ଭାରି ପଡୁଛି ଟିକସ ବୋଝ; ୧୮.୨୮ ଟଙ୍କାରେ ମିଳନ୍ତା ପେଟ୍ରୋଲ

ନୂଆଦିଲ୍ଲୀ,୭।୫: ତେଲ ଉପରେ ଟିକସ ବୋଝ ଭାରି ପଡୁଛି। ଅଧିକ ଟିକସ ରହିବା ଯୋଗୁ ଗ୍ରାହକଙ୍କୁ ଚଢା ଦରରେ ପେଟ୍ରୋଲ ଡିଜେଲ କିଣିବାକୁ ପଡୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିମ୍ନରେ ରହିଥିବା ବେଳେ ତେଲ କମ୍ପାନୀଗୁଡିକ ମୂଲ୍ୟ ନ କମାଇବା ଫଳରେ ଦର ଉଚ୍ଚରେ ରହିଛି। ଯଦି ଟିକସ ଲାଗୁ ନ ହୁଏ ତେବେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୮.୨୮ ଟଙ୍କା ରହିବ। ଏହାବାଦ ଟିକସ ପରିମାଣ ଯଦି କମ୍‌ ରୁହନ୍ତା ତେବେ ଏହି ମୂଲ୍ୟ ହୁଏତ କିଛି ବଢିଥାନ୍ତା। ମାତ୍ର ବର୍ତ୍ତମାନ ଏଥିରେ ୩୨.୯୮ ଟଙ୍କାର ଉତ୍ପାଦ ଟିକସ,୩.୨୬ ଟଙ୍କାର ଡିଲର କମିଶନ, ୧୬.୪୪ ଟଙ୍କାର ଭାଟ୍‌ ଲାଗିବା ଯୋଗୁ ଗ୍ରାହକଙ୍କୁ ୭୧.୨୬ ଟଙ୍କା ଦେବାକୁ ପଡୁଛି। ସେହିଭଳି ଡିଜେଲରେ ୩୧.୮୩ ଟଙ୍କାର ଉତ୍ପାଦ ଟିକସ, ୨.୫୨ ଟଙ୍କାର ଡିଲର କମିଶନ, ୧୬.୨୬ ଟଙ୍କା ଭାଟ୍‌ ଲାଗୁ ହେବା ଯୋଗୁ ଏହାର ମୂଲ୍ୟ ୬୯.୩୯ ଟଙ୍କାକୁ ବଢିଛି।
ସୂଚନାଯୋଗ୍ୟ, ୧୯୯୯ ପରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତର ବ୍ୟାରେଲ ପିଛା ୧୮ ଡଲାର ରହିଛି। ଫଳରେ କମ୍ପାନୀଗୁଡିକ ଉପରେ ଏହାର ଚାପ ବର୍ତ୍ତମାନ ନାହିଁ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ପେଟ୍ରୋଲ ଉପରେ ଅତିରିକ୍ତ ଉତ୍ପାଦ ଟିକସ ବାବଦ ଲିଟର ପିଛା ୨ ଟଙ୍କା ଏବଂ ରୋଡ୍‌ ସେସ୍‌ ବାବଦ ୮ ଟଙ୍କା ଲାଗୁ କରାଯାଇଛି। ଏହା ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୮ ଟଙ୍କା ରହିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ ଉତ୍ପାଦ ଟିକସ ଯଥାକ୍ରମେ ୩୨.୯୮ ଟଙ୍କା ଏବଂ ୩୧.୮୩ ଟଙ୍କା ଛୁଇଁଛି। ଇନ୍ଧନ ଉପରେ ମୋଟ ମୂଲ୍ୟର ପ୍ରାୟ ୪୬% କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରଦାନ କରିବାକୁ ପଡୁଛି। ଏହା ବାଦ୍‌ ଭାଟ୍‌ ଏବଂ ସେଲ୍‌ସ ଟିକସ ମିଶିଲେ ଟିକସ ଅଂଶ ମୋଟ ମୂଲ୍ୟର ପ୍ରାୟ ୬୦% ଛୁଇଁବ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ସମୟରେ ପେଟ୍ରୋଲ ଉପରେ ଲିଟର ପିଛା ଉତ୍ପାଦ ଟିକସ ୯.୪୮ ଟଙ୍କା ରହିଥିବା ବେଳେ ଡିଜେଲ ଉପରେ ଏହା ୩.୫୬ ଟଙ୍କା ରହିଥିଲା। ବିଶ୍ୱ ସ୍ତରରେ ତୈଳ ଦର ନିମ୍ନରେ ରହିଥିବାରୁ ସରକାରଙ୍କୁ ଏଥିରୁ ଲାଭ ମିଳିଛି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁୟାରୀ ମଧ୍ୟରେ ସରକାର ୯ ଥର ଉତ୍ପାଦ ଟିକସ ବଢ଼ାଇଥିଲେ। ସେହି ୧୫ ମାସରେ ସରକାର ପେଟ୍ରୋଲ ଉପରେ ୧୧.୭୭ ଟଙ୍କା ଏବଂ ଡିଜେଲ ଉପରେ ୧୩.୪୭ ଟଙ୍କା ଟିକସ ବୃଦ୍ଧି କରିଥିଲେ। ଫଳରେ ୨୦୧୪-୧୫ରେ ଏହି ରାଜସ୍ବ ବାବଦକୁ ମିଳିଥିବା ୯୯,୦୦୦ ଟଙ୍କା ୨୦୧୬-୧୭ରେ ୨.୪୨ ଲକ୍ଷ କୋଟି ଛୁଇଁଥିଲା। ଅକ୍ଟୋବର ୨୦୧୭ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ସରକାର ଯଥାକ୍ରମେ ୨ ଟଙ୍କା ଓ ୧.୫୦ ଟଙ୍କା ଉତ୍ପାଦ ଟିକସ ହ୍ରାସ କରିଥିଲେ। ଜୁଲାଇ ୨୦୧୯ରେ ଏଥିରେ ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଏଥିରେ ପୁଣି ୩ ଟଙ୍କା ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା...

ଧର୍ମଘଟରେ ବ୍ରିଟିଶ୍‌ ଏୟାରଓ୍ବେଜ ପାଇଲଟ;୧୫୦୦ ଉଡ଼ାଣ ରଦ୍ଦ, ୭୦୪ କୋଟି କ୍ଷତି

ନୂଆଦିଲ୍ଲୀ,୧୦-୯: ବ୍ରିଟେନର ବିମାନ କମ୍ପାନୀ ବ୍ରିଟିଶ୍‌ ଏୟାରଓ୍ବେଜର ପାଇଲଟ ସୋମବାର ଓ ମଙ୍ଗଳବାର ଧର୍ମଘଟରେ ସାମିଲ ହୋଇଛନ୍ତି। ଏୟାରଲାଇନର ୧୦୦ବର୍ଷର ଇତିହାସରେ ଏହା ସର୍ବବୃହତ ଧର୍ମଘଟ...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ

ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି...

ମାଲାବାରରେ ଷ୍ଟଡ୍‌ସ ଆଣ୍ଡ ଡ୍ରପ୍ସ ଫେଷ୍ଟିଭାଲ

ଭୁବନେଶ୍ୱର, ୨୧।୫ ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌’ର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଶୋ’ ରୁମ୍‌ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ...

ଓଡ଼ିଶାରେ ଜିଓର ୭୭୫୬-୫ଜି ବିଟିଏସ୍‌

ଭୁବନେଶ୍ୱର ,୨୭।୭: ଦେଶର ପ୍ରମୁଖ ୫ଜି ଟେଲିକମ୍‌ କମ୍ପାନୀଗୁଡିକ ୨୦୨୩ ଜୁଲାଇ ୭ ସୁଦ୍ଧା ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଦୂରସଞ୍ଚାର ମନ୍ତ୍ରଣାଳୟ...

ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…

ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ...

ଏୟାର ଇଣ୍ଡିଆ-ବୋଇଙ୍ଗ୍‌ ଚୁକ୍ତି: ଆମେରିକାରୁ ୨୨୦ ବିମାନ କିଣିବ ଭାରତ…

ନୂଆଦିଲ୍ଲୀ,୧୪।୨ : ଏୟାର ଇଣ୍ଡିଆ ଏବଂ ବୋଇଙ୍ଗ୍‌ ମଧ୍ୟରେ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ଆମେରିକାଠାରୁ ୨୨୦ ବୋଇଙ୍ଗ ବିମାନ କିଣିବ। ଏହାକୁ...

Advertisement
Archives

Model This Week