ଭାଷା ବିବାଦକୁ ନେଇ ଭୁବନେଶ୍ୱର ଏମ୍ସର ସ୍ପଷ୍ଟୀକରଣ: କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ ଭାଷା ବ୍ୟବହାର କରାଯିବ ବୋଲି ଏହାର ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି ବି. କହିଛନ୍ତି। ସେହିପରି ସଂସ୍ଥାନରେ ହେଉଥିବା ଅଧିକାଂଶ ଦସ୍ତଖତ ଇଂଲିଶ ଅଥବା ଓଡ଼ିଆରେ ହୋଇଥାଏ। ତେଣୁ କର୍ମଚାରୀଙ୍କ ଉପରେ ହିନ୍ଦୀ ବ୍ୟବହାର ନେଇ ଲଦି ଦିଆଯାଉନାହିଁ। ଜାରି ହୋଇଥିବା ବିଜ୍ଞପ୍ତି କେବଳ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଏହା ଅଫିସିଆଲ ଲାଙ୍ଗୁଏଜ୍‌ ଆକ୍ଟ ରହିଥିବା ନିୟମ ଅନୁଯାୟୀ କରାଯାଉଥିବା ନିର୍ଦ୍ଦେଶିକା ଶନିବାର ସଫେଇ ଦେଇଛନ୍ତି।

ଗତ ଗୁରୁବାର ଭୁବନେଶ୍ୱରସ୍ଥିତ ଏମ୍ସର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବା ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ‘ଧରିତ୍ରୀ’ରେ ପ୍ରଥମେ ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହି ମର୍ମରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ଦଳ ଶନିବାର ଏମ୍ସ ନିର୍ଦ୍ଦେଶିକାଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି। ବିଜେଡିର ଅଭିଯୋଗ ସମ୍ପର୍କରେ ଜାଣିବା ପରେ କର୍ତ୍ତୃପକ୍ଷ ମଧ୍ୟ ଉପରୋକ୍ତ ଉକ୍ତି ଦ୍ୱାରା ନିଜ ପକ୍ଷ ରଖିଛନ୍ତି। ଏଥିସହିତ ଦଳ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରେରଣ କରାଯାଇଛି। ବିଜେଡି ପ୍ରତିନିଧି ଦଳରେ ସଂସଦୀୟ ଦଳ ନେତା(ଲୋକ ସଭା)ପିନାକୀ ମିଶ୍ର, ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍‌ , ଡକ୍ଟର ସସ୍ମିତ ପାତ୍ର, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, କେନ୍ଦ୍ରାପଡ଼ା ଏମ୍‌ପି କେବଳ ଅନୁଭବ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ ରାଉତ ସାମିଲ ହୋଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ୫ଟି ବିଷୟ ଉଲ୍ଲେଖ କରାଯାଇଛି। ଭେଟିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିନାକୀ କହିଛନ୍ତି ଯେ, ହିନ୍ଦୀ ବ୍ୟବହାର ସମ୍ପର୍କିତ ସର୍କୁଲାର ପ୍ରକାଶ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରାଯାଇଛି। ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ତେଣୁ ଓଡ଼ିଶାର ମାତୃଭାଷା ଓଡ଼ିଆକୁ ଅଣଦେଖା କରି ଅନ୍ୟ କୌଣସି ଭାଷା ଲଦିଦେବା ଠିକ୍‌ ନୁହେଁ। ବିଶେଷକରି ଓଡ଼ିଶାରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା କୌଣସି ଅନୁଷ୍ଠାନରେ ଏହା ଗ୍ରହଣୀୟ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏମ୍ସରେ ସ୍ଥାନୀୟ ଜନସାଧାରଣଙ୍କ ସ୍ବାର୍ଥକୁ ଧ୍ୟାନ ଦେବା ଆବଶ୍ୟକ। ତେଣୁ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କିତ ସର୍କୁଲାରକୁ ପ୍ରତ୍ୟାହାର କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି। ସମାନ ବିଷୟ ଉପସ୍ଥାପନ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଗଣମାଧ୍ୟମରେ ବିଜେଡି ଏମ୍‌ପି ପିନାକୀ କହିଛନ୍ତି ଯେ, ହିନ୍ଦୀ ବ୍ୟବହାର ସମ୍ପର୍କିତ ସର୍କୁଲାରକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏ ବିଷୟରେ ନିର୍ଦ୍ଦେଶିକାଙ୍କ ସହ ଦଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା। ନିକଟରେ ଭାଷା କମିଟି ଏମ୍ସକୁ ଗସ୍ତ କରିଥିଲା। ସେହି ସମୟରେ ହିନ୍ଦୀ ବ୍ୟବହାର ସମ୍ପର୍କିତ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ନ ଥିବାରୁ କର୍ମଚାରୀମାନଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାଦ୍ୱାରା କୌଣସି ରୋଗୀ ପ୍ରଭାବିତ ହେବେ ନାହିଁ। ସେମାନେ ପୂର୍ବପରି ଓଡ଼ିଆ କିମ୍ବା ଇଂଲିଶରେ ଆବଶ୍ୟକ ଫର୍ମ ପୂରଣ ଇତ୍ୟାଦି କାର୍ଯ୍ୟ କରିପାରିବେ। ରୋଗୀ କିମ୍ବା ସମ୍ପର୍କୀୟ ହିନ୍ଦୀ ଶିକ୍ଷା କରନ୍ତୁ ଏପରି କୌଣସି ନିୟମ ନ ଥିବା ପିନାକୀ କହିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ସୁରେଶ ରାଉତରାୟ ହିନ୍ଦୀ ଲଦାଯିବା ଘଟଣାକୁ ବିରୋଧ କରିଛନ୍ତି। ଆବଶ୍ୟକ ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୁରେଶ କହିଛନ୍ତି। ଅପରପକ୍ଷରେ ଭାଜପା ଏହି ପ୍ରସଙ୍ଗକୁ ଭିନ୍ନ ଭାବେ ଚିତ୍ରିତ କରି ବିଜେଡିକୁ ଟାର୍ଗେଟ କରିଛି। ଭାଜପା ନେତା ଖାରବେଳ ସ୍ବାଇଁ କହିଛନ୍ତି ଯେ, ଏ ସର୍କୁଲାରେ କେଉଁଠି ଲେଖାନାହିଁ ଯେ, ଓଡ଼ିଆ ଭାଷା ବ୍ୟବହାର ହେବ ନାହିଁ। ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନର ଚିଠିପତ୍ର କେଉଁ ଭାଷାରେ ହେଉଛି। ଲୋକସେବା ଭବନ ଏବଂ ବିଧାନସଭାର ସମସ୍ତ ଚିଠି ଇଂଲିଶରେ ଲେଖାଯାଉଥିବା ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?