ଭାଲେଣ୍ଟାଇନ୍ସ ଡେ’ରେ ଟ୍ରାଏ କରନ୍ତୁ କପଲ୍‌ ଟି-ଶାର୍ଟ

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ଏହାକୁ ଖାସ୍‌ କରିବାକୁ ଚାହାନ୍ତି ସବୁ କପଲ୍‌ । କିଏ ଗୋଲାପ ତ କିଏ ପ୍ରେମଭରା କାର୍ଡ ଓ ଦାମୀ ଉପହାର ଦେଇ ଏହାକୁ ସ୍ମରଣୀୟ କରନ୍ତି। ତେବେ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା କପଲ୍‌ ଟି ଶାର୍ଟ ଟ୍ରାଏ କରି ମଧ୍ୟ ଦିନଟିକୁ ଅଭୁଲା କରିପାରିବେ। ଏହାକୁ ପିନ୍ଧି କପଲ୍‌ ଭିଡ ଭିତରୁ ବାରି ହୋଇପଡିବା ସହ ମନର କଥାକୁ ଏହି ଟି-ଶାର୍ଟ ମାଧ୍ୟମରେ ବ୍ୟକ୍ତ ବି କରିପାରିବେ…

ଲକ୍‌ଡ ହିୟର୍‌, ଫାଉଣ୍ଡ କି’ ଟି-ଶାର୍ଟ- ଯଦି ଆପଣ ଆପଣଙ୍କ ହୃଦୟ ଅନେକ ବର୍ଷ ଧରି କାହାକୁ ନ ଦେଇ ତାଲା ପକାଇ ରଖିଥିଲେ। ହେଲେ ଶେଷରେ କେହି ଜଣେ ତା’ର ଚାବି ପାଇ ହୃଦୟ ଚୋରି କରି ନେଇଗଲେ। ତେବେ ଏହି ଲକ୍‌ଡ ହିୟର, ଫାଉଣ୍ଡ କି’ ଟି-ଶାର୍ଟ ନୂଆ ନୂଆ ପ୍ରେମ କରୁଥିବା ପ୍ରେମିକା ପ୍ରେମିକଙ୍କ ପାଇଁ ପରଫେକ୍ଟ ଚଏସ୍‌। ଏହାକୁ ଭାଲେଣ୍ଟାଇନ୍ସ ଡେ’ରେ ଉପହାର ବି ଦେଇପାରିବେ।

ହର୍‌ ପ୍ରିନ୍ସ ଚାର୍ମିଂ, ହିଜ୍‌ ସିଣ୍ଡ୍ରେଲା ଟି-ଶାର୍ଟ- ସବୁ ଯୁବତୀ ଯୁବକ ଚାହାନ୍ତି ତାଙ୍କ ଜୀବନ ପ୍ରିନ୍ସ ଚାର୍ମିଂ ଓ ସିଣ୍ଡ୍ରେଲାର କାହାଣୀ ପରି ପାଲଟିଯାଉ। ଅର୍ଥାତ୍‌ ସବୁ ଯୁବତୀ ପାଆନ୍ତୁ ତାଙ୍କ ପ୍ରିନ୍ସ ଚାର୍ମିଂ ଏବଂ ଯୁବକ ପାଆନ୍ତୁ ତାଙ୍କ ସିଣ୍ଡ୍ରେଲା। ଯଦି ଆପଣଙ୍କ ଜୀବନରେ ସେ ସ୍ବପ୍ନର ନାୟିକା ନାୟକ ଆସିଯାଇଛନ୍ତି, ତେବେ ଏହି ଟି-ର୍ଟ ପିନ୍ଧି ଦୁନିଆକୁ ଜଣେଇ ଦିଅନ୍ତୁ ଯେ, କିଏ ଆପଣଙ୍କ ପ୍ରିନ୍ସ ଚାର୍ମ ଓ କିଏ ସିଣ୍ଡ୍ରେଲା।

ବସ୍‌ କପଲ୍‌ ଟି-ଶାର୍ଟ- ଦାମ୍ପତ୍ୟ ଜୀବନରେ ବସ୍‌ କିଏ? ସ୍ବାମୀ ନା ସ୍ତ୍ରୀ? ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ। ଆଉ ଅଳ୍ପ ବହୁତେ ସମସ୍ତେ ଜାଣନ୍ତି ପ୍ରକୃତରେ କିଏ ବସ୍‌। ଏହି ମଜାଦାର କଥାକୁ କପଲ୍‌ ଟି-ଶାର୍ଟରେ ବି ସ୍ଥାନ ଦିଆଯାଇଛି। ତେଣୁ ଏହି ଟି-ଶାର୍ଟକୁ ଓ୍ବାର୍ଡରୋବ୍‌ରେ ସାମିଲ କରିପାରିବେ।

ହି ଇଜ୍‌ ମାଇନ୍‌-ସି ଇଜ୍‌ ମାଇନ୍‌ ଟି- ଶାର୍ଟ- ‘ତୁମେ ଖାଲି ମୋର’ ସେ ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳ ଏଇ କଥାକୁ ଉଭୟେ କେବେ ନା କେବେ ନିଶ୍ଚୟ କହିଥିବେ। ପ୍ରେମ ବୋଳା ଏଇ କଥା ଲେଖା ଥିବା ଉକ୍ତ ଟି-ଶାର୍ଟ ଟ୍ରାଏ କରି ନିଜ ମନର କଥାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିପାରିବେ।

କିଙ୍ଗ-କୁଇନ୍‌ ଟି-ଶାର୍ଟ- ଏହି ଟି-ଶାର୍ଟର ବହୁତ ଚାହିଦା ରହିଛି। ଫଟୋ ସୁଟ୍‌ ପାଇଁ ହେଉକି ପ୍ରଥମ ଟ୍ରିପ୍‌ ଅବା ପ୍ରଥମ ଆନିଭର୍ସାରି କି ଭାଲେଣ୍ଟାଇନ୍ସ ଡେ’ ଏହି କିଙ୍ଗ- କୁଇନ୍‌ ଟି-ଶାର୍ଟ ଅବସରକୁ ଖାସ୍‌ କରିଦେବ।

ହିଜ୍‌-ହର୍‌ ଟି-ଶାର୍ଟ- ପରସ୍ପରକୁ ଭଲ ପାଇବା ଓ ସମ୍ମାନ ଜଣାଇବାର ଏ ହେଉଛି ଏକ ଭଲ ମାଧ୍ୟମ। ଖାଲି ହିଜ୍‌-ହର୍‌ ଲେଖା ଥିବା ଟି-ଶାର୍ଟ ଛଡା ଆପଣ ଚାହିଁଲେ ହିଜ୍‌ ବ୍ୟୁଟି-ହର୍‌ ବିଷ୍ଟ, ହିଜ୍‌ ଜେସି-ହର୍‌ ଉଡ୍‌ ଲେଖା ହୋଇଥିବା ଟି-ଶାର୍ଟ ବି ଟ୍ରାଏ କରିପାରିବେ।

ମିଷ୍ଟର-ମିସେସ୍‌ ଟି-ଶାର୍ଟ- ନିଶ ଓ ଲାଲ ଲିପଷ୍ଟିକ୍‌ ବୋଳା ଓଠ ସହ ମିଷ୍ଟର, ମିସେସ୍‌ ଲେଖା ହୋଇଥିବା ଏହି ଟି-ଶାର୍ଟର ବି ବହୁତ ଚାହିଦା ରହିଛି। ଏଥିରେ ଆହୁରି ମଧ୍ୟ ଅନେକ ଡିଜାଇନ୍‌ ଥିବା ଟି-ଶାର୍ଟ ଉପଲବ୍ଧ ହୁଏ ଯାହା କପଲ୍‌ମାନେ ପିନ୍ଧି ଖାସ୍‌ ଲୁକ୍‌ ପାଇପାରିବେ।

ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ, ଫିଆନ୍ସ, ସ୍ବାମୀ/ସ୍ତ୍ରୀ ଟି-ଶାର୍ଟ- ସମ୍ପର୍କର ପରିବର୍ତ୍ତିତ ରୂପ ଦେଖିବାକୁ ମିଳେ ଏହି ଟି-ଶାର୍ଟରେ। କିଭଳି ଦୁଇଜଣ ଅଜଣା ମଣିଷ ପ୍ରେମିକ ପ୍ରେମିକା ସାଜନ୍ତି। ପରେ ସେହି ସମ୍ପର୍କ ଆଉ ଦୁଇ ପାଦ ଆଗେଇ ବାଗଦତ୍ତା ବା ଫିଆନ୍ସ ହୁଅନ୍ତି। ଶେଷରେ ବିବାହ କରି ସ୍ବାମୀ ସ୍ତ୍ରୀ ପାଲଟନ୍ତି। ନବ ବିବାହିତ ଦମ୍ପତି ତଥା ହନିମୁନ୍‌କୁ ଯାଉଥିବା ଦମ୍ପତିଙ୍କ ପାଇଁ ଏହି ଟି-ଶାର୍ଟ ଏକ ପରଫେକ୍ଟ ଚଏସ୍‌। ଏହାକୁ ପିନ୍ଧିଲେ ଭିଡ ଭିତରୁ ବାରି ହୋଇପଡିବା ସହ ଆପଣଙ୍କ ଭିତରେ ଥିବା ଭଲପାଇବା ବି ଝଲସି ଉଠିବ।

କନେକ୍ଟେଡ ଟୁ ହିମ୍‌/ହର୍‌-ସବୁଠୁ ମଜଭୁତ କନେକ୍ସନ ହେଉଛି ପ୍ରେମ। ଏହି ଟି -ଶାର୍ଟ ପିନ୍ଧି ଆପଣ ଜଣାଇପାରିବେ ଯେ, ଯିଏ ଯେଉଁଠି ଥିଲେ ବି ଏଇ ଭଲପାଇବା ଯୋଗୁ ସେମାନେ ପରସ୍ପର ସହ ସବୁବେଳେ କନେକ୍ଟ ହୋଇ ରହିଥିବେ।
ଏସବୁ ଟି -ଶାର୍ଟ ବ୍ୟତୀତ ସୋଲ୍‌ମେଟ୍‌ ଟି-ଶାର୍ଟ, ଆଇ ଆମ୍‌ ଷ୍ଟକ୍‌ ଓ୍ବିଥ୍‌ ହିମ୍‌/ହର୍‌, ଓ୍ବାନ୍‌ ଲଭ୍‌, ପାର୍ଟନର୍‌ ଇନ୍‌ କ୍ରାଇମ୍‌, ପ୍ଲଗ୍‌ ଆଣ୍ଡ ପ୍ଲେ, ବେଟର୍‌ ହାଫ୍‌ ଆଭକାଡୋ, ସରି ହି/ସି, ଟୁଗେଦର୍‌ ସିନ୍ସ, ବୋ ଆଣ୍ଡ ଆରୋ, ଲଷ୍ଟ ଆଣ୍ଡ ରିଟର୍ନ ଆଦି କପଲ୍‌ ଟି-ଶାର୍ଟ ବି ଟ୍ରାଏ କରି ଏକ ରୋମାଣ୍ଟିକ୍‌ ଓ ଖାସ୍‌ ମାହୋଲ୍‌ ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?