ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୧।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପାଳ ଗାଁରେ ଶନିବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭଟ୍ଟପାଳ ଗାଁର କାର୍ତ୍ତିକ ବେହେରା (୫୧) ।
ସୂଚନାଯୋଗ୍ୟ, କାର୍ତ୍ତିକ ସକାଳେ ଘର ନିକଟସ୍ଥ ଆଉଁଳି ନଦୀ କୂଳରେ ଥିବା ବିଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ନିକଟସ୍ଥ ବିଲରେ କାମ କରୁଥିବା ଲୋକେ ସେଠାରେ ପହଞ୍ଚିବା ପରେ ଭାଲୁ ପଳାଇଯାଇଥିଲା। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ମନମୋହନ ସ୍ବାଇଁ, ଫରେଷ୍ଟର କଳାକାର ପ୍ରଧାନ ଓ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri