ଭାରତ-ୟୁଏସ୍‌ ବାଣିଜ୍ୟ ଚୁକ୍ତି ନେଇ ଆଶାବାଦୀ:ସୀତାରାମନ

ନୂଆଦିଲ୍ଲୀ,୧୯-୧୦: ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌) ମଧ୍ୟରେ ରହିଥିବା ବାଣିଜି୍ୟକ ମତଭେଦ କମ୍‌ ହୋଇଛି। ଶୀଘ୍ର ଦୁଇ ଦେଶ ବାଣିଜ୍ୟ ଚୁକ୍ତିରେ ସାମିଲ ହେବା ନେଇ ଆଶାବାଦୀ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ସୀତାରାମନ ଖବରଦାତାଙ୍କୁ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। କଥାବାର୍ତ୍ତା ଶୀଘ୍ର ଶେଷ ହେବା ନେଇ ଆଶାବାଦୀ ଥିବା ସେ ମତ ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀ ଗସ୍ତ କରିଥିବା ଆମେରିକାର ବାଣିଜ୍ୟ ସଚିବ ଓ୍ବିଲବର ରସ୍‌ ଭାରତ-ୟୁଏସ୍‌ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ବିଭିନ୍ନ ଆଲୋଚନା କରିଥିଲେ। ଅପରପକ୍ଷରେ ଭାରତ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଏହାର ସ୍ଥାନ ବଜାୟ ରଖିଥିବା ନିର୍ମଳା କହିଛନ୍ତି। ଅଭିବୃଦ୍ଧି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ...

ପେଟିଏମ୍‌ ଅଂଶଧନ ବିକିପାରେ ଚାଇନାର ଆଣ୍ଟ ଗ୍ରୁପ

ନୂଆଦିଲ୍ଲୀ: ଚାଇନାର ଆଣ୍ଟ ଗ୍ରୁପ ଭାରତୀୟ କମ୍ପାନୀ ପେଟିଏମ୍‌ରେ ରହିଥିବା ଏହାର ଅଂଶଧନକୁ ବିକ୍ରି କରିବା ଲାଗି ବର୍ତ୍ତମାନ ବିଚାର କରୁଛି। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା...

ଇରାନ, ଭେନେଜୁଏଲା ତେଲ ଭାରତକୁ ଆସିପାରେ

ନୂଆଦିଲ୍ଲୀ: ଭାରତ ଏହାର ଅଶୋଧିତ ତେଲ ଆମଦାନୀ କୌଶଳରେ ପରିବର୍ତ୍ତନ ଆଣିପାରେ। ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡିକରୁ ପୁଣି ଥରେ ତେଲ ଭାରତକୁ ଆସିପାରେ...

ସିଆଇଆଇ ବାତ୍ୟା ପରିଚାଳନା କମିଟି ବୈଠକ;ରିଲିଫ୍‌,ପୁନର୍ବାସରେ ସହଯୋଗ ଲାଗି ଶିଳ୍ପ ଜଗତକୁ ଆହ୍ବାନ

ଭୁବନେଶ୍ୱର,୧୨-୫ (ବ୍ୟୁରୋ): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ବାତ୍ୟା ପରିଚାଳନା ଷ୍ଟିଅରିଂ କମିଟି ବୈଠକ ଶନିବାର ଅପରାହ୍ନରେ ସ୍ଥାନୀୟ ନାଲ୍‌କୋ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

ପିଆଜ କୁଇଣ୍ଟାଲ ୪୫ ଶହ ଛୁଇଁଲା

ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା...

୨.୯୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି

ନୂଆଦିଲ୍ଲୀ,୧୪।୪: ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଏବଂ ରାଜ୍ୟଗୁଡ଼ିକୁ ଖାଦ୍ୟ ସବ୍‌ସିଡି ଆକାରରେ ୨,୯୪,୭୧୮କୋଟି ଟଙ୍କା ଜାରି କରାଯାଇଛି। ୨୦୨୧-୨୨...

ଭାକ୍‌ସିନ୍‌ ମୂଲ୍ୟ ସୀମା ନେଇ ବାୟୋକନ୍‌ ମୁଖ୍ୟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧।୩:  କୋଭିଡ-୧୯ ଭାକ୍‌ସିନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ଲାଗି ସରକାର ୨୫୦ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ବାୟୋକନ୍‌ ମୁଖ୍ୟ କିରନ ମଜୁମଦାର...

ଏଚ୍‌-୧ବି ଭିଜା ନିୟମରେ ରୋକ ଲାଗିଲା; ଭାରତୀୟ ଟେକ୍‌ ପ୍ରଫେଶନାଲଙ୍କୁ ଆଶ୍ୱସ୍ତି

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ନୂଆ ଭିଜା ନିୟମ ଉପରେ ସେଠାକାର ଏକ ଡିଷ୍ଟ୍ରିକ୍ଟ କୋର୍ଟ ବୁଧବାର ରୋକ ଲଗାଇଛନ୍ତି। ପ୍ରମୁଖ...

Advertisement
Archives

Model This Week