ଭାରତ-ୟୁଏସ୍‌ ବାଣିଜ୍ୟ ଚୁକ୍ତି ନେଇ ଆଶାବାଦୀ:ସୀତାରାମନ

ନୂଆଦିଲ୍ଲୀ,୧୯-୧୦: ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌) ମଧ୍ୟରେ ରହିଥିବା ବାଣିଜି୍ୟକ ମତଭେଦ କମ୍‌ ହୋଇଛି। ଶୀଘ୍ର ଦୁଇ ଦେଶ ବାଣିଜ୍ୟ ଚୁକ୍ତିରେ ସାମିଲ ହେବା ନେଇ ଆଶାବାଦୀ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ସୀତାରାମନ ଖବରଦାତାଙ୍କୁ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। କଥାବାର୍ତ୍ତା ଶୀଘ୍ର ଶେଷ ହେବା ନେଇ ଆଶାବାଦୀ ଥିବା ସେ ମତ ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀ ଗସ୍ତ କରିଥିବା ଆମେରିକାର ବାଣିଜ୍ୟ ସଚିବ ଓ୍ବିଲବର ରସ୍‌ ଭାରତ-ୟୁଏସ୍‌ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ବିଭିନ୍ନ ଆଲୋଚନା କରିଥିଲେ। ଅପରପକ୍ଷରେ ଭାରତ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଏହାର ସ୍ଥାନ ବଜାୟ ରଖିଥିବା ନିର୍ମଳା କହିଛନ୍ତି। ଅଭିବୃଦ୍ଧି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri