ଭାସୁଛି ୫କେଜିର ପଥର

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଥିବା ଏକ କୂଅରେ ପ୍ରାୟ ୫କେଜିର ଓଜନର ଏକ ସିମେଣ୍ଟ ପଥର ଭାସୁଥିବାର ଦେଖାଯାଇଛି। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ଆଶାପୂରଣ ଗ୍ରାମକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଏହା ଏକ ଅଲୌକିକ ତଥା ପ୍ରଭୁ ଆଖଣ୍ଡେଶ୍ୱର ମହାଦେବଙ୍କ ମହିମାରୁ ଘଟିଥିବା ମନ୍ଦିର ପୂଜକ ସୁରେନ୍ଦ୍ରନାଥ ପଣ୍ଡା, ବିଶ୍ୱଜିତ ପଣ୍ଡା,ଗ୍ରାମର ବିକେଇଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କ୍ଷେତ୍ରମୋହନ ବେହେରା ପ୍ରମୁଖ କହିଛନ୍ତି। ମନ୍ଦିର ବେଢ଼ା ରାସ୍ତାପାର୍ଶ୍ୱରେ ପଡିଥିବା ଏହି ପଥରଟିକୁ ପ୍ରଥମେ ଗ୍ରାମର କୃଷ୍ଣଚନ୍ଦ୍ର ସେନାପତି ଓ ମନୋରଞ୍ଜନ ସେନାପତି ଆଣି ଗ୍ରାମର ବଡ ପୋଖରୀରେ ପକାଇଦେଇଥିଲେ। ମାତ୍ର ପଥରଟି ପୋଖରୀରେ ବୁଡିବା ବଦଳରେ ଭାସୁଥିବାର ଦେଖି ଉଭୟେ ଚକ୍କିତ ହୋଇଯାଇଥିଲେ। ଏ ବିଷୟରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମର ଅଧିକାଂଶ ଲୋକ ଆସି ଦେଖିଥିଲେ। ପରେ ପଥରଟିକୁ ଆଣି ଓଜନ କଲାବେଳେ ୪କିଲୋ ୮୫୦ଗ୍ରାମ ଥିଲା। ଗ୍ରାମବାସୀ ପଥରଟିକୁ ମହାଦେବଙ୍କ ପୀଠରେ ଥିବା କୂଅରେ ପକାଇ ଦେଇଥିଲେ। ହେଲେ କୂଅରେ ଗଭୀର ପାଣିରେ ମଧ୍ୟ ଅନୁରୂପ ଭାବେ ପଥରଟି ଭାସିବାରେ ଲାଗିଥିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଥିବାବେଳେ ଏହା କୌଣସି ଅଦ୍ଭୂତ ପଥର ହୋଇଥାଇପାରେ ବୋଲି କଥାହେଉଥିବାର ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୩।୯: ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ଚଳିତ...

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ...

ଲକ୍‌ଡାଉନ୍‌ର ଦ୍ୱିିତୀୟ ଦିନ: ବିଭିନ୍ନ ଛକରେ ଲୋକଙ୍କ ଭିଡ଼, ଜଗିଛି ପୋଲିସ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ର ସୋମବାର ହେଉଛି ଦ୍ୱିିତୀୟ ଦିନ। ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୋମବାର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଭୁବନେଶ୍ୱର,୮ା୨(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଡିଫେନ୍ସ କଲେଜର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏୟାରଚିଫ୍‌ ମାର୍ଶଲ ବି.ଭି ଉପାଧ୍ୟାୟଙ୍କ ନେତୃତ୍ୱରେ...

CORONAVIRUS UPDATE: ରାଜ୍ୟରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଟପିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ରେକର୍ଡ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଡେଇଁଛି। ଏବେ ମୋଟ...

ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍‌ ହୋଇଥିବା...

ଓଡିଆଙ୍କୁ ‘ବିଶ୍ୱ ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୨୦।୩: ଆଜି ‘ବିଶ୍ୱ ପଖାଳ ଦିବସ’। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ...

ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା ଭାଙ୍ଗିଲେ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ପ୍ରୋ-ହକି ଲିଗ୍‌ ଟୁର୍ନାମେଣ୍ଟ। ଖେଳାଳିମାନେ ବସ୍‌ ଯୋଗେ ଷ୍ଟାଡିୟମକୁ ଯିବାଆସିବା କରୁଛନ୍ତି। ଗୁରୁବାର ଅପରାହ୍ନରେ ଫାଟକ ନଂ.୮ ସମ୍ମୁଖରେ...

Advertisement
Archives

Model This Week