଲକ୍ଷ ୭୭ ହଜାର ଟଙ୍କାର ଜମା ରଶିଦ ମଧ୍ୟ ମିଳିଛି। ଅନ୍ୟପଟେ ଏହି ସବୁ ଟଙ୍କାକୁ ପୋଲିସ ନିଜ ପାଖରେ ରଖିଥିବା ବେଳେ ପରିଚୟ ପତ୍ରରୁ ମିଳିଥିବା ଠିକଣାକୁ ଆଧାର କରି ମୃତ ଭିକାରୀଙ୍କ ପରିବାରକୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଶରଣାର୍ଥୀଙ୍କୁ ଅଧା ଦାମ୍‌ରେ ଜମି ଯୋଗାଇ ଦେଲେ ରାଜସ୍ଥାନ ସରକାର

ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ...

ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨: ୯ ଜିଲାରେ ମତଦାନ ଆରମ୍ଭ, ସକାଳ ୭ଟାରୁ ଲାଇନରେ ଠିଆ ହୋଇଛନ୍ତି ଭୋଟର

ଚଣ୍ଡିଗଡ଼,୩୦ ।୧୦: ହରିୟାଣା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରବିବାର ୯ ଜିଲାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏସବୁ ଜିଲା ଭିତରେ ରହିଛନ୍ତି,...

ରବର୍ଟ ଭଦ୍ରାଙ୍କୁ ମିଳିଲା ବିଦେଶ ଯିବା ଅନୁମତି: ଯାଇପାରିବେ ଆମେରିକା-ନେଦରଲାଣ୍ଡ; ଇଂଲଣ୍ଡ ମନା

ନୂଆଦିଲ୍ଲୀ,୩।୬: ମନି ଲାଉଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ...

ଅଯୋଧ୍ୟାରେ ଜଳିବ ସାଢେ ୯ ଲକ୍ଷ ଦୀପ

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛୋଟ ଦୀପାବଳି ଅର୍ଥାତ୍‌ ନଭେମ୍ବର ୩ରେ ଅଯୋଧ୍ୟାରେ ଥିବା ରାମ କି ପ୍ୟାଡି ଘାଟରେ ନଅ ଲକ୍ଷ ୫୧...

ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ

ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ବିଭିନ୍ନ...

ସିଜେଆଇଙ୍କ ନୂଆ ତାଲିକା ବ୍ୟବସ୍ଥାରେ ଖଣ୍ଡପୀଠ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୬।୯:ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିବା ହଜାର ହଜାର ମାମଲାର ତ୍ୱରିତ୍‌ ଫଇସଲା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ମାମଲାଗୁଡ଼ିକର ଶୁଣାଣି ପାଇଁ...

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

Advertisement
Archives

Model This Week